ପାଠ ପଢ଼ାଇବେ ନା ପୋର୍ନ ରେ କାମ ….. ପିଲାର ଡ୍ରେସ କୁ ନେଇ ଅସନ୍ତୋଷ ପ୍ରକାଶ କଲେ ବାପା

ଦେଶ ଦୁନିଆରେ ସ୍କୁଲ ପିଲାଙ୍କ ପାଇଁ ଏକ ଡ୍ରେସ କୋଡ଼ ରହିଥାଏ । ଏହି ଡ୍ରେସ କୋଡ଼ ପିଲାଙ୍କ ମଧ୍ୟରେ ସମାନତା ଆଣିବା ପାଇଁ ଲାଗୁ କରାଯାଇ ଥାଏ । ପୁଣି ଅନ୍ୟ ପକ୍ଷରେ ପିଲାଙ୍କ ମାତା ପିତା ମଧ୍ୟ ବିନା ଚିନ୍ତାରେ ରହନ୍ତି ଯେ ଏକା ଭଳି ଡ୍ରେସ କୋଡ଼ କାରଣରୁ ତାଙ୍କ ପିଲାଙ୍କ ଧ୍ୟାନ ଅନ୍ୟ ଗତିବିଧି ଉପରକୁ ଯାଇ ନଥାଏ ।

ମାତ୍ର ଏହାରି ମଧ୍ୟରେ ଜଣେ ପିତା ନିଜ ଝିଅର ସ୍କୁଲ ଅଧିକାରୀ ଙ୍କ ଉପରେ ଝିଅକୁ ଅଶ୍ଳୀଳ ଡ୍ରେସ ପିନ୍ଧାଇବା ର ଅଭିଯୋଗ ଲଗାଇ ଚର୍ଚ୍ଚା ସୃଷ୍ଟି କରିଛନ୍ତି । ଏହି ମାମଲାରେ ଝିଅର ପିତାଙ୍କ କହିବା କଥା ଯେ ତାଙ୍କ ଝିଅକୁ ସ୍କୁଲ ଶିକ୍ଷକ ମାନେ ଜୋର ଜବରଦସ୍ତ ଅଧିକ ଟାଇଟ ପ୍ୟାଣ୍ଟ ପିନ୍ଧାଇଥିଲେ ।

ଏହି ଖବର ୟୁକେ ର ପ୍ଲାଇମାଉଥ ରେ ସ୍ଥିତ ସ୍କୋଟ ମେଡିକାଲ ଏଣ୍ଡ ହେଲଥକେୟାର କଲେଜ ରୁ ସାମ୍ନାକୁ ଆସିଛି । ସହରର ଏକ ଲୋକଲ ମିଡିଆରେ ଛପା ଯାଇଥିବା ଖବର ମୁତାବିକ ପିତାଙ୍କ ଆରୋପ ରହିଛି ଯେ ତାଙ୍କ ଝିଅ କୁ ଜୋର ଜବରଦସ୍ତ ଡ୍ରେସ ବାହାର କରିବାକୁ କହି ଟାଇଟ ପ୍ୟାଣ୍ଟ ପିନ୍ଧିବାକୁ କୁହାଯାଇଛି । ସ୍କୁଲରେ ଝିଅଙ୍କ ପ୍ୟାଣ୍ଟ ବଦଳାଇ ତାଙ୍କୁ ଏପରି ପ୍ୟାଣ୍ଟ ଦିଆଯାଉଥିଲା ଯାହା ଅଧିକ ଟାଇଟ ଲାଗୁଥିଲା । ଝିଅର ପିତାଙ୍କର ଆରୋପ ରହିଛି ଯେ ସେହି ପ୍ୟାଣ୍ଟ ଖୁବ ଅଶ୍ଳୀଳ ଥିଲା ।

ଏହି ମାମଲାରେ ନିଜ ଝିଅ ଏବଂ ନିଜର ପରିଚୟ କୁ ଗୁପ୍ତ ରଖି ବ୍ୟକ୍ତି ଜଣକ ସ୍କୁଲର ପୋଲିସି ମୁତାବିକ ସମସ୍ତ ଛାତ୍ର ଙ୍କୁ ଏପରି ପ୍ୟାଣ୍ଟ ପିନ୍ଧାଇ ଥିଲେ । ଯେଉଁଥିରେ ତାଙ୍କ ଫ୍ୟାଣ୍ଟ ତାଙ୍କ ଜୋତା କୁ ଟଚ କରୁଥିବ । ଏହାସହିତ ମଝିରେ ଗୋଡ଼ ର କୌଣସି ଅଂଶ ଯେପରି ନଜର ନଆସିବ । ତାଙ୍କ ପିତା କହିଛନ୍ତି ଯେ ଡ୍ରେସ କୋଡ଼ ରେ ଏହି ପରିବର୍ତ୍ତନ କ୍ରିସମାସ ସମୟରେ ଦେଖା ଯାଇଥିଲା । ଏବଂ କିଛି ଦିନ ପୂର୍ବରୁ ସେ ନିଜ ଝିଅ ପାଇଁ ନୂଆ ଡ୍ରେସ କିଣିଥିଲେ । ତାଙ୍କ ପାଖରେ ସେତେବେଳେ ସେତେ ଟଙ୍କା ମଧ୍ୟ ନଥିଲା ଯେମିତି ସେ ସେତିକି ବେଳେ ହିଁ ଡ୍ରେସ କିଣି ପାରିବେ । ଏହି କାରଣରୁ ଝିଅ ପୁରୁଣା ଡ୍ରେସ କୋଡ଼ ପିନ୍ଧୁଥିଲା ।

ସ୍କୁଲ ଉପରେ ପିତା ଲଗାଇଲେ ଏପରି ଅଭିଯୋଗ :-

ଏତେ ସବୁ ହେବା ପରେ ସ୍କୁଲ ଅଧିକାରୀ ମାନେ ସେହି ବ୍ୟକ୍ତିଙ୍କ ଝିଅକୁ ଜାନୁଆରୀ ୭ ରେ ଜୋର ଜବରଦସ୍ତ ଡ୍ରେସ ବଦଳାଇବାକୁ ବାଧ୍ୟ କରିଥିଲେ । ତାହା ବଦଳରେ ତାଙ୍କ ଝିଅକୁ ଯେଉଁ ଡ୍ରେସ ପିନ୍ଧା ଯାଇଥିଲା ତାହା ବାସ୍ତବରେ ପୁଅଙ୍କ ଡ୍ରେସ ଥିଲା । ଯାହାକି ତାଙ୍କୁ ଖୁବ ଟାଇଟ ହେଉଥିଲା । ସେହି ଝିଅଟି ଯେତେବେଳେ ନିଜ ଫୋଟ ନିଜ ପିତାଙ୍କୁ ପଠାଇଲେ ତାହା ସାଧାରଣ ଭାବରେ କୌଣସି ପୋର୍ନ ଫିଲ୍ମ ର ଷ୍ଟାର ଙ୍କ ଡ୍ରେସ ଭଳି ଲାଗୁଥିଲା ।

ଏହା ଦେଖିବା ମାତ୍ରେ ହିଁ ଝିଅର ପିତା ଖୁବ ଉତ୍ୟକ୍ତ ହୋଇ ଯାଇଥିଲେ । ସେ ତୁରନ୍ତ ତାଙ୍କ ଝିଅକୁ ସେହି ଡ୍ରେସ ବଦଳାଇବାକୁ କହିଲେ ଏବଂ ଅଭିଯୋଗ ମଧ୍ୟ କରିଥିଲେ । ଏହି ମାମଲାକୁ ନେଇ ଯେତେବେଳେ ସ୍କୁଲ ଅଥୋରିଟିଙ୍କୁ ଯୋଗାଯୋଗ କରାଯାଇଥିଲା ସେ କହିଥିଲେ ଯେ ସେହି ଛାତ୍ର ମାନେ ନିୟମ ଅନୁସାରେ ଡ୍ରେସ ପିନ୍ଧି ନଥିଲେ । ତେଣୁ ତାଙ୍କୁ ଡ୍ରେସ ଚେଞ୍ଜ କରିବାକୁ କୁହାଯାଇଥିଲା । ମାମଲାର ସତ୍ୟତା ଜଣା ପଡ଼ିବା ପରେ ସ୍କୁଲ ଝିଅର ପିତାଙ୍କୁ ଟଙ୍କା ଅଫର କରିଛନ୍ତି । ଏହି ମାମଲା ବର୍ତ୍ତମାନ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।

Leave a Reply

Your email address will not be published. Required fields are marked *