ମହିଳାଙ୍କ କାନ ଭିତରୁ ବାହାରିଲା ସାପ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଗୋଟେ ସାପ କେମିତି ମହିଳାଙ୍କ କାନ ଭିତରେ ପଶିଲା। ବର୍ତ୍ତମାନ ସୁଦ୍ଧା, ଏହି ପ୍ରଶ୍ନର ଉତ୍ତର କେହି ଦେଇ ନାହାଁନ୍ତି କିମ୍ବା ଭିଡିଓ କେଉଁଠାରେ ସୁଟିଂ କରାଯାଇଥିଲା କେହି ଜାଣି ନାହାଁନ୍ତି। କିନ୍ତୁ ଭିଡିଓଟି ଇଣ୍ଟରନେଟରେ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡ଼ିଓରେ ଜଣେ ଡାକ୍ତର ମହିଳାଙ୍କ କାନରୁ ସାପକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି।

ଏହି ଭିଡିଓକୁ ଫେସବୁକ ବ୍ୟବହାରକାରୀ ଚନ୍ଦନ ସିଂ ସେପ୍ଟେମ୍ବର ୧ ରେ ନିଜ ଫେସବୁକ ଆକାଉଣ୍ଟ ରେ ସେୟାର କରିଥିଲେ। ସେ କ୍ୟାପସନରେ ଲେଖିଛନ୍ତି ସାପ କାନ ଭିତରରେ ପଡ଼ିଯାଇଛି। ଏହି ଭିଡ଼ିଓ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର କରାଯାଉଛି। ଏହି ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓଟି ୪୩ ଟି ଲାଇକ୍ ଏବଂ ତିନି ହଜାରରୁ ଅଧିକ ଭ୍ୟୁ ପାଇଛି। ଉପଭୋକ୍ତାମାନେ ମଧ୍ୟ ନିଜର ମତାମତ ଦେଇଛନ୍ତି। ସାପ କେମିତି କାନରେ ପଶିଲା ବୋଲି ଅନେକ ଲୋକ ପ୍ରଶ୍ନ କରିଛନ୍ତି କେହି କେହି ଫେସବୁକ୍ ବ୍ୟବହାରକାରୀଙ୍କୁ ପୁରା ଭିଡିଓ ଫେସବୁକ୍ ରେ ସେୟାର କରିବାକୁ କହୁଛନ୍ତି।

 

View this post on Instagram

 

A post shared by Shilpa Roy (@shilparoy9933)

ଏହି ୩.୪୯ ମିନିଟର ଭିଡିଓରେ, ଆମେ ଦେଖିପାରୁଛୁ ଯେ ଡାକ୍ତର ମହିଳାଙ୍କ କାନରେ ପଶିଥିବା କରିଥିବା ହଳଦିଆ ରଙ୍ଗର ସାପକୁ କାଢ଼ିବାକୁ ଚେଷ୍ଟା କରୁଛନ୍ତି। ଡାକ୍ତର ତାଙ୍କ ହାତରେ ଗ୍ଲୋବ୍ସ ପିନ୍ଧି ଏବଂ ଏକ ଛୋଟ ଟ୍ୱିଜର ସାହାଯ୍ୟରେ ସେ ସାପକୁ କାନରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ସାପର କୌଣସି କ୍ଷତି ନହେବା ପାଇଁ ମଧ୍ୟ ସେ ଚେଷ୍ଟା କରୁଛନ୍ତି। ଡାକ୍ତର ସାପକୁ ଟ୍ୱିଜର ସାହାଯ୍ୟରେ ଧରିବାକୁ ଚେଷ୍ଟା କରିବା ମାତ୍ରେ ସେ ପାଟି ଖୋଲି ବାହାରକୁ ମୁଁହ କଢ଼ୁଛି। ମହିଳାଙ୍କ ମୁହଁ ଦେଖି ଜଣାପଡୁଛି ଯେ ସେ ବହୁତ୍ କଷ୍ଟ ପାଉଛନ୍ତି।

Leave a Reply

Your email address will not be published. Required fields are marked *