ଦେଖନ୍ତୁ ରାଣୀ ପଣ୍ଡାଙ୍କ ଗାଁ ଘର ଏବଂ ପରିବାର , ସୋସିଆଲ ମିଡିଆରେ ସେୟାର କଲେ ରାଣୀ ପଣ୍ଡା :-

ଯାତ୍ରା ଜଗତର ଲୋକପ୍ରିୟ ଅଭିନେତ୍ରୀ ତଥା ଡାନ୍ସର ରାଣୀ ପଣ୍ଡାଙ୍କୁ ବା କିଏ ନଜାଣେ । ନିଜର ଡାନ୍ସ ଏବଂ ବୋଲ୍ଡ ଲୁକ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହନ୍ତି । ନିଜ ବ୍ୟକ୍ତିଗତ ଜୀବନ ସହିତ କ୍ୟାରିଅର ପାଇଁ ମଧ୍ୟ ସେ ପ୍ରାୟ ବିବା-ଦରେ ରହନ୍ତି କାରଣ ସେ ସବୁବେଳେ ସ୍ପଷ୍ଟବାଦୀ ଚିନ୍ତାଧାରାରେ ରହନ୍ତି ଏବଂ ଯାହା କହନ୍ତି ତାହା କାହାକୁ ଭ-ୟ ନକରି ରୋକଠୋକ କହନ୍ତି । ଯେଉଁ କାରଣରୁ ସେ ଅନେକ ଥର ବିବା-ଦରେ ରହିଛନ୍ତି । ତଥାପି ସେ ଦୃଢ଼ ଭାବରେ ନିଜ ବ୍ୟକ୍ତିତ୍ୱକୁ ହରାଇ ନାହାଁନ୍ତି ।

ଏମିତିରେ ବି ସେ ଅନେକ ସମୟରେ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଥିବାର ଦେଖା ଯାଆନ୍ତି । ନିଜ ଦୁନିଆରେ ସେ ଖୁବ ଖୁସି ରହନ୍ତି । ତେବେ ସେ ଯେମିତି ଭାବରେ ନିଜ ଯାତ୍ରା ଦୁନିଆକୁ ନେଇ ସବୁବେଳେ ଚର୍ଚ୍ଚାରେ ରହନ୍ତି ସେହିଭଳି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହନ୍ତି । ସେ ନିଜର ବ୍ୟକ୍ତିଗତ ଜୀବନର ସବୁ ଖୁସିର ମୁହୂର୍ତ୍ତକୁ ନିଜ ଫ୍ୟାନ ମାନଙ୍କ ସହ ସେୟାର କରିଥାନ୍ତି । ତେବେ ବର୍ତ୍ତମାନ ତାଙ୍କର ଆଉ କିଛି ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ ଖବର ସୋସିଆଲ ମିଡିଆରେ ଭାଇରଲ ହେଉଛି । ଯେଉଁଥିରେ ରାଣୀ ଙ୍କୁ ନିଜ ଘର ଏବଂ ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରୁଥିବାର ଦେଖା ଯାଇଛି ।

ଏମିତିରେ ତ ତାଙ୍କର ସବୁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥାଏ ତେଣୁ ତାଙ୍କ ପରିବାର ସହିତ ସେ ଯେଉଁ ସମୟ ଅତିବାହିତ କରିଛନ୍ତି ତାହାର ଭିଡ଼ିଓ ମଧ୍ୟ ବେଶ ଭାଇରଲ ହେବାରେ ଲାଗିଛି । ସେଥିରେ ସେ ନିଜ ପରିବାର ସଦସ୍ୟଙ୍କ ସହିତ ମଜା ମସ୍ତି ମଧ୍ୟ କରିଛନ୍ତି ।

ରାଣୀ ଙ୍କ କ୍ୟାରିଅର ସମ୍ବନ୍ଧରେ କହିବାକୁ ଗଲେ ତାଙ୍କ ଫ୍ୟାନ ମାନେ ରାଣୀଙ୍କ ଡାନ୍ସ ସହିତ ତାଙ୍କ ବୋଲଡ଼ ଲୁକ କୁ ମଧ୍ୟ ବେଶ ପସନ୍ଦ କରନ୍ତି । ଯାତ୍ରା ଜଗତରେ ତାଙ୍କ ଲୋକପ୍ରିୟତା ଖୁବ ଅଧିକ ରହିଛି ଏବଂ ସେ ଏଥିପାଇଁ ସାରା ରାଜ୍ୟରେ ପରିଚିତ । କିନ୍ତୁ ରାଣୀ ଏବେ ସୁଦ୍ଧା ବିବାହ କରି ନାହାଁନ୍ତି । ହୁଏତ ତାହାର କାରଣ ସମ୍ବନ୍ଧରେ ସେ କେବେବି ଗଣମାଧ୍ୟମରେ ପ୍ରକାଶ କରି ନାହାଁନ୍ତି । ଆଉ ଏମିତିରେ ତାଙ୍କୁ ଏହା କହିବାର ଦେଖା ଯାଇଛି ଯେ ସେ ଏକୁଟିଆ ଖୁବ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *