ଶୋଇବା ସମୟରେ ପାଦ ତଳେ ତକିଆ ରଖି ଶୋଇଲେ, ଶରୀରର ଅନେକ ବଡ଼ ବଡ଼ ସମସ୍ୟା ଦୂର ହୋଇଯାଏ।

ବ୍ୟସ୍ତବହୁଳ ଦିନ ପରେ ରାତିରେ ଆରାମରେ ଶୋଇବା ନିହାତି ଜରୁରୀ। ଭଲ ନିଦ ପାଇଁ ଆମ ଶୋଇବା ଶୈଳୀ ମଧ୍ୟ ଠିକ୍ ହେବା ଉଚିତ। ଆମେ ଏମିତି ଭାବେ ଶୋଇବା ଉଚିତ୍ ଯେମିତି ଶରୀରର କୌଣସି ଅଙ୍ଗ ଉପରେ କୈଣସି ଚାପ ପଡ଼ିବନି। ଯଦି ଆପଣ ଶୋଇବା ବେଳେ ପାଦ ତଳେ ତକିଆ ରଖି ଶୋଇଛନ୍ତି ତେବେ ଏହା ଆପଣଙ୍କ ପାଇଁ ବହୁତ୍ ଲାଭଦାୟକ।

ଆପଣ ନିଶ୍ଚିତ ଭାବରେ ଅନେକ ଥର ଲକ୍ଷ୍ୟ କରିଥିବେ ଯେ ଗର୍ଭାବସ୍ଥାରେ ମହିଳାମାନେ ପାଦ ତଳେ ତକିଆ ରଖି ଶୁଅନ୍ତି। କାରଣ ତକିଆ ପାଦତଳେ ଦେଲେ ଶରୀରର କୌଣସି ଅଙ୍ଗ ଉପରେ ଅଧିକ ଚାପ ପଡେନାହିଁ ଏବଂ ଶରୀରର ଚାପ ସବୁ ଆଡେ ସମାନ ପଢେ। ପାଦ ତଳେ ତକିଆ ଦେଲେ ପାଦ ଫୁଲିବା ଏବଂ ଅଣ୍ଟା ବିନ୍ଧାମଧ୍ୟ ଭଲ ହୋଇଯାଏ।

ଏହା କେବଳ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ନୁହେଁ ବରଂ ଏହା ସମସ୍ତଙ୍କ ପାଇଁ ଲାଭଦାୟକ। ଯଦି ଆପଣ ରାତିରେ ଶୋଇବା ସମୟରେ ପାଦ ତଳେ ତକିଆ ରଖି ଶୋଇନ୍ତି ତେବେ ଆପଣଙ୍କ ର ଅନେକ ଲାଭ ହେବ। ଯାହାଦ୍ଵାରା ଆପଣଙ୍କ ଗୋଡରେ ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣା ମଧ୍ୟ ଭଲ ହେଇଯିବ।

ଯଦି କୌଣସି କାରଣରୁ ଆପଣଙ୍କର ପାଦ ଫୁଲିଯାଏ ତେବେ ପାଦତଳେ ତକିଆ ରଖିଲେ ଏହି ସମସ୍ୟାର ସମାଧାନ ହେଇଯିବ। ଯଦି ତୁମର ଥକ୍କା କାରଣରୁ ଗୋଡ ଫୁଲି ଯାଇଛି, ଶିରାରେ ସମସ୍ୟା କିମ୍ବା ମାଂସପେଶୀ ଫୁଲିଯାଉଛି, ଏଥିପାଇଁ ମଧ୍ୟ ପାଦ ତଳେ ତକିଆ ରଖି ଶୋଇଲେ ଭଲ।

ପ୍ରାୟତଃ ଯେଉଁମାନେ ଦୀର୍ଘ ସମୟ ଧରି ଗୋଟେ ଚେୟାରରେ ବସି କାମ କରନ୍ତି ସେମାନଙ୍କର ଛାତି ଯନ୍ତ୍ରଣା ଏବଂ ଅଣ୍ଟା ଯନ୍ତ୍ରଣା ବହୁତ୍ ଜୋରେ ହୁଏ। ରାତିରେ ପାଦ ତଳେ ତକିଆ ରଖି ଶୋଇଲେ ଏହି ସମସ୍ୟା ରୁ ଆରମ୍ ମିଳେ।

ଅଣ୍ଟା ଯନ୍ତ୍ରଣାରେ ମେରୁଦଣ୍ଡର ଘୂର୍ଣ୍ଣନ ହେତୁ ମେରୁଦଣ୍ଡ ଉପରେ ଚାପ ପଡ଼ି ଯନ୍ତ୍ରଣା ହୁଏ। ସେଥିପାଇଁ ରାତିରେ ଶୋଇବା ସମୟରେ ପାଦ ତଳେ ତକିଆ ରଖି ଶୋଇଲେ ବହୁତ୍ ଭଲ। ଏହା ଯନ୍ତ୍ରଣାରୁ ମୁକ୍ତିଦେବ।

ଆସନ୍ତୁ ଆପଣଙ୍କୁ କହିବା ଯେ ସାଇଟ୍ରିକ ହେଉଛି ଏକ ସ୍ନାୟୁ ପ୍ରତିରୋଧକ ଯାହା ସାଧାରଣତଃ ପଛ ପେଟ ଏବଂ ଗୋଡର ଗୋଛି ରେ ଯନ୍ତ୍ରଣା ଦେଏ। ସେଥିପାଇଁ ଶୋଇବା ବେଳେ ଆପଣଙ୍କର ପଛପଟେ ଅଧିକ ଯନ୍ତ୍ରଣା ହେବାର ସମ୍ଭାବନା ଥାଏ, ଯାହା ସ୍ନାୟୁ କୋଷକୁ ଅଧିକ ସଙ୍କୁଚିତ କରିଦିଏ ଯାହା ଦ୍ଵାରା ଅଧିକ ଯନ୍ତ୍ରଣା ହୁଏ। ସେଥିପାଇଁ ପାଦ ତଳେ ତକିଆ ରଖି ଶୋଇଲେ ଆପଣଙ୍କୁ ଯନ୍ତ୍ରଣାରୁ ଆରାମ ମିଳିବ।

ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବରେ ନହୁଏ ତେବେ ପାଦରେ ବହୁତ୍ ଯନ୍ତ୍ରଣା ହୁଏ। ସେଥିପାଇଁ ପାଦ ତଳେ ତକିଆ ରଖି ଶୋଇବା ଆବଶ୍ୟକ।

Leave a Reply

Your email address will not be published. Required fields are marked *