ସଙ୍ଗଚୁଲ ମହାଦେବ ମନ୍ଦିରର ରହସ୍ୟ, ପ୍ରେମୀ ଯୁଗଳ ସେଠାକୁ ଗଲେ ହୋଇଥାଏ ଏମିତି… ଜାଣିଲେ ଆପଣବି ହେବେ ଆଶ୍ଚର୍ଯ୍ୟ :-

କୁହାଯାଏ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ, ପ୍ରେମ ଶାଶ୍ୱତ ଏବଂ ପ୍ରେମ ଚିରନ୍ତନ । ପ୍ରେମ ପାଇଁ ମଣିଷ କିଛିବି କରିବାକୁ ପ୍ରସ୍ତୁତ ହୋଇଯାଏ । ଅନେକ ସମୟରେ ପ୍ରେମୀଯୁଗଳ ନିଜ ପ୍ରେମକୁ ସାକାର କରିବା ପାଇଁ ପରିବାର ଠାରୁ ବହୁତ ଦୂରକୁ ଚାଲି ଯାଆନ୍ତି । ଆଉ ଏଥିରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । କେତେବେଳେ ଘର ଲୋକଙ୍କ ଡର ଥାଏ ତ କେତେବେଳେ ପୋଲିସର ଡର ଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏପରି ଏକ ରହସ୍ୟ ବିଷୟରେ କହିବୁ ଯାହାକୁ ଯଦି ଆପଣ ବିଶ୍ୱାସ କରନ୍ତି ତେବେ ନିଜ ଠିକ ଜୀବନସାଥୀ ସହ ଘରୁ ପଳାଇଗଲେ ବି ଆପଣଙ୍କର କୌଣସି ଭୟ ରହିବ ନାହିଁ । ଏହି ବିଷୟରେ ଜାଣିବା ପାଇଁ ଆଜିକାର ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ଏପରି କୁହାଯାଏ ଯେ ହିମଚଳପ୍ରଦେଶର ଏକ ଗାଁର ଲୋକଙ୍କୁ ପ୍ରେମୀଯୁଗଳଙ୍କ ରକ୍ଷା କରିବାକୁ ନିର୍ଦେଶ ରହିଛି । ବିପଦରେ ପଡ଼ି ମନ୍ଦିରକୁ ଆସୁଥିବା ପ୍ରେମିକ ପ୍ରେମିକାଙ୍କୁ ସୁରକ୍ଷା ଦେବେ କିମ୍ବଦନ୍ତୀ ଅନୁସାରେ ଯେତେବେଳେ ପାଣ୍ଡବ ଅଜ୍ଞାତବାସ କରିଥିଲେ ସେତେବେଳେ ସେମାନେ ଏହି ସ୍ଥାନରେ ହିଁ ପହଞ୍ଚିଥିଲେ । ଗାଁ ଲୋକେ ତାଙ୍କୁ ପୁରା ସହାୟତା ମଧ୍ୟ କରିଥିଲେ । ସଙ୍ଗଚୁଲ ମହାଦେବ ମଧ୍ୟ ତାଙ୍କୁ ରକ୍ଷା କରିଥିଲେ ।

ସାଧରଣତଃ ଘରୁ ପଳାଇ ଯାଇଥିବା ପ୍ରେମୀଯୁଗଳଙ୍କୁ ସମାଜ ପ୍ରତ୍ୟାଖ୍ୟାନ କରିପାରେ କିନ୍ତୁ କୁହାଯାଏ ଯେ ସେମାନଙ୍କ ପାଇଁ ହିମାଚଳପ୍ରଦେଶର ସଙ୍ଗଚୁଲ ମହାଦେବ ମନ୍ଦିର ସବୁବେଳେ ଖୋଲା ଥାଏ । ପ୍ରେମୀ ଯୁଗଳଙ୍କ ପାଇଁ ଏହି ମନ୍ଦିର ସବୁଠାରୁ ସୁରକ୍ଷିତ ସ୍ଥାନ ଅଟେ । କାରଣ ଏଠାରେ ସ୍ବୟଂ ଭଗବାନ ମହାଦେବ ସେମାନଙ୍କୁ ଆଶ୍ରୟ ଦେଇଥାନ୍ତି । ଆଉ ମନ୍ଦିରର ସ୍ଥିତି ଏକ ଏପରି ସ୍ଥାନରେ ରହିଛି ଯେଉଁଠି ଭୟ ନାହିଁ କାରଣ ସେଠାକୁ ପୋଲିସ ମଧ୍ୟ ଆସନ୍ତି ନାହିଁ । ପୁଣି ପ୍ରେମୀ ଯୁଗଳଙ୍କ ପାଇଁ ସେଠାରେ ସବୁପ୍ରକାରର ବ୍ୟବସ୍ଥା ମଧ୍ୟ ହୋଇଛି । ସେଠାକାର ଲୋକେ ମଧ୍ୟ ଭାଗବାନଙ୍କ ନିର୍ଦେଶରେ ପ୍ରେମୀ ଯୁଗଳଙ୍କୁ ସେଠାକୁ ଖୁସିରେ ସ୍ୱାଗତ କରିଥାନ୍ତି ।

ସଙ୍ଗଚୁଲ ମହାଦେବ ମନ୍ଦିରଟି ହିମଚଳପ୍ରଦେଶର କୁଲୁ ଠାରେ ରହିଛି । ପୁଣି ପାଖରେ ରହିଛି କୁଲୁ ଜିଲ୍ଲାର ସାଙ୍ଗଡ଼ ଗ୍ରାମ । ତେବେ ସେଠାକାର ପରମ୍ପରା ଅନୁଯାୟୀ ଯଦି ଆଖପାଖ ଗାଁ ର କୌଣସି ପ୍ରେମୀ ଯୁଗଳ ସମସ୍ୟାରେ ପଡ଼ନ୍ତି ତେବେ ସେମାନଙ୍କୁ ସୁରକ୍ଷା କରିବାର ଦାୟିତ୍ୱ ଗାଁ ଲୋକେ ନିଅନ୍ତି । ଗାଁ ଲୋକେ ନିଜେ କହନ୍ତି ଯେ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା କରିବାକୁ ସେମାନଙ୍କୁ ସ୍ୱୟଂ ଭଗବାନ ନିର୍ଦେଶ ଦେଇଛନ୍ତି । ପୁଣି ନିୟମ ଅନୁଯାୟୀ କେହିବି ଗାଁ ଭିତରକୁ ଅସ୍ତ୍ରଶସ୍ତ୍ର ଧରି ପଶି ପାରିବେ ନାହିଁ । ପ୍ରେମୀ ଯୁଗଳଙ୍କୁ ବଞ୍ଚାଇବା ଗାଁ

ଲୋକେ ନିଜର କର୍ତ୍ତବ୍ୟ ଭାବିଥାନ୍ତି । ଯେପର୍ଯ୍ୟନ୍ତ ସେମାନଙ୍କ ପରିବାର ମଧ୍ୟରେ କିଛିବି ଠିକ ହୋଇନାହିଁ , ସେପର୍ଯ୍ୟନ୍ତ ସେମାନଙ୍କୁ ସୁରକ୍ଷା ଦେବା ଦାୟିତ୍ୱ ଗାଁ ଲୋକଙ୍କର । ସେମାନଙ୍କ ରହିବା ଖାଇବା ସବୁ ଦାୟିତ୍ୱ ଗାଁ ଲୋକେ ତୁଲାଇ ଥାଆନ୍ତି । ଏମିତିକି କୌଣସି ବ୍ୟକ୍ତି ପ୍ରେମୀ ଯୁଗଳଙ୍କୁ କିଛିବି କହି ପାରିବେନି । ଏମିତିକି ଏହି ଗାଁ ରେ ବଡ଼ ପାଟିରେ କଥା ହେବା ବି ମନା । ପୁଣି ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ଏହି ଗାଁ ରେ କେବେବି ଗାଁ ଲୋକଙ୍କ ମଧ୍ୟରେ କଳି ଝଗଡ଼ା ହେବାର ଶୁଣାଯାଇ ନାହିଁ । ଏହି ଗାଁର ଲୋକେ ବେଶ ଶାନ୍ତିପ୍ରିୟ ମଧ୍ୟ ।

Leave a Reply

Your email address will not be published. Required fields are marked *