ଶାମିଙ୍କୁ ଛାତିରେ ଲଗାଇଲେ ମୋଦୀ , ୩ ବର୍ଷ ତଳର କୋହକୁ ବାହାର କରିଦେଲେ ଶାମି

ସମସ୍ତ ଭାରତୀୟ ମାନଙ୍କର ବହୁ ପ୍ରତୀକ୍ଷିତ ଦିନ ଥିଲା ୧୯ ନଭେମ୍ବର । ଆଉ ସେହି ଦିନ ଥିଲା ବିଶ୍ଵକପ । ଭାରତବାସୀ ଉତ୍ସାହର ସହିତ ଅପେକ୍ଷା କରିଥିଲେ ଯେ , ଆମ ଭାରତ ଜିତିବ । କିନ୍ତୁ ସବୁ ଭାରତବାସୀଙ୍କ ସ୍ବପ୍ନକୁ ଧୂଳିସାତ କରି ଦେଇଥିଲା ଭାରତୀୟ ଟିମ୍ । ୬ ୱିକେଟରେ ଭାରତକୁ ପରାସ୍ତ କରିଲା ଅଷ୍ଟ୍ରେଲିଆ ଟିମ୍ ଆଉ ହୋଇଗଲା ବିଶ୍ଵକପ ବିଜେତା । କିନ୍ତୁ ଏହାକୁ ଆଶା କରି ନଥିଲେ ପୁରା ଭାରତ ବାସୀ । ତେବେ ଏହି ଖେଳରେ ସମସ୍ତେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ବିଶ୍ଵ ବିଜେତା ହୋଇ ପାରି ନଥିଲେ ।

ତେବେ ଅନ୍ୟ ପକ୍ଷରେ କହିବାକୁ ଗଲେ , ଏହି ଖେଳରେ ମୁଖ୍ୟ ନାୟକ ସାଜିଥିଲେ ମହମ୍ମଦ ଶାମି । ଯିଏ ନିଜର ଦକ୍ଷତା ବଳରେ ଏକୁଟିଆ ୭ଟି ୱିକେଟ ନେଇ ଯାଇଥିଲେ ଆଉ ତାହା ପୁଣି ସେମି ଫାଇନାଲରେ । ତେବେ ଏହା ପରେ ସମସ୍ତେ ଆଶା କରିଥିଲେ ଯେ , ନିଶ୍ଚିତ ଭାବରେ ଭାରତୀୟ ଟିମ୍ ବିଶ୍ଵକପ ବିଜେତା ହେବ । କିନ୍ତୁ ଫାଇନାଲ ରେ ନିଜର ଶତ ପ୍ରତିଶତ ଚେଷ୍ଟା କରିବା ପାଇଁ ଭାରତ ଜିତି ପାରି ନଥିଲା । ଆଉ ମ୍ୟାଚ୍ ଶେଷ ହେବା ପରେ ସମସ୍ତ ଭାରତୀୟ ଖେଳାଳି ମାନଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା ।

କେବଳ ଏତିକି ନୁହେଁ , ମ୍ୟାଚ୍ ଶେଷ ହେବା ପରେ ଯେତେବେଳେ ସମସ୍ତ ଖେଳାଳି ମାନଙ୍କ ମନ ଦୁଃଖ ଥିଲା , ସେତେବେଳେ ଡ୍ରେସିଂ ରୁମ ମଧ୍ୟକୁ ଆସିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଆଉ ସମସ୍ତ ଖେଳାଳି ମାନଙ୍କ ସହିତ କଥା ହୋଇଥିଲେ । ଆଉ ସେମାନଙ୍କୁ ପ୍ରଶଂସା କରି କହିଥିଲେ ଯେ , ଆପଣ ମାନେ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ସେଥିପାଇଁ ମୁଁ ଗର୍ବିତ । ସବୁବେଳେ ଭାଗ୍ୟ ସାଥ ଦେଇ ନଥାଏ । ତେବେ ଏହାପରେ ସେ ମହମ୍ମଦ ଶାମିଙ୍କୁ ମଧ୍ୟ ଛାତିରେ ଲଗାଇ ଥିଲେ ।

ଆଉ ଏତିକି ମଧ୍ୟରେ ଶାମି ମଧ୍ୟ ଭାବିହ୍ୱଳ ହୋଇ ଯାଇଥିଲେ ଆଉ ତାଙ୍କର ମନେ ପଡ଼ି ଯାଇଥିଲା ସେହି ପୁରୁଣା ଦିନର କଥା । ଯେତେବେଳେ ୩ ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀ ହସିନ ଯାହାନ ତାଙ୍କୁ ମ୍ୟାଚ୍ ଫିକ୍ସିଂରେ ଫସାଇ ଦେଇଥିଲେ ଆଉ ତାଙ୍କୁ ଛାଡି ଦେଇ ପଳାଇ ଯାଇଥିଲେ । ସେତେବେଳେ ଶାମି ବହୁତ ଡିପ୍ରେଶନକୁ ଚାଲି ଯାଇଥିଲେ ଆଉ ଖେଳିବା ମଧ୍ୟ ଛାଡି ଦେଇଥିଲେ । ତେବେ ଏହାପରେ ପୁଣି ଥରେ ଶାମି କମବ୍ୟାକ କରିଥିଲେ ଆଉ ହ୍ୟାଟ୍ରିକ କରି ଚାଲିଥିଲେ । ଆଉ ଏବେ ନରେନ୍ଦ୍ର ମୋଦୀ ତାଙ୍କୁ ଛାତିରେ ଲଗାଇବା ପରେ ତାଙ୍କର ସବୁ ଗୋଟି ଗୋଟି କରି ମନେ ପଡ଼ି ଯାଉଛି ।

Leave a Reply

Your email address will not be published. Required fields are marked *