ଶାଶୁ କୁହନ୍ତି ତୁ ଖନି ମୁଁ କହେ ତାଙ୍କୁ ଊଂକୁଣି ମୁଣ୍ଡି…ଶାଶୁ ହେବ ତ ଏମିତି !!

ଇନଷ୍ଟାଗ୍ରାମ ରିଲସରେ ଏବଂ ୟୁଟ୍ୟୁବ ସର୍ଟସରେ ଲୋକପ୍ରିୟ ଷ୍ଟାର ମୁନି ଏବଂ ସୌମ୍ୟଙ୍କର କିଛି ବ୍ୟକ୍ତିଗତ ଜୀବନ ଦୁହେଁ ମିଡ଼ିଆ ଦ୍ୱାରା ସେୟାର କରିଛନ୍ତି । ଆପଣ ମାନେ ମଧ୍ୟ ଦୁହିଁଙ୍କୁ ଅନେକ ଟ୍ରାଞ୍ଜିସନ ମ୍ୟୁଜିକ ଭଡ଼ିଓ ଏବଂ ବ୍ଲଗ ଜରିଆରେ ଦେଖିଥିବେ । ଯେଉଁ ମାନଙ୍କର ଏକାଧିକ ପ୍ରଶଂସକ ଅଛନ୍ତି । ଖାଲି ସେତିକି ନୁହେଁ ସେମାନଙ୍କ ସହିତ ସେମାନଙ୍କ ମା’ ମଧ୍ୟ ଅନେକ ଥର କ୍ୟାମେରା ସାମ୍ନାକୁ ଆସିଛନ୍ତି । ତାଙ୍କ ମା’ ମଧ୍ୟ ନିଜ ପୁଅ ବୋହୂଙ୍କୁ ନେଇ କିଛି କହିଛନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ଖୁସି ହେବେ । ସୌମ୍ୟ ବାସ୍ତବରେ ମୁନିଙ୍କୁ ପ୍ରେମ କରିବା ସମୟରେ ନିଜ ମା’ଙ୍କୁ ଜଣାଇ ଥିଲେ ।

ଯିଏକି ପ୍ରେମ ବିବାହକୁ ଆଦୋୖ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯେହେତୁ ସୌମ୍ୟଙ୍କ ବାପା ଆଉ ଏ ଦୁନିଆରେ ନାହାଁନ୍ତି ତେଣୁ ତାଙ୍କ ଦେଇଥିବା କଥା ଅନୁଯାୟୀ ଯଦି ସୌମ୍ୟ କୌଣସି ଝିଅକୁ ଭଲ ପାଏ ତେବେ ସେ ଚାହିଁଲେ ତାକୁ ହିଁ ବିବାହ କରିବେ । ଆଉ ଏହି ସମ୍ପର୍କରେ ତାଙ୍କ ମା’ ମଧ୍ୟ ରାଜି ହୋଇ ଯାଇଥିଲେ । ସୌମ୍ୟ ମୁନିଙ୍କୁ ଘରକୁ ନେଇ ଆସିଥିଲେ ଏବଂ ଘରୁ ଦୁହେଁ ଅନ୍ୟତ୍ର ଚାଲି ଯାଇଥିଲେ । ଯେଉଁଠି ଦୁହେଁ ବିବାହ କରିଥିଲେ ଏବଂ ପରେ ଘରକୁ ଆସିବା ପରେ ଦୁହିଁଙ୍କର ପୁଣିଥରେ ବିବାହ ହୋଇଥିଲା । ଶାଶୁ ବୋହୂଙ୍କୁ ଦେଖିଲେ କେବେବି ଏହା ପ୍ରତୀତ ହେବ ନାହିଁ ଯେ ଦୁହେଁ ଶାଶୁ ବୋହୂ ବୋଲି ।

କାରଣ ବୋହୂଟିଏ ନିଜ ଶାଶୁଙ୍କୁ ମା’ ମାନି ନେଇଛି ଏବଂ ଶାଶୁଟିଏ ନିଜ ବୋହୂକୁ ଝିଅ ମାନି ନେଇଛି । ଯାହାକି ଆଜିକାଲିକା ଲୋକଙ୍କ ପାଇଁ ଏକ ଉଦାହରଣ ଅଟେ । ତାଙ୍କ ଶାଶୁଙ୍କ ଅନୁଯାୟୀ ସେ କେବେବି ନିଜ ବୋହୂକୁ ଭଲ ପାଇବାର ଅଭାବ ହେବାକୁ ଦେଇ ନାହାଁନ୍ତି । ଆଉ ବୋହୂ ଜଣକ ମଧ୍ୟ ନିଜର ଶାଶୁର ସବୁ ଭଲ ଗୁଣ ବଖାଣିଛନ୍ତି ।

ଦୁହେଁ ଏହା ମଧ୍ୟ ଦାବି କରି କହିଛନ୍ତି ଯେ ଦୁହିଁଙ୍କ ମଧ୍ୟରେ ଏଭଳି ଭଲ ପାଇବା କେବେବି କମିବ ନାହିଁ ଏବଂ ସେମାନେ ସମସ୍ତେ ପରିବାରରେ ଏମିତି ସବୁବେଳେ ଖୁସିରେ ରହିବେ । ଆଉ ସେମାନଙ୍କର ଏହି ଭିଡ଼ିଓକୁ ସେମାନଙ୍କ ପ୍ରଶଂସକ ମାନେ ମଧ୍ୟ ଖୁବ ପସନ୍ଦ କରୁଥିବା ସହିତ କମେଣ୍ଟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *