କାମ୍ବୋଡିଆର ବାବା ଖେମ ଭେସନା ଲୋକମାନଙ୍କୁ ବିନାଶର ତାରିଖ କହିଛନ୍ତି।

ଖେମ ଭେସନାଙ୍କ କହିବାନୁସାରେ ଖୁବ ଶୀଘ୍ର ପୃଥିବୀ ନ-ଷ୍ଟ ହେଇଯିବ। ତାଙ୍କ କହିବାନୁସାରେ ଗୋଟେ ବନ୍ୟା ଆସିବ ସେଇ ବାତ୍ୟାରେ ସବୁକିଛି ନ-ଷ୍ଟ ହେଇଯିବ। ଖେମ ଭେସନା ଦାବି କରି କହିଥିଲେ ଯେ ସେ ହିଁ କେବଳ ଲୋକମାନଙ୍କୁ ବଞ୍ଚାଇ ପାରିବେ। ସେଥିପାଇଁ ସେ ସୋସିଆଲ ମିଡିଆର ସାହାଯ୍ୟ ନେଇ ଲୋକମାନଙ୍କୁ ବୁଡ଼ିଯିବାର ଭ-ୟ ଦେଖାଇ ଶହ ଶହ ଲୋକଙ୍କୁ ନିଜ ଘରେ ରଖିଥିଲେ।

‘ଦେଲି ଷ୍ଟାର’ରେ ପ୍ରକାଶିତ ରି-ପୋର୍ଟ ଅନୁସରେ ଖେମ ଭେସନା ନିଜ ଫେସବୁକ ପେଜରେ ଏସବୁ କଥା କହିଛନ୍ତି। ସେ ଦାବି କରିଛନ୍ତି ଯେ ସେ ରାତିରେ ଶୋଇପାରୁ ନାହାଁନ୍ତି କାରଣ ତାଙ୍କ ମେରୁଦଣ୍ଡରେ ଗୋଟେ କଳା ଗାତ ହେଇଛି।ପ୍ରତିଦିନ ସେ ସେହି ଛିଦ୍ର ଆଡକୁ ଟାଣି ହେଇ ଯାଉଛନ୍ତି। ଏଥିରୁ ସେ ଜାଣିପାରୁଛନ୍ତି କି ଖୁବ୍ ଶୀଘ୍ର ସମଗ୍ର ବିଶ୍ୱ ଏହି ଗାତ ରେ ପଶିଯିବ। ଯଦି ଲୋକମାନେ ନିଜ ଜୀବନ ବଞ୍ଚାଇବାକୁ ଚାହାଁନ୍ତି, ତେବେ ସେମାନେ ମୋ ପାଖକୁ ଆସି ପାରିବେ ଯୋଉଠିକି ବିପ-ଦର କୌଣସି ପ୍ର-ଭାବ ପଡ଼ିବ ନାହିଁ।

କାମ୍ବୋଡିଆର ବାବା ଖେମ ଭେସନାଙ୍କୁ ଚାରି ଲକ୍ଷରୁ ଅଧିକ ଲୋକ ଫେସବୁକରେ ଅନୁସରଣ କରିଛନ୍ତି। କାମ୍ବୋଡିଆ ବ୍ୟତୀତ ଅନ୍ୟ ଦେଶର ଲୋକମାନେ ମଧ୍ୟ ଏ ବିଷୟରେ ଚିନ୍ତା କରୁଛନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକମାନେ ବର୍ତ୍ତମାନଠାରୁ ତାଙ୍କ ଘରେ ଏକାଠି ହେବା ଆରମ୍ଭ କରି ଦେଇଛନ୍ତି। ଲୋକମାନେ କହୁଛନ୍ତି ଯେ ବାବା ସବୁବେଳେ ସତ କଥା କୁହନ୍ତି। ତେଣୁ ସେମାନେ ନିଶ୍ଚିତ ଯେ ଭେସନା ସେମାନଙ୍କୁ ବିନା-ଶର ବନ୍ୟା ପରିସ୍ଥିତିରୁ ର-କ୍ଷା କରିବେ।

ହିନ୍ଦୁ ଧର୍ମର ବିଶ୍ୱାସ ଅନୁଯାୟୀ, ଖେମ ଭେସନା ନିଜକୁ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ଅର୍ଥାତ୍ ବ୍ରହ୍ମାଙ୍କର ଏକ ଅବତାର ବୋଲି କହୁଛନ୍ତି। ଆଶ୍ଚର୍ଯ୍ୟର କଥା ତାଙ୍କ ଘରେ ଏବଂ ଆଖପାଖରେ ସବୁବେଳେ ଶହ ଶହ ଲୋକଙ୍କ ସମାବେଶ ରୁହେ। ଯେଉଁମାନେ ର-କ୍ଷା ପାଇବା ପାଇଁ ଖେମ ଭେସନାଙ୍କ ଘରେ ଜାଗା ପାଇଲେ ନାହିଁ ସେମାନେ ପାଖ ହୋଟେଲ ରେ ରହୁଛନ୍ତି।

କିଛି ଲୋକ ଭେସନାଙ୍କ ଦାବିକୁ ଗମ୍ଭୀରତାର ସହ ନେଇଥିବାର ଜଣାପଡିଛି। ଭେସନା ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି ଯେଉ ଫଟୋରେ ଆପଣ ଦେଖି ପାରିବେ କାମ୍ବୋଡିଆର ଉତ୍ତର ଅଞ୍ଚଳରେ ଅବସ୍ଥିତ ସିମ ରିପ ପ୍ରଦେଶରେ ଥିବା ତାଙ୍କ ଚାଷ ଜମିରେ ବହୁ ଲୋକଙ୍କ ଭିଡ ଦେଖାଉଛି। ସମଗ୍ର ଦେଶକୁ ତୀର୍ଥଯାତ୍ରା କରିବା ପରେ ସେ ଏହି ବନ୍ୟା ବିଷୟରେ ପୂର୍ବାନୁମାନ କରିଥିଲେ ବୋଲି କୁହାଯାଉଛି।

ଏହାକୁ ଭ-ୟ କରି କିଛି ଲୋକ ଦକ୍ଷିଣ କୋରିଆରୁ ମଧ୍ୟ ସେଠାରେ ପହଞ୍ଚିଛନ୍ତି। ବିଶୃ-ଙ୍ଖଳା ବୃଦ୍ଧି ପାଇବା ପରେ ସିଓଲରେ ଥିବା କାମ୍ବୋଡିଆ ଦୂତାବାସ ପ୍ରବାସୀ ଶ୍ରମିକମାନଙ୍କୁ ଭେସନାଙ୍କ ଦାବିକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇ ଘରକୁ ଯିବାକୁ କହିଲେ। ଭେସନାଙ୍କ ଘରେ ୧୫୦୦୦ ରୁ ୨୦୦୦୦ ଲୋକ ଏକାଠି ହେଉଛନ୍ତି ଏବଂ ବାବା ଖେମ ଭେସନା କଥାକୁ ଦୃଢ଼ ଭାବରେ ବିଶ୍ଵାସ କରୁଛନ୍ତି।

Leave a Reply

Your email address will not be published. Required fields are marked *