ମୋ ଝିଅ ମୋ ସହିତ ରହିଥିଲେ ବେଶୀ ଖୁସି ହୋଇଥାନ୍ତା…

କହିରଖିବୁ ଯେ ବର୍ତ୍ତମାନ ସମୟରେ ମନୋଜ ମିଶ୍ରଙ୍କର ଏକ ବୟାନ ଯାହାକି ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଥିରେ ମନୋଜ ନିଜର ବ୍ୟକ୍ତିଗତ ଜୀବନ ଠାରୁ ଆରମ୍ଭ କରି କ୍ୟାରିଅର ଏବଂ ନିଜ ଜୀବନର ଆଗକୁ ଥିବା ପ୍ଲାନିଂ ବିଷୟରେ ଖୋଲାଖୋଲି ଭାବରେ କହିଛନ୍ତି । ସେ ଅଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ସୁପରିଚିତ କଳାକାର ଅଟନ୍ତି । ଯାହାଙ୍କ ଅଭିନୟ ଖାଲି ଓଡ଼ିଶାରେ ନୁହେଁ ବଲିଉଡରେ ସମସ୍ତଙ୍କୁ ଜଣା । କିନ୍ତୁ ନିଜର ଏକ ଭିନ୍ନ ସ୍ୱପ୍ନ ରଖିଛନ୍ତି ମନୋଜ । ଯାହାକୁ ସେ ଏକୁଟିଆ ସାର୍ଥକ କରିପାରିବେନି ।

ଯେଉଁଥି ପାଇଁ ସେ ସମଗ୍ର ଓଡ଼ିଶାବାସୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି । ସେ ବାସ୍ତବରେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ସାରା ଦେଶରେ ଏବଂ ବାହାରେ ମଧ୍ୟ ପରିଚିତ କରାଇବାକୁ ଚାହୁଁଛନ୍ତି । ଯାହାକି ସେ ଏକୁଟିଆ କରି ପରିବେ ନାହିଁ । ଏମିତିରେ ବି ତାଙ୍କର ଏକ ନୂତନ ଫିଲ୍ମ ” ମାଇଣ୍ଡ ଗେମ ” ବହୁତ ଶୀଘ୍ର ରିଲିଜ ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ଲୋକେ ଖୁବ ଉତ୍ସାହିତ ଅଛନ୍ତି । ଆଉ ସେହି ଫିଲ୍ମରେ ଓଡ଼ିଶା ବାହାରର କଳାକାର ମାନେ ଅଭିନୟ ପ୍ରଦର୍ଶନ କରିଛନ୍ତି । ମନୋଜ ମିଶ୍ରଙ୍କର ଏହି ଫିଲ୍ମକୁ ନିଶ୍ଚିତ ଭାବରେ ଲୋକେ ଦେଖିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଛନ୍ତି ।

ଆଉ ଏପଟେ ଯେତେବେଳେ ତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶ୍ନ କରାଯାଇଛି , ସେତେବେଳେ ସେ କହିଛନ୍ତି ଯେ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ମଧ୍ୟରେ ହେବାକୁ ଥିବା ଛାଡ଼ପତ୍ର ମାମଲା ବର୍ତ୍ତମାନ କୋର୍ଟରେ ଚାଲିଛି ଯାହାକି ଆପୋସ ବୁଝାମଣାରେ ହୋଇଛି । ତାଙ୍କ ଝିଅ ତାଙ୍କ ସ୍ତ୍ରୀଙ୍କ ପାଖରେ ରହନ୍ତି , କିନ୍ତୁ ତାଙ୍କ ଝିଅ ତାଙ୍କୁ ନେଇ ସବୁବେଳେ ଗର୍ବିତ ଏବଂ ଖୁସି ହେଉଥିବା ସେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ମନୋଜ ମିଶ୍ର ଖୋଲାଖୋଲି ଭାବରେ କହିଛନ୍ତି ଯେ ମାଇଣ୍ଡ ଗେମ ଫିଲ୍ମକୁ ଲୋକେ ନିହାତି ଦେଖିବେ । ଆଉ ଯଦି ତାହାକୁ ଲୋକେ ପସନ୍ଦ ନକଲେ ତେବେ ସେ ପୁଣି ଆଉ ଏକ ଫିଲ୍ମ ନେଇ ଆସିବେ । ଯେତେ ପର୍ଯ୍ୟନ୍ତ ଦର୍ଶକ ତାହା ନଦେଖିଛନ୍ତି ସେତେ ପର୍ଯ୍ୟନ୍ତ ସେ ଏହିଭଳି ଭଲ ଭଲ ଫିଲ୍ମ ନେଇ ଆସୁଥିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *