ପ୍ରେମିକାକୁ ମିଛ ବିଷ କହି ସତ ବିଷ ଦେଇ ମାରିଦେଲା ପ୍ରେମିକ। ଧନ୍ୟ ସେ ପ୍ରେମକୁ।

କିଏ ବିଶ୍ୱାସରେ ବିଷ ଦେଇ ଜଳିବାକୁ ଛାଡିଦିଏ ହେଲେ ତୁ ମତେ ସତରେ ବିଷ ଦେଇ ମାରିଦେଲୁ। କିଏ ପ୍ରେମରେ ପ୍ରତାରଣା କରେ କିନ୍ତୁ ତୁ ପ୍ରତାରଣାର ସୀମା ଲଙ୍ଘନ କଲୁ। କିଏ ପ୍ରେମରେ ଛଳାନା କରେ ହେଲେ ତୁ ମୋ ସାମ୍ନାରେ ଛଳନା କରି ମତେ ନକଲି ବିଷ କହି ଅସଲି ବିଷ ଦେଇ ଦେଲୁ। ମୁଁ ତତେ ଅନ୍ଧ ଭଳି ବିଶ୍ୱାସ କରୁଥିଲି ହେଲେ ମୁଁ କଣ ଜାଣିଥିଲି ତୁ ଗୋଟେ ରାକ୍ଷାସ ବୋଲି। ମତେ କଣ ଜଣା ଥିଲା ତୋ ମନରେ ପ୍ରେମ ନୁହେଁ ବିଷ ଅଛି ବୋଲି।

ମୁ କଣ ଜାଣିଥିଲି ତୁ ଭଲ ପାଇ ମୋ ଜୀବନ ନେଇଯିବୁ ବୋଲି। ତୋତେ ଭଲ ପାଇ ବହୁତ ବଡ଼ ଭୁଲ କରିଦେଲି ଆଉ ଶେଷରେ ତୋ ପାଇଁ ହିଁ ମୋ ଜୀବନ ଚାଲିଗଲା। ଉପରେ ଥାଇ ମୁଁ ତତେ କେବେ ହେଲେ କ୍ଷମା କରି ପାରିବି ନାହିଁ। କେଉଁ ଭୁଲର ଶାସ୍ତି ତୁ ମତେ ଦେଲୁ। କେଉଁ ଭୁଲ ର ତୁ ପ୍ରତିଶୋଧ ନେଲୁ। ମୋର ଭୁଲ କଣ ଥିଲା। ତତେ ନିଜଠୁ ଅଧିକା ବିଶ୍ୱାସ କରିବା ନା ତତେ ନିସ୍ୱାର୍ଥରେ ଭଲ ପାଇବା। କେଉଁ ଭୁଲ ପାଇଁ ତୁ ମତେ ମୋ ବାପାଙ୍କ ପାଖରୁ ସବୁଦିନ ପାଇଁ ଛଡେଇ ନେଲୁ।

ମୁଁ ଉପରେ ଥାଇ ଭାବୁଛି ମୁଁ ତୋ ଭଲ ପାଇବାକୁ ପ୍ରତ୍ୟାଖ୍ୟାନ କରି ଠିକ କରିଥିଲି ହେଲେ ତୁ ମୋତେ ଏତେ ଭଲ ପାଉ ବୋଲି ଯେଉଁ ବାରମ୍ବାର ଦେଖେଇ ହେଲୁ ଶେଷରେ ତୋ ପ୍ରତି ମୋ ମନରେ ଭଲ ପାଇବା ସୃଷ୍ଟି ହେଲା ହେଲେ ମୁଁ କଣ ଜାଣିଥିଲି ତତେ ଭଲ ପାଇଲେ ଦିନେ ମୋ ଜୀବନ ଅକାଳରେ ଚାଲିଯିବ।

ମୁଁ କଣ ଜାଣିଥିଲି ତୁ ଏଡ଼େ ଧୋକେବାଜ ମୋ ଜୀବନ ଜୀବନ ନେଇଯିବୁ ବୋଲି। ତୁ ସିନା ମୋ ଜୀବନବ ନେଇ ଖୁସି ହେଲୁ ହେଲେ ଜା ଦେଖି ଆସିବୁ ମୋ ଘର କେମିତି କାନ୍ଦ ବୋବାଲିରେ ଫାଟି ପଡୁଛି। ମୋ ମା ମୋ ପାଇଁ କାନ୍ଦି କାନ୍ଦି ତଳେ ଲୋଟି ପଡୁଛି ଘଣ୍ଟା କୁ ଘଣ୍ଟା ତାର ହୋସ ଉଡିଯାଉଛି। କି ଭୁଲ କରିଥିଲେ ମୋ ପରିବାର ଲୋକେ ତୋର। କି ଭୁଲ କରିଥିଲେ ମୋ ବାପା ମା ତୋର କାହିଁକି ମୋତେ ମୋ ମା ବାପାଙ୍କ ଠୁ ଛଡେଇ ନେଇ ମୋ ମା ବାପାଙ୍କ କୋଳ ଖାଲି କରିଦେଲୁ।

ଦର୍ଶକ ବନ୍ଧୁ ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେଇପୁର ଗ୍ରାମରୁ । ଏହି ଗ୍ରାମର ପ୍ରିୟଙ୍କାଙ୍କୁ ଏହି ସେହି ଗ୍ରାମର ଆକାଶ ଲେଙ୍କା ଦୁଇ ବର୍ଷ ହେବ ଭଲ ପାଇ ଆସୁଥିଲେ। ଆଉ ଦୁହିଁଙ୍କ ସମ୍ପର୍କକୁ ଯୁବତୀଙ୍କ ପରିବାର ଲୋକେ ଗ୍ରହଣ କରୁନଥିବା ବେଳେ ଯୁବକଙ୍କ ପରିବାର ଲୋକଙ୍କୁ ଡାକି ଜଣାଇଥିଲେ କି ତାଙ୍କ ପୁଅକୁ ତାଗିଦ କରି ରଖିବାକୁ। ମାତ୍ର ଏହା ପରେ ଯୁବକ ଜଣଙ୍କ ଉକ୍ତ ଯୁବତୀଙ୍କୁ ଏକ ବିଷ ବୋତଲ ଦେଇ କହିଥିଲେ ଆକୁ ତୋ ଘର ଲୋକଙ୍କ ଆଗରେ ପିଇ ଦେବୁ ଏ ବିଷ ପିଇଲେ ତୋର କିଛି ହେବନି ହେଲେ ତୋ ପରିବାର ଲୋକେ ଆମ ସମ୍ପର୍କକୁ ମାନି ନେବେ।

ଯୁବତୀଙ୍କ ବାପାଙ୍କ କହିବା ଅନୁଯାୟୀ ଉକ୍ତ ଯୁବତୀ ଜଣଙ୍କ ପ୍ରେମକଙ୍କ କଥାକୁ ବିଶ୍ୱାସ କରି ଯୁବକ ଦେଇଥିବା ବିଷ ବୋତଲ କୁ ପରିବାର ଲୋକଙ୍କୁ ଡରେଇ ରାଜି କରିବା ପାଇଁ ଘର ଲୋକଙ୍କ ସାମ୍ନାରେ ପିଇ ଦେଇଥିଲା। ଏହା ପରେ ଯୁବତୀଙ୍କୁ ପରିବାର ଲୋକେ ଡାକ୍ତରଖାନା ନେଇଯାଇଥିଲେ ସେଠାରେ ଯୁବତୀ ତାଙ୍କ ପରିବାର ଲୋକଙ୍କୁ କିଛି ଏପରି କହିଥିଲେ ଯାହା ଯୁବତୀଙ୍କ ବାପା ଉକ୍ତ ଯୁବକଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ଆଉ କହିଛନ୍ତି ତାଙ୍କ ଝିଅକୁ ବିଷ ପିଇବାକୁ ପର୍ବତାଇ ଆକାଶ ତାଙ୍କ ଝିଅକୁ ମାରି ଦେଇଛି। ଆକାଶଙ୍କ କହିବା ଅନୁଯାୟୀ ତାଙ୍କ ଝିଅ ବିଷ ପିଇଦେଇଥିଲା। ଆଉ ଡାକ୍ତରଖାନାରେ ଜୀବନ ସହ ସଂଘର୍ଷ କରି ଶେଷରେ ସବୁଦିନ ପାଇଁ ଆଖି ବୁଝିଦେଇଥିଲେ ଯୁବତୀ। ତେବେ ପରିବାର ଲୋକେ ଏବେ ନ୍ୟାୟ ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *