ସାପ ଧରାଳିଙ୍କ ମୃ-ତ୍ୟୁ ପୂର୍ବର ଭାଇରଲ ଭିଡ଼ିଓ , ଦେଖିଲେ ଆଶ୍ଚର୍ଯ୍ୟ ହେବେ :- ଦେଖନ୍ତୁ ଭିଡିଓ

ଭଗବାନଙ୍କ ସୃଷ୍ଟିରେ ପୃଥିବୀରେ ୫୬ କୋଟି ଜୀବ ମାନଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ଜୀବ ହେଉଛି ମନୁଷ୍ୟ ଯାହା ପାଖରେ ସବୁକିଛି କଥାକୁ ଚିନ୍ତା କରିବାର ଏବଂ ତର୍ଜମା କରିବାର ଶକ୍ତି ଥାଏ । କିନ୍ତୁ ଏସବୁ ଜୀବ ମାନଙ୍କ ମଧ୍ୟରୁ କିଛି ଜୀବଙ୍କୁ ଭଗବାନ ଏପରି ବିଷାକ୍ତ ଗଢ଼ିଛନ୍ତି ଯେଉଁ ଜୀବ ଗୁଡ଼ିକ ମନୁଷ୍ୟ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥାନ୍ତି । ତାହା ମଧ୍ୟରୁ ବିଷାକ୍ତ ସାପ ଅନ୍ୟତମ ଅଟେ । ଏମିତିରେ କହିବାକୁ ଗଲେ ସମଗ୍ର ପୃଥିବୀରେ ଅନେକ ପ୍ରଜାତିର ସାପ ଅଛନ୍ତି ତା ଭିତରୁ କିଛି ସାପ ଖୁବ ବିଷାକ୍ତ ହୋଇଥାନ୍ତି ।

ତେବେ ଏହି ବିଷାକ୍ତ ସାପ କାମୁଡ଼ିଲେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ । କିନ୍ତୁ ଅନେକ କ୍ଷେତ୍ରରେ ସାପ ନାମକ ବିପଦଠାରୁ ସାପ ଧରାଳି ମାନେ ସାହାଯ୍ୟ କରିଥାନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଉଭୟ ମଣିଷ ଏବଂ ସାପର ଜୀବନକୁ ମଧ୍ୟ ବଞ୍ଚାଇ ଥାଆନ୍ତି । କାରଣ ମନୁଷ୍ୟ ନିଜ ଜୀବନକୁ ବଞ୍ଚାଇବା ପାଇଁ ସାପକୁ ମଧ୍ୟ ଆକ୍ର-ମଣ କରିପାରେ । ସମୟ ସମୟରେ ଅନେକ ସାପ ଧରାଳିଙ୍କ ଜୀବନ ମଧ୍ୟ ଏହି କାମରେ ଚାଲିଯାଏ । ଯେମିତି ବର୍ତ୍ତମାନ ସମୟରେ ଏହିପରି ଏକ ଘଟଣା ଶୁଣା ଯାଇଛି ଯେ ମନୀଷ ବୈଷ୍ଣବ ନାମକ ଜଣେ ସାପ ଧରାଳି ସାପ କାମୁଡ଼ାରେ ପ୍ରାଣ ହରାଇଛନ୍ତି ।

ମନୀଷ ବୈଷ୍ଣବ ଜଣେ ଦକ୍ଷ ସାପ ଧରାଳି ଏବଂ ୧୯ ବର୍ଷ ବୟସରେ ସେ ଏହି କାମ କରିବା ଆରମ୍ଭ କରି ଦେଇଥିଲେ । ଆଉ ପରିବାରରେ ସେ ସାନ ପୁଅ ମଧ୍ୟ । ତେବେ ବାସ୍ତବ ଘଟଣା ଅନୁଯାୟୀ ତାଙ୍କୁ ଗତକାଲି ଏକ କୋବ୍ରା ସାପକୁ ନେଇ ଏକ କଲ ଆସିଥିଲା । ସେ ସେହି କୋବ୍ରା ସାପକୁ ଧରିବା ସମୟରେ ସାପଟି ତାଙ୍କୁ ଦଂଶନ କରିଥିଲା ଏବଂ ସେ ଅସୁସ୍ଥ ହୋଇ ଯାଇଥିଲେ ।

ତଥାପି ସେ ନିଜ କାମ କରିଥିଲେ । ସାପଟିକୁ ନେଇ ସୁରକ୍ଷିତ ଭାବରେ ନଦୀ କୂଳରେ ଛାଡ଼ି ଦେଇଥିଲେ । କିନ୍ତୁ ସାପକୁ ଛାଡ଼ିବା ପରେ ନିଜେ ଏକ ଭିଡ଼ିଓ ବନାଇଥିଲେ ଯେଉଁଥିରେ ସେ କହିଛନ୍ତି ଯେ ଏପରି କାମ କରିବାକୁ କେବେ ବାହାରନ୍ତୁ ନାହିଁ । ଆଉ ଯଦି ଏପରି କାମ କରିବା ସମୟରେ କୌଣସି ସାପ ଦଂଶନ କରୁଛି ତେବେ ତୁରନ୍ତ ହସ୍ପିଟାଲରେ ଚିକିତ୍ସା କରାଇବାକୁ କହିଛନ୍ତି ।

https://youtu.be/fOsO0MLXUbA

କିନ୍ତୁ ବୋଧହୁଏ ସେ ଜାଣି ସାରିଥିଲେ ଯେ ଆଉ ବଞ୍ଚିବେ ନାହିଁ ଏବଂ ଏହି ଭିଡ଼ିଓକୁ ଭାଇରଲ କରିଥିଲେ । ତେବେ ଏହି ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ଯୋଦପୁର ହସ୍ପିଟାଲକୁ ତାଙ୍କୁ ନେବା ସମୟରେ ରାସ୍ତାରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ତେଣୁ ତାଙ୍କ ଭିଡ଼ିଓ ବର୍ତ୍ତମାନ ଭାଇରଲ ହେବା ସହିତ ସେ ମଧ୍ୟ ବର୍ତ୍ତମାନ ଆଉ ଜୀବିତ ନାହିଁ । ତାଙ୍କ ପରିବାରରେ ଶୋକର ଛାୟା ଖେଳି ଯାଇଛି ।

Leave a Reply

Your email address will not be published. Required fields are marked *