ସେପଟେ ଅଷ୍ଟ୍ରେଲିଆ ହାତେଇଲା ବିଶ୍ଵକପ , ଆଉ ଏପଟେ ଭାରତୀୟ ପ୍ରଶଂସକ ମାନଙ୍କ ଉପରେ ବର୍ଷିଲେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ପତ୍ନୀ

ବିଶ୍ୱକପ ଜିତିବାର ଆଶା ମଉଳି ଗଲା ଆଉ ୬ ଉଇକେଟରେ ଭାରତ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଗଲା । ସବୁକିଛି ଶେଷ ହୋଇଗଲା ଏବଂ ୧୪୦ କୋଟି ଭାରତୀୟ ମାନଙ୍କ ହୃଦୟ ଭାଙ୍ଗି ଗଲା । ଭାରତ ପୁରା ବିଶ୍ଵକପରେ ନିଜର ଶତ ପ୍ରତିଶତ ଦେଇଥିଲା ଆଉ ସବୁଥିରେ ବିଜୟ ହୋଇ ବିଶ୍ଵକପରେ ପ୍ରବେଶ କରିଥିଲା । କିନ୍ତୁ ଫାଇନାଲ ମ୍ୟାଚ୍ ଦିନ ଭାଗ୍ୟ ଭାରତୀୟ ଦଳର ସାଥ ଦେଇ ନଥିଲା ଆଉ ସେମାନେ ହୋଇ ଯାଇଥିଲେ ପରାଜିତ । ଆଉ ଭାଙ୍ଗି ଯାଇଥିଲା ବିଶ୍ଵକପ ଜିତିବାର ସ୍ବପ୍ନ ।

ସେପଟେ ପୁରା କଙ୍ଗାରୁ ଦଳ ଗୋଟିଏ ପରେ ଗୋଟିଏ ହ୍ୟାଟ୍ରିକ ମାରି ହୋଇ ଯାଇଥିଲା ବିଶ୍ଵକପର ବିଜେତା । ଆଉ ଜିତି ନେଇଥିଲା ଟ୍ରଫି । ଏହାକୁ ମିଶାଇ ଷଷ୍ଠ ଥର ପାଇଁ ଅଷ୍ଟ୍ରେଲିଆ ହୋଇ ଯାଇଥିଲା ବିଶ୍ଵକପ ବିଜେତା । କିନ୍ତୁ ନିଜର ତୃତୀୟ ଥର ପାଇଁ ବିଶ୍ଵକପ ଜିତିବା ସ୍ବପ୍ନ ଭାଙ୍ଗି ଚୁରମାର ହୋଇ ଯାଇଥିଲା ଆଉ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୁରା ଭାରତବାସୀ । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଗୋଟିଏ ଜିନିଷକୁ ନେଇ ଭାରି ଚର୍ଚ୍ଚା ।

ଆଉ ତାହା ହେଉଛି ଗ୍ଲେନ ମ୍ୟାକ୍ସୱେଲଙ୍କ ପତ୍ନୀ ବିନୀ ରମଣ । ତାଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । କାହିଁକି ନା ବିନି ଜଣେ ଭାରତୀୟ ହୋଇ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ ଟିମକୁ ସମର୍ଥନ କରିଛନ୍ତି । ଆଉ ଯାହା ପରେ ତାଙ୍କ ଉପରେ ବର୍ଷିଛନ୍ତି ଭାରତୀୟ ପ୍ରଶଂସକ । ତେବେ ଏହାପରେ ଚୁପ୍ ହୋଇ ନାହାଁନ୍ତି ବିନି । ସେ ଜବାବ ଦେଇ କହିଛନ୍ତି ଯେ , କାହାକୁ କିଛି କହିବା ଆଗରୁ ଶହେ ଥର ଭାବନ୍ତୁ । ମୁଁ ଜଣେ ଅଷ୍ଟ୍ରେଲିଆ ବୋହୂ ଆଉ ମୋ ପିଲାର ବାପା ହେଉଛନ୍ତି ଜଣେ ଅଷ୍ଟ୍ରେଲିୟ ।

ତେଣୁ ତାଙ୍କର ବିଜୟରେ ମୁଁ ନିଶ୍ଚିତ ଖୁସି ହେବି । ଏଠାରେ କହିରଖିବୁ ଯେ , ଗ୍ଲେନ ମ୍ୟାକ୍ସୱେଲଙ୍କ ପତ୍ନୀ ବିନି ଭାରତୀୟ ମୂଳ ବାସିନ୍ଦା ଆଉ ସେ ତାମିଲ ପରିବାରରେ ଜନ୍ମ ହୋଇଥିଲେ କିନ୍ତୁ ସେ ଅଷ୍ଟ୍ରେଲିଆରେ ଜନ୍ମ ହେବା ସହିତ ସେଠାରେ ପାଠ ପଢ଼ିଛନ୍ତି । ଏବଂ ୨୦୨୧ ମସିହାରେ ସେ ମ୍ୟାକ୍ସୱେଲଙ୍କ ସହିତ ଦେଖା ହୋଇଥିଲେ ଆଉ କିଛି ମାସ ଦୁହେଁ ଡେଟ କରିବା ପରେ ୨୦୨୨ ମସିହାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ସେପ୍ଟେମ୍ବରରେ ସେମାନଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ।

Leave a Reply

Your email address will not be published. Required fields are marked *