ସିନ୍ଦୂର ଡବାରେ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ ସ୍ବାମୀ ହେବେ ଧନବାନ। ମିଳିବ ସୁଖଶାନ୍ତି।

ବନ୍ଧୁମାନେ ଆଜି ଆମେ ଜାଣିବା ସିନ୍ଦୂରର ବ୍ୟବହାର ଯାହା ଏକ ବିବାହିତ ନାରୀର ସ୍ୱରୂପ। ଋତୁସ୍ରାବ ବେଳେ ସିନ୍ଦୂର ଲଗେଇବା କି ନାହିଁ। ଏହାସହ ସିନ୍ଦୂର ଲଗେଇବା ବେଳେ କିଛି ଭୁଲକୁ ଅଣ ଦେଖା କରନ୍ତୁ ନାହିଁ କାରଣ ଏହା ଆପଣଙ୍କର ପରିବାରକୁ କଷ୍ଟ ଦେଇଥାଏ। ଏହା ଆପଣଙ୍କ ସ୍ବାମୀଙ୍କ ମୃତ୍ୟୁର କାରଣ ବନି ପାରେ। ଏହା ଆପଣଙ୍କ ସ୍ବାମୀଙ୍କ ଠାରୁ ଦୁରତାର କାରଣ ମଧ୍ୟ ହୋଇଥାଏ।

ବିବାହ ସମୟରେ ସିନ୍ଦୁର ଦାନ କରିବା ବିଧି ବହୁତ୍ ଶୁଭ ଦାୟକ। ଥରେ ବିବାହ ପରେ ସବୁ ମହିଳାଙ୍କୁ ବିବାହ ପରେ ସୁନ୍ଦର ଲଗେଇବା ବିଧେୟ। ଧାର୍ମିକ ମାନ୍ୟତା ଅନୁଯାୟୀ ସିନ୍ଦୂର ଲାଗିବାର ବହୁତ୍ ନିୟମ ମାନ ରହିଛି।

ଯେଉଁ ମହିଳା ସିନ୍ଦୂର ଲାଗନ୍ତି ନାହିଁ ଏପରି ମହିଳାଙ୍କ ସ୍ବାମୀଙ୍କୁ ଧନ ଏବଂ ସ୍ବାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମାନ ଦେଖିବାକୁ ମିଳେ। ବିବାହିତ ମହିଳାଙ୍କୁ ସିନ୍ଦୂର ନିଜ ପଇସାରେ ଲଗେଇବା ଉଚିତ୍।

ବିବାହିତ ମହିଳାଙ୍କୁ କୌଣସି ଅନ୍ୟ ମହିଳାର ସିନ୍ଦୂର ଆଣି ଲଗେଇବା ଅନୁଚିତ୍। ଏହା ବହୁତ୍ ଅସୁବିଧା ହୋଇଥାଏ। ଏଥି ଲାଗି ତାଙ୍କ ସ୍ବାମୀଙ୍କୁ ବହୁତ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ଉପହାରାରେ ମିଳିବା ସିନ୍ଦୂର ଲଗେଇବା ଠାରୁ ବଞ୍ଚିତ ରହିବା ଉଚିତ୍।

ମହିଳାଙ୍କୁ ସିନ୍ଦୂର ଲଗେଇ ଗାଧେଇବା ଅନୁଚିତ୍। ଗାଧେଇ ସାରି ପୂଜା ପାଠ ପରେ ସିନ୍ଦୂର ଲଗେଇବା ଉଚିତ୍ ହୋଇଥାଏ। ସିନ୍ଦୂର ଲଗେଇବା ବେଳେ ସବୁବେଳେ ସ୍ଵାମୀଙ୍କର ଲମ୍ବା ଆୟୁ ଏବଂ ତାଙ୍କର ସମ୍ମାନ ବିଷୟରେ ଚିନ୍ତା କରିବା ଉଚିତ୍। ଏହା ଦ୍ଵାରା ତାଙ୍କର ଭାଗ୍ୟ ଚମକି ଥାଏ। ସିନ୍ଦୂର ନଲଗେଇଲେ ଏହାର ଅପମାନ ହୋଇଥାଏ। ସିନ୍ଦୂର ତଳେ ପଡିବା ବହୁତ୍ ବଡ଼ ଅଶୁଭ ହୋଇଥାଏ। ଏଥିପାଇଁ ଏହାକୁ ସବୁବେଳେ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ। ଏହାକୁ ଏପରି ଜାଗାରେ ରଖନ୍ତୁ ଯେପରି ପିଲାଙ୍କ ହାତ ବାଜି ଏହା ତଳେ ପଡ଼ିବ ନାହିଁ।

କାହା ସାମ୍ନାରେ ସିନ୍ଦୂର ଲଗାନ୍ତୁ ନାହିଁ। କାହା ଆଗରେ ସିନ୍ଦୂର ଲଗେଇବା ଦ୍ଵାରା ଆପଣଙ୍କ ସିନ୍ଦୂରରେ ନଜର ଲାଗିଥାଏ। ମୁଣ୍ଡରେ ଓଢ଼ଣୀ ଦେଇ ସବୁବେଳେ ସିନ୍ଦୂର ଲଗାନ୍ତୁ। ମଥାରେ ଶୁଖିଲା ସିନ୍ଦୂର ଲଗାନ୍ତୁ ବା ତରଳ ସିନ୍ଦୂରର ବ୍ୟବହାର କରନ୍ତୁ ନାହିଁ। ଭୁଲରେ ସିନ୍ଦୂର ତଳେ ପଡ଼ିଗଲେ ତାକୁ ଏକାଠି କରି ରଖନ୍ତୁ ଏବଂ ମାତା ପାର୍ବତୀଙ୍କୁ କ୍ଷମା ମାଗନ୍ତୁ।

ଶୁଖିଲା ସିନ୍ଦୂରକୁ ଯଦି ଠିକ୍ ଭାବରେ ଲଗାଉ ନଥାନ୍ତି ତେବେ ଏହା ବହୁତ୍ ହି ଅଭିଶାପ ଭଳି ହୋଇଥାଏ। ଏହାକୁ ଝିଙ୍କ କଣ୍ଟା ଅବା ରୂପ କାଠିରେ ଅବା ହଳଦୀ କାଠିରେ ଲଗାନ୍ତୁ।

ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ଚୁଟିରେ ସିନ୍ଦୂରକୁ ଲୁଚେଇ ରଖି ଥାଆନ୍ତି। ତାଙ୍କ ସ୍ବାମୀ ସମାଜରେ ଅବା ବନ୍ଧୁ ମାନଙ୍କ ଭିତରେ ସେ ଲୁଚିକି ରହି ଯାଆନ୍ତି।

କିଛି ମହିଳା ଚୁଟିକୁ ବଙ୍କା କରି କୁଣ୍ଡେଇ ଥାଆନ୍ତି ଶାସ୍ତ୍ର ଅନୁଯାୟୀ ଏପରି କରିବା ଅଶୁଭ ହୋଇଥାଏ। ନବ ବିବାହିତା କନ୍ୟା ଏହାର ଧ୍ୟାନ ଅବଶ୍ୟ ରଖନ୍ତୁ। ସିନ୍ଦୂରକୁ ସବୁବେଳେ ସମ୍ଭାଳି ରଖନ୍ତୁ ଓ ପୂଜା କାର୍ଯ୍ୟରେ ଏହି ସିନ୍ଦୂରକୁ ଲଗେଇ ରଖନ୍ତୁ। ଏହା ଦ୍ଵାରା ଆପଣଙ୍କର ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ। ସିନ୍ଦୂର ଭିତରେ ଗୋଟିଏ ପଇସା ନିଶ୍ଚୟ ରଖନ୍ତୁ। ଏପରି କଲେ ବହୁତ୍ ଶୁଭ ହୋଇଥାଏ। ଏହା ଦ୍ଵାରା ମାତା ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ।

ମହିଳା ମାନେ ପର୍ଲୋର୍ ଯିବା ବେଳେ ସେଠି ଅନ୍ୟ ଲୋକ ସିନ୍ଦୂର ଲଗେଇ ଦିଅନ୍ତି। ଏପରି କରିବା ଅନୁଚିତ୍। ସିନ୍ଦୂର ନିଜେ ଲଗାନ୍ତୁ ଏବଂ ନିଜ ସ୍ଵାମୀଙ୍କ ହାତରୁ ଲଗାନ୍ତୁ। ଯଦି କୁମାରୀ କନ୍ୟା ନିଜେ ସ୍ବପ୍ନରେ ସିନ୍ଦୂର ଲଗେଇବାର ଦେଖନ୍ତି। ତେବେ ତାଙ୍କ ନିଜ ମନ ଚାହିଁ ବର ସାଙ୍ଗରେ ତାର ବିବାହ ହୋଇଯିବ। ଘର ବାହାରେ ସୋରିଷ ତେଲରେ ସିନ୍ଦୂର ମିଶାଇ ସ୍ଵସ୍ତିକ ଚିହ୍ନ କରନ୍ତୁ। ଏହା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ସହିତ ଆପଣଙ୍କର ସମ୍ପର୍କ ବହୁତ୍ ଭଲ ଥାଏ ଓ ଝଗଡ଼ା ଦୂର ହୋଇଥାଏ। ଯଦି ଆପଣ ବାହାରେ କାମ କରୁଥିବା ମହିଳା ଅଟନ୍ତି ଏବଂ ସିନ୍ଦୂର ଲଗେଇବା ପାଇଁ ସମୟ ନଥାଏ। ତେବେ ଆପଣ ହୋମ କାର୍ଯ୍ୟ ବା ମାଙ୍ଗଳିକ କାର୍ଯ୍ୟରେ ସିନ୍ଦୂର ଲଗେଇ ପାରିବେ। ଏହା ବହୁତ୍ ଶୁଭ ହୋଇଥାଏ।

Leave a Reply

Your email address will not be published. Required fields are marked *