ବିବାହ ନ କରି ମଧ୍ୟ ସିନ୍ଦୁର ପିନ୍ଧୁଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା , ଜାଣନ୍ତୁ ଏହା ପଛର କାରଣ

ବଲିଉଡର ସୁପରିଚିତ ରେଖାଙ୍କୁ ସମସ୍ତେ ଭଲ ପାଇଥାନ୍ତି । ତାଙ୍କ ଅଭିନୟର ସମସ୍ତେ ଦିୱାନା ଅଟନ୍ତି । ଦେଶ ତଥା ଦେଶ ବାହାରର କୋଟି କୋଟି ଲୋକଙ୍କ ହୃଦୟରେ ରେଖା ରାଜ୍ କରିଥାନ୍ତି । ତେବେ ତାଙ୍କ ସମୟରେ ଅନେକ ଲୋକ ତାଙ୍କ ଅଭିନୟ ପାଇଁ ତାଙ୍କୁ ଭଲ ପାଇ ବସିଥିଲେ । ତେବେ ଏତେ ସୁନ୍ଦର ତଥା ଲୋକଙ୍କ ହୃଦୟରେ ଘର ବସାଇଥିବା ରେଖା ବିବାହ କରିନାହାଁନ୍ତି ବୋଲି ଆପଣ ଜାଣିଛନ୍ତି କି ନାହିଁ । ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ବିବାହ ନ କରି ମଧ୍ୟ ସେ ସିନ୍ଦୁର ପିନ୍ଧିଥାନ୍ତି । ତେବେ ଆସନ୍ତୁ ଏହା ପଛର କାରଣ ବିଷୟରେ ଜାଣିବା ।

ଆପଣ ମାନେ ସମସ୍ତେ ବଲିଉଡର ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ବିଷୟରେ ନିଶ୍ଚିତ ଭାବରେ ଜାଣିଥିବେ । ସେହି ସମୟରେ ବଲିଉଡ ଜଗତରେ ସେମାନଙ୍କ ପ୍ରେମ କାହାଣୀ ଚର୍ଚ୍ଚିତ ଥିଲା । ଉଭୟେ ଏକାଠି ଅନେକ ସୁପରହିଟ ଚଳଚ୍ଚିତ୍ର ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି । ତେବେ ଆପଣ ମାନେ ଜାଣିଛନ୍ତି କି , ରେଖାଙ୍କୁ ୬୮ ବର୍ଷ ହେଲାଣି । ତଥାପି ସେ କୁଆଁରୀ ଲାଗୁଛନ୍ତି । ଆଉ ଏହା ପଛର ପ୍ରକୃତ କାରଣ ଭଲ ପାଇବା ଅଟେ ।

ତେବେ ଏମିତି ଏକ ସମୟ ଥିଲା , ଯେଉଁ ସମୟରେ ଅମିତାଭ ଏବଂ ରେଖାଙ୍କ ଯୋଡି ହିଟ ଥିଲା ଏବଂ ମାର୍କେଟ ତାଙ୍କର ହିଁ ଥିଲା । ସେମାନଙ୍କୁ ଲୋକେ ଆଜି ବି ସେତିକି ଭଲ ପାଇବା ଦେଉଛନ୍ତି , ଯେତିକି ଆଗରୁ ଦେଉଥିଲେ । ଏହି ଯୋଡି ସମସ୍ତଙ୍କର ପ୍ରିୟ ଯୋଡି ଥିଲା । ତେବେ ଆପଣଙ୍କୁ କହିରଖୁଛୁ ଯେ , ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ କିନ୍ତୁ କୌଣସି କାରଣ ପାଇଁ ବିବାହ କରି ପାରିନଥିଲେ ।

କାରଣ ଅମିତାଭ ବଚ୍ଚନ , ଜୟାଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ସହ ଘର ବସାଇ ଥିଲେ । ତାପରେ ଦୁହେଁ ଖୁସିରେ ନିଜର ଦାମ୍ପତ୍ୟ ଜୀବନ ବିତାଇଲେ । ଆଉ ଏପଟେ ରେଖା ଏକୁଟିଆ ରହିଗଲେ । ଆଜି ମଧ୍ୟ ରେଖା ଏକୁଟିଆ ରହୁଛନ୍ତି । ତେବେ ଏକ ସାକ୍ଷାତକାରରେ ରେଖା କହିଥିଲେ କି , ସେ କଣ ଚାହୁଁଛନ୍ତି ସେଥିରେ କାହାର କିଛି ଫରକ ପଡେନାହିଁ । ତେବେ ସେ ନାମ ନ ନେଇ ଜୟାଙ୍କୁ ଲକ୍ଷ୍ୟ ଭେଦ କରିଥିଲେ ।

ତେବେ ଏତେ କଥା ଜାଣି ସାରିବା ପରେ ଜଣେ ଆଉ ଜଣଙ୍କ ସହ କିପରି ରହିପାରେ । ରେଖା ଏହାପରେ କହିଥିଲେ କି , ଆମେ ପରସ୍ପରକୁ ଭଲପାଇବା କଥା କେହି ଜାଣିଲେ ମଧ୍ୟ ତାଙ୍କର କିଛି ଫରକ ପଡେନାହିଁ । ଲୋକେ ତାଙ୍କ ବିଷୟରେ ଯାହା କିଛି ବି ଭାବିଲେ କୌଣସି ଅସୁବିଧା ନାହିଁ । ତାଙ୍କ ପ୍ରେମ ସୀମିତ ଆଉ ଏହା କାହାକୁ ଦେଖାଇବାର ଆଦୌ ଆବଶ୍ୟକତା ନାହିଁ । ଲୋକେ ରେଖାଙ୍କୁ ପାଗଳ ବୋଲି ମଧ୍ୟ କହିଥାନ୍ତି । କିନ୍ତୁ ସେ ଜାଣିଛନ୍ତି କି , ସେ ଅମିତାଭଙ୍କୁ ଏବଂ ଅମିତାଭ ତାଙ୍କୁ ଭଲ ପାଇଥାନ୍ତି । ଲୋକଙ୍କ କଥାରେ ତାଙ୍କର କିଛି ଯାଏ ଆସେ ନାହିଁ ।

ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ , ଅମିତାଭଙ୍କ ପ୍ରେମରେ ପାଗଳ ରେଖା ବିବାହ କରିନାହାଁନ୍ତି ସତ କିନ୍ତୁ ଅମିତାଭଙ୍କ ପାଇଁ ଆଜି ବି ମଥାରେ ସିନ୍ଦୁର ଲଗାଉଛନ୍ତି ସେ । ସମ୍ପୂର୍ଣ୍ଣ ବିବାହିତା ମହିଳା ଭଳି ସେ ସଜେଇ ହେଉଛନ୍ତି । ଲୋକେ ତାଙ୍କୁ ଅମିତାଭଙ୍କ ନାମରେ ସିନ୍ଦୁର ପିନ୍ଧୁଥିବାର କଥା କହିଥାନ୍ତି । ତେବେ ଏକ ସାକ୍ଷାତକାର ଅନୁଯାୟୀ , ରେଖାଙ୍କୁ ଶାଢ଼ୀ ପିନ୍ଧିବାକୁ ବହୁତ ଭଲ ଲାଗିଥାଏ । ଆଉ ସେଥିପାଇଁ ତାଙ୍କୁ ମଥା ଖାଲି ରଖିବାକୁ ଭଲ ଲାଗେନାହିଁ । ତେଣୁ ଜଣେ ଭାରତୀୟ ମହିଳା ହିସାବରେ ସେ ଏଥିପାଇଁ ସିନ୍ଦୁର ଲଗାଇଥାନ୍ତି । ସେ ନିଜର ସୁନ୍ଦରତା ବୃଦ୍ଧି କରିବାପାଇଁ ସିନ୍ଦୁର ପିନ୍ଧିବା କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *