ଆଫଗାନି ପ୍ରଶଂସକ, ହାତରେ ଚେୟାର ଉଠାଇ ଫୋପାଡ଼ି ଦେଲେ ପାକିସ୍ତାନୀ ପ୍ରଶଂସକ ଉପରକୁ ଆଉ ତାପରେ….ଦେଖନ୍ତୁ ଭିଡିଓ

ଖୁବ୍ ରୋମାଞ୍ଚକର ହୋଇଛି ଏଥରେ ଏସିଆ ମ୍ୟାଚ । ଏଥର ମ୍ୟାଚରେ ଦେଖିବାକୁ ମିଳିଛି ଭିନ୍ନ କିଛି କଥା । ଏଥର ପାକିସ୍ତାନ ମ୍ୟାଚ ହାତେଇବା ଭଳି ଅନୁଭବ ହେଉଛି । କାରଣ ମ୍ୟାଚରୁ ବାଦ୍ ପଡି ଯାଇଛି ଭାରତ । ଏହାବ୍ୟତୀତ ଆଫଗାନିସ୍ତାନ ମଧ୍ୟ ବାହାରେ ରହିଛି । ତେବେ ଏଥର ଆଗରେ ପହଞ୍ଚିଛନ୍ତି ପାକିସ୍ତାନ ଏବଂ ଶ୍ରୀଲଙ୍କା ।

ତେବେ ବୁଧବାର ଦିନ ଅର୍ଥାତ ଗତକାଲି ଆଫଗାନିସ୍ତାନ ଏବଂ ପାକିସ୍ତାନ ଟିମ୍‌ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା । ଏହି ମ୍ୟାଚରେ ଲକ୍ଷ ଲକ୍ଷ ଦର୍ଶକ ଉପସ୍ଥିତ ରହିଥିଲେ । ମ୍ୟାଚଟି ଅତ୍ୟନ୍ତ ମଜାଦାର ଥିଲା । ମ୍ୟାଚରେ କିଏ ଜିତିବ , ତାହା ଜଣା ପଡୁନଥିଲା । ତେବେ ଶେଷରେ ଏପରି କିଛି ହୋଇଥିଲା । ଶେଷ ଓଭରରେ ମ୍ୟାଚ କିଏ ହାତେଇବ ସେ କଥା ଜଣା ପଡ଼ିନଥିଲା ।

ଶେଷରେ ଏପରି କିଛି ହୋଇଥିଲା । ପାକିସ୍ତାନ ଦୁଇ ଓଭାରରେ ଲଗାତାର ଦୁଇଟି ଛକା ମାରି ମ୍ୟାଚ ନିଜ ନାମରେ କରି ନେଇଥିଲା । ଆଉ ତାପରେ ପାକିସ୍ତାନ ପ୍ରଶଂସକ ମାନଙ୍କର ଏପରି କାଣ୍ଡ ଦେଖିବାକୁ ମିଳିଥିଲା । ଖୁସିରେ ଆତ୍ମହରା ହୋଇ ପଡିଥିବା ପାକିସ୍ତାନ କିଛି ଅଦ୍ଭୁତ କାଣ୍ଡ କରିଥିଲା । ନାଚିବା ସହ ଆଫଗାନୀ ନାଚିବା ସହ ଆଫଗାନୀ ପ୍ରଶଂସକଙ୍କୁ ଜାଣିଶୁଣି ରଗାଇବା ପାଇଁ ଚେଷ୍ଟା କରୁଥିଲା ।

ଆଉ ଏହାପରେ ଦୁଇ ଦେଶର ପ୍ରଶଂସକ ମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ହାତରେ ଚେୟାର ଧରି ଆଫଗାନି ପ୍ରଶଂସକ ମାନେ ପାକ ଉପରକୁ ଫୋପାଡ଼ି ଥିଲେ । ଆଉ ଏସବୁ କ୍ୟାମେରାରେ କଏଦ ହେଉଥିଲା । ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଭୟ ଦେଶର ପ୍ରଶଂସକ ମାନଙ୍କ ହାତରେ ନିଜ ନିଜ ଦେଶରେ ପତାକା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *