ଶାଶୁ ଶଶୁର ମୋ ସ୍ୱାମୀଙ୍କୁ ଆଉ ଜଣେ ସ୍ତ୍ରୀ ସହ ଜୁଟେଇ ଦେଇଛନ୍ତି…

ଆମେ ଦୁହେଁ ଭଲ ପାଇ ବିବାହ କରିଥିଲୁ। ଆମ ଦୁହିଁଙ୍କ ପ୍ରେମକୁ ଆମ ପରିବାର ଲୋକେ ଜାଣିଥିଲେ। ତା ପରେ ଆମେ ଦୁହେଁ ବିବାହ କରିନେଇଥିଲୁ। ଆମ ସଂସାର ବି ବେଶ ହସ ଖୁସିରେ ଚାଲିଥିଲା। ମୋ ସ୍ୱାମୀ ମତେ ବହୁତ ଭଲ ପାଉଥିଲେ। ଦିନ ଥିଲା ଆମ ପରିବାରରେ ଟିକେ ହେଲେ ଅଶାନ୍ତି ନଥିଲା। ଆମେ ଦୁହେଁ ଦୁହିଁଙ୍କୁ ଜୀବନ ଦେଇ ଭଲ ପାଉ। ମୋ ସ୍ୱାମୀ ମୋ ପାଇଁ ମହାନ। ମୁଁ ତାଙ୍କୁ ମୁହୂର୍ତ୍ତ ପାଇଁ ଛାଡି ରହି ପାରେନି କି ସେ ମତେ ଛାଡି ରହି ପାରନ୍ତି ନାହିଁ। ହେଲେ ଆମ ସୁଖ ସଂସାରରେ ଲାଗିଗଲା କାହାର ଦୁଷ୍ଟ ନଜର କେଜାଣି। ମୋ ସ୍ୱାମୀ ସବୁ କିଛି ଭୁଲିଗଲେ। ନିଜ ଜୀବନଠୁ ଅଧିକ ମତେ ଭଲ ପାଉଥିଲେ ଓ ମୋ ଛୁଆକୁ ଭଲ ପାଉଥିଲେ ହେଲେ ଏବେ ମତେ ଓ ମୋ ଛୁଆକୁ ଭୁଲି ଅନ୍ୟ ସ୍ତ୍ରୀ ସାଥିରେ ରହୁଛନ୍ତି ତାଙ୍କୁ ଭଲ ପାଉଛନ୍ତି।

ହେଲେ ମୁଁ ଜାଣିଛି ମୋ ସ୍ୱାମୀ ବହୁତ ନିରିହ ସେ ଆଦୌ ଏପରି କରିବାକୁ ନିଷ୍ପତ୍ତି ନେଇନଥିବେ। ସେ ତାଙ୍କ ପରିବାରକୁ ବହୁତ ଭଲ ପାଆନ୍ତି ମୁଁ ଆଉ ମୋ ଛୁଆ ମୋ ସ୍ୱାମୀଙ୍କ ଦୁଇ ଆଖି ସେ ଆମକୁ ଘଡ଼ିଏ ଛାଡି ରହି ପାରନ୍ତି ନାହିଁ। ହେଲେ ମୋ ସ୍ଵାମୀଙ୍କୁ ମୋ ଶାଶୁ ଶଶୁର ଫସାଇ ତାଙ୍କୁ କି ମନ୍ତ୍ରଣା ଦେଇ ଏବେ କେଉଁ ଆଡେ ନେଇଗଲେ କେଜାଣି। ମୋ ସ୍ୱାମୀ ପର ସ୍ତ୍ରୀ ସହ ରହୁଛନ୍ତି ମତେ ଆଉ ମୋ ଛୁଆକୁ ଏକ ଦମ ଭୁଲି ଯାଇଛନ୍ତି କି କଣ ଆମକୁ ଆଉ ସେ ମନେ ପକାଉ ନାହାଁନ୍ତି। ସବୁ ମୂଳରେ ମୋ ଶାଶୁ ଶଶୁର ନହେଲେ ମୋ ସ୍ୱାମୀ ଜମା ସେମିତିକା ନୁହଁନ୍ତି। ଏପରି କିଛି ଅଭିଯୋଗ କରିଛନ୍ତି ସ୍ତ୍ରୀ। ସ୍ତ୍ରୀ ଭଲ ପାଇ ବିବାହ କରିଥିଲେ। ଦୁହିଁଙ୍କ ବିବାହକୁ ପରିବାର ଲୋକେ ସ୍ୱୀକୃତି ବି ଦେଇଥିଲେ ହେଲେ କଣ ହେଲା କେଜାଣି ହଟାତ ସ୍ୱାମୀ ଙ୍କୁ ଶିଖାଇ ତାଙ୍କ ସୁନା ସଂସାରକୁ ଚୁନା କରି ଦେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ।

କାନ୍ଥରୁ ଲିଭିନି ବାହାଘରରେ ଅଙ୍କା ଯାଇଥିବା ପ୍ରଦୀପ ସହିତ କୁନିଙ୍କ ନାଁ। ହେଲେ ସମ୍ପର୍କରେ ପଡିଯାଇଛି ଭଟା। ଯାହାଙ୍କ ହାତ ଧରି ଯାହାଙ୍କ ଉପରେ ବିଶ୍ୱାସ କରି କୁନି ସାତ ଜନ୍ମର ସାଥି ହୋଇଥିଲେ।ପ୍ରଦୀପ ଆଜି ଆଉ କାହା ପାଇଁ ତାଙ୍କୁ ଓ ତାଙ୍କ ଭଲ ପାଇବାକୁ ଭୁଲି ଯାଇଥିବା କୁନି ଅଭିଯୋଗ କରିଛନ୍ତି। ଆଉ କୁନି କହୁଛନ୍ତି କି ମୋ ସ୍ୱାମୀ ନିରିହ ମୁଁ ଜାଣିଛି ସେ ଏମିତି ମୋ ସହ କି ମୋ ୪ ବର୍ଷର ପିଲା ସହ ଆଦୌ କରି ପାରିବେ ନାହିଁ। ହେଲେ ମୋ ଶାଶୁ ଶଶୁର ମୋ ସ୍ୱାମୀଙ୍କୁ କି ମନ୍ତ୍ରଣା ଦେଲେ କେଜାଣି ମୋ ସ୍ୱାମୀ ମତେ ଭୁଲି ଗଲେ।

ମୋ ଛୁଆର ଦେହ ଖରାପ ଥିଲା ମୁଁ ମୋ ବାପାଙ୍କ ଥିଲି ଆଉ ମୋ ଅନୁପସ୍ଥିତର ସୁଯୋଗ ନେଇ ମୋ ସ୍ୱାମୀଙ୍କୁ ମୋ ଶାଶୁ ଶଶୁର ଶିଖାଇ ଆଉ ଜଣେ ପର ସ୍ତ୍ରୀ ସହ କେଉଁ ଆଡେ ବିଦା କରିଦେଇଛନ୍ତି। ନିଜେ ମଧ୍ୟ କେଉଁ ଆଡେ ଚାଲିଯାଇଛନ୍ତି ମୁଁ ଘରେ ଛୁଆକୁ ଧରି ଏକା ରହିଛି। ମତେ ମୋ ସ୍ୱାମୀ ଦରକାର ଆଉ ମତେ ନ୍ୟାୟ ଦରକାର। ମୁଁ ଚାହେଁ ମତେ ନ୍ୟାୟ ଦେଇ ମୋ ଉଜୁଡି ଯାଉଥିବା ସଂସାରକୁ ସଜାଡି ଦିଅନ୍ତୁ। ତେବେ ଦେଖିବାକୁ ବାକି ରହିଲା କୁନିଙ୍କ ସ୍ୱାମୀ କୁନିଙ୍କ ପାଖକୁ କେବେ ଫେରୁଛନ୍ତି।

Leave a Reply

Your email address will not be published. Required fields are marked *