ଶେଷରେ ସୁମିତ କହିଲେ ‘ କୋର୍ଟ ଯାହା ନିଷ୍ପତ୍ତି ନେବ ତାହା ମୁଁ ମାନିବି ‘ ଦେଖନ୍ତୁ ଭିଡ଼ିଓ :-

ଓଡ଼ିଶାର ବୋହୁ ଚର୍ଚ୍ଚିତ ପାରିବାରିକ କଳହ ସୁମିତ ତପସ୍ୱିନୀ ମାମଲାକୁ ଅନେକ ମାସ ବିତି ଗଲାଣି । କିନ୍ତୁ ତଥାପି କୌଣସି ସମାଧାନ ହୋଇ ପାରିନାହିଁ । ପ୍ରଥମେ ଜିଲ୍ଲା କୋର୍ଟ ପରେ ହାଇକୋର୍ଟକୁ ଯାଇଥିଲା ମାମଲା ମାତ୍ର ତଥାପି କାଉନସେଲିଂ ସତ୍ତ୍ୱେ ବି କୌଣସି ଦୃଢ଼ ସମାଧାନ ବାହାରି ପାରି ନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ଆଉ ଏକ ସୂଚନା ସାମ୍ନାକୁ ଆସିଛି ଯାହାକି ଏକ ଭିଡ଼ିଓ ମାଧ୍ୟମରେ ସୁମିତ କହିଛନ୍ତି । କୋର୍ଟ ଯାହା ନିଷ୍ପତ୍ତି ନେବ ତାହା ସବୁ ସେ ମାନିବେ ବୋଲି କହିଛନ୍ତି ।

ତେବେ ବର୍ତ୍ତମାନର କୋର୍ଟ ନିଷ୍ପତ୍ତି ଅନୁଯାୟୀ ସୁମିତ ଏବଂ ତପସ୍ୱିନୀ ପୁଣି ଏକାଠି ରହିବାକୁ ନିଷ୍ପତ୍ତି ହୋଇଛି । ଯାହା ହେଉ ବୋଲି ଅନେକ ଦିନ ହେବ ତପସ୍ୱିନୀ ଅପେକ୍ଷା କରି ରହିଥିଲେ । ତେବେ ଏନେଇ ଯେତେବେଳେ ସୁମିତଙ୍କୁ ପ୍ରଶ୍ନ କରାଯାଇଛି ସେ ଏପରି କିଛି ମତ ଦେଇଛନ୍ତି । ସେ କହିଛନ୍ତି ଯେ କୋର୍ଟର ନିଷ୍ପତ୍ତିକୁ ସେ ସବୁବେଳେ ମାନ୍ୟ କରି ଆସିଛନ୍ତି ଏବଂ ଆଗାମୀ ସମୟରେ କୋର୍ଟର ନିଷ୍ପତ୍ତି ଯାହା ହେବ ସେ ମାନିବେ ।

ପୁଣି ତାଙ୍କୁ କୁହାଯାଇଛି ଯେ ଯେହେତୁ ନିଜେ ସୁମିତ କହିଛନ୍ତି ଯେ ତପସ୍ୱିନୀ ତାଙ୍କ ପରିବାରର ସଦସ୍ୟ କାରଣ ସେ ତାଙ୍କୁ ବିବାହ କରିଛନ୍ତି ତେଣୁ ତପସ୍ୱିନୀଙ୍କ ଆଖିରୁ ଲୁହ ଆସିଥିଲା ତାହା ଜାଣିଛନ୍ତି କି ନାହିଁ । ଉତ୍ତରରେ ସୁମିତ କହିଛନ୍ତି ‘ କଣ ଆସିଥିଲା ଲୁହ ଆସିଥିଲା କି ନାହିଁ ମୁଁ କିଛିବି ଜାଣି ନାହିଁ । କିନ୍ତୁ ମୁଁ ଯାହା ଦୁଃଖ ଦୁଃଖ ପାଇଛି ତାହା ମୁଁ କୋର୍ଟକୁ ଜଣାଇଛି । ବାକି ସବୁ ମାନ୍ୟବର କୋର୍ଟ ଉପରେ ରହିଲା । କୋର୍ଟ ଯାହା ନିର୍ଦେଶ ଦେଉଛନ୍ତି ମୁଁ ସେଇ ହିସାବରେ ଚାଲିଛି ଏବଂ କାଉନସେଲିଂ ଏବେ ବହୁତ ଭଲ ଚାଲିଛି । ‘

ତେବେ ଏହାକୁ ନେଇ ଆହୁରି ମଧ୍ୟ ସୁମିତ କହିଛନ୍ତି ଯେ ତପସ୍ୱିନୀ ଏବଂ ସୁମିତ ଉଭୟେ ଚାହିଁ ନଥିଲେ କେବେବି କାଉନସେଲିଂ ହୋଇ ପାରି ନଥାନ୍ତା । ତେଣୁ ସେ କିପରି କଣ କାଉନସେଲିଂ ହେଇଛି ତାହାକୁ ବାହାରେ ପ୍ରକାଶ କରିବାକୁ ଇଚ୍ଛା ପ୍ରକାଶ କରି ନାହାଁନ୍ତି । ଏହାପରେ ସେ ଏସବୁ କିଛି ଭଗବାନଙ୍କ ଇଚ୍ଛାରେ ହେଉଛି ବୋଲି ବ୍ୟକ୍ତ କରିଛନ୍ତି ଏବଂ ଆଗକୁ ସବୁକିଛି ଭଲ ହେବ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *