ସୀମା ହାଇଦରକୁ ଜେରା କରୁଛି ATS , ଜେରା ବେଳେ ୧୮ଟି ପ୍ରଶ୍ନ ରେ ଝାଳ ନିଗିଡ଼ିଗଲା…

ନିଜ ପ୍ରେମ ପାଇଁ ଦେଶ ତଥା ସ୍ବାମୀଙ୍କୁ ଛାଡି ଭାରତ ପଳାଇ ଆସିଥିବା ପାକିସ୍ତାନ ଝିଅ ସୀମା ହାଇଦରଙ୍କ ବିଷୟରେ ସମସ୍ତେ ଜାଣି ସାରିଥିବେ । ପ୍ରେମ ଏତେ ତାଙ୍କୁ ପାଗଳ କରି ଦେଇଥିଲା ଯେ , ସେ ଆଉ ନିଜକୁ ସମ୍ଭାଳି ପାରି ନଥିଲେ ଆଉ ନିଜର ସ୍ୱାଭିମାନ ତଥା ନିଜ ଦେଶ ପ୍ରତି ରହିଥିବା ଭଲ ପାଇବା ଭୁଲି ଯାଇ ନିଜ ସୀମା ଅତିକ୍ରମ କରି ଚାଲି ଆସିଥିଲେ ଭାରତ । ତେବେ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ , ଏହା ପ୍ରକୃତ ଭଲ ପାଇବା ନା ୟା ପଛରେ କିଛି ଷଡଯନ୍ତ୍ର ରହିଛି । ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ସୀମାଙ୍କର କିଛି ବି ସମ୍ପର୍କ ନାହିଁ ତ ?

ତେବେ ଏପରି ପରିସ୍ଥିତି ମଧ୍ୟରେ ସୀମା ହାଇଦରଙ୍କୁ କାବୁ କରିଛି ATS ଆଉ ପଚାରି ଚାଲିଛି ଗୋଟିଏ ପରେ ଗୋଟିଏ ପ୍ରଶ୍ନ । ତେବେ ସୂଚନା ଅନୁଯାୟୀ , ସୀମା ହାଇଦରକୁ ଜେରା କରିବା ପାଇଁ ଉଠାଇ ଆଣିଥିଲା ATS । ଆଉ ଶୁଣିବାକୁ ମିଳିଛି କି , ଜେରା ବେଳେ ତାଙ୍କୁ ୧୮ଟି ପ୍ରଶ୍ନ ପଚରା ଯାଇଥିଲା । ଆଉ ଏହାର ଉତ୍ତର ରଖିଥିଲେ ସୀମା ହାଇଦର । ତେବେ ସୂଚନା ଅନୁଯାୟୀ , ତାଙ୍କୁ ପଚରା ଯାଇଥିଲା ସଚିନ୍ ଆଉ ତାଙ୍କ ମଧ୍ୟରେ ପ୍ରେମ କେମିତି ଗଢ଼ି ଉଠିଥିଲା । ଦୁହିଁଙ୍କ ମଧ୍ୟରେ ଭେଟ କେଉଁଠି ହୋଇଥିଲା ।

ସେମାନେ ଦୁହେଁ ଯାଇ କେଉଁଠି ରହିଥିଲେ । ସେମାନେ ବିବାହ କେବେ କରିଥିଲେ ଆଉ କେଉଁଠି କରିଥିଲେ । ସୀମା ଭାରତ ଆସିବା ପୂର୍ବରୁ ତାଙ୍କ ସ୍ଵାମୀ ଆଉ ଚାରି ଜଣ ପିଲା ଥିଲେ କି ନାହିଁ । ସୀମା କାଠମାଣ୍ଡୁର କେଉଁ ହୋଟେଲରେ ସଚିନ୍ ସହ ରହିଥିଲେ । କରାଚିରୁ ସାରଜା ଆଉ ସାରଜା ରୁ କାଠମାଣ୍ଡୁ ମଧ୍ୟରେ ଯାତ୍ରାର କାହାଣୀ କିପରି ଥିଲା । ଏପରି ଆହୁରି ଅନେକ ପ୍ରଶ୍ନର ଘେରରେ ରହିଥିଲେ ସୀମା । ତେବେ ଏବେ ପର୍ଯ୍ୟନ୍ତ ସତ କଣ ଜାଣିବା ପାଇଁ ATS ଚେଷ୍ଟା ଚଳାଇଛି ।

ସେପଟେ ଶୁଣିବାକୁ ମିଳିଛି କି , ପାକିସ୍ତାନରୁ ଧମକ୍ ଆସିଛି ଯେ ଯଦି ସୀମାଙ୍କୁ ପାକିସ୍ତାନ ନ ଛଡ଼ାଯାଏ , ତେବେ ତାଜ୍ ହୋଟେଲ କୁ ପୁଣି ଥରେ ଉଡାଇ ଦିଆଯିବ । ଯାହା ପରେ ସମସ୍ତେ ସତର୍କ ହୋଇ ଉଠିଛନ୍ତି । ଆଉ ଏହାପରେ କଡା ନଜର ରଖିବା ମଧ୍ୟ ଆରମ୍ଭ ହୋଇ ଯାଇଛି । ତେବେ ଏପଟେ ସୀମା ହାଇଦର ମୁହଁରୁ ସତ ବାହାର କରିବା ପାଇଁ ATS ଲାଗି ପଡ଼ିଛି । ଖୁବଶୀଘ୍ର ସତ ଜଣା ପଡ଼ିବ ବୋଲି କୁହାଯାଉଛି । ଆଉ ଯଦି ସୀମା ଦୋଷୀ ବାହାରେ , ତେବେ ଆଗକୁ କଣ ପଦକ୍ଷେପ ନିଆଯିବ , ସେ କଥା କୁହାଯାଇ ପାରିବ ନାହିଁ ।

Leave a Reply

Your email address will not be published. Required fields are marked *