ଅଫେରା ରାଇଜରେ ରାଜୁ ଶ୍ରୀବାସ୍ତବ।

ଦିନେ ଯିଏ ସମସ୍ତଙ୍କୁ ନିଜର ଯାଦୁରେ ବିମୋହିତ କରୁଥିଲେ ଆଜି ସିଏ ଚିର ନିଦ୍ରାରେ। ସମସ୍ତଙ୍କୁ ହସି ହସାଉ ଥିବା ମଣିଷ। ସମସ୍ତଙ୍କ ଓଠରେ ହସ ଭରି ଦେଉଥିବା ମଣିଷ ଆଜି ଅକାଳରେ ଝଡି ପଡିଛନ୍ତି। ଦିନ ଥିଲା ତାଙ୍କ ପ୍ରତ୍ୟକ ଟି କଥାରେ ଲୋକେ ହସି ହସି ଲୋଟି ଯାଉଥିଲେ ହେଲେ କଥାରେ ଅଛି ଜନ୍ମ ଅଛି ତ ମୃତ୍ୟୁ ମଧ୍ୟ ଅଛି ତେଣୁ ଜନ୍ମ ମୃତ୍ୟୁ ହେଉଛି ଦୁନିଆରେ ଧୁର୍ବ ସତ୍ୟ।

ସମସ୍ତେ ଦିନେ ସମସ୍ତଙ୍କୁ ଛାଡି ସେହି ଅଫେରା ରାଇଜକୁ ଚାଲିଯିବେ ଆଜି ସମସ୍ତଙ୍କୁ ଶୋକର ନଦୀରେ ଭସାଇ ଦେଇ ଯେପରି ରାଜୁ ଶ୍ରୀ ବାସ୍ତବ ଚାଲିଯାଇଛନ୍ତି ଅଫେରା ରାଇଜକୁ। ସେ ରାଇଜରୁ ରାଜୁ ସିନା ଆଉ ତାଙ୍କ ଦର୍ଶକଙ୍କ ନିକଟକୁ କେବେ ହେଲେ ଫେରିବେ ନାହିଁ। କିନ୍ତୁ ନିଜ ଅଭିନୟ ଜୀବନରେ ଛାଡି ଯାଇଥିବା ଅନେକ କିଛି ସ୍ମୃତି ଅନୁଭୂତି କୁ ତାଙ୍କୁ ଭଲ ପାଉଥିବା ଦର୍ଶକ ନିହାତି ଝୁରିବେ।

ତାଙ୍କ ଅଭିନୟ ଏକ ଯାଦୁ ଥିଲା କହିଲେ ବୋଧେ ଅତୁକ୍ତି ହେବ ନାହିଁ। ନିଜ ଅଭିନୟର ଯାଦୁରେ ସେ ପ୍ରତ୍ୟକ ମଣିଷଙ୍କୁ ବାନ୍ଧି ପାରିଥିଲେ। ସେଥିପାଇଁ ତ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଦିନ ଠାରୁ ତାଙ୍କୁ ଭଲ ପାଉଥିବା ମଣିଷ ମାନେ ରାଜୁଙ୍କ ପାଇଁ ଭଗବାନଙ୍କୁ ପାର୍ଥନା କରୁଥିଲେ। ହେଲେ କିଏ ଜାଣିଥିଲା ଡାକ୍ତର ଖାନାର ବେଡ଼ରୁ ରାଜୁ ଆଉ କେବେ ଅଭିନୟର ଦୁନିଆକୁ ଫେରିବେ ନାହିଁ ବୋଲି। କିଏ ଜାଣିଥିଲା ଆଉ କେବେ ହେଲେ ରାଜୁ ହସାଇବେ ନାହିଁ ବୋଲି।

ରାଜୁଙ୍କ ମୃତ୍ୟୁ ଖବରକୁ ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି ତାଙ୍କ ପ୍ରସଂସକ। ସମସ୍ତେ ଭାବିଥିଲେ ରାଜୁ ଡାକ୍ତର ଖାନାର ବେଡ଼ରୁ ଉଠିବେ ଆଉ ହସାଇବେ ସାରା ଦୁନିଆକୁ। ହେଲେ ନିୟତିର ବିଚାର କିଛି ଅଲଗା ଥିଲା ସମସ୍ତଙ୍କ ଭାବନା ଭାବନାରେ ହିଁ ରହିଗଲା।ନା ରାଜୁ ଫେରିଲେ ମଞ୍ଚର ଦୁନିଆକୁ ନା ହିଁ ତାଙ୍କର ଅଭିନୟ ଆଉ ଦେଖିବାର ସୁଯୋଗ ପାଇବେ ଦର୍ଶକ।

ରାଜୁ ଶ୍ରୀବାସ୍ତବ 58 ବର୍ଷ ବୟସରେ ଆଜି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଜୀବନ ସହ ସଗ୍ରାମ କରୁଥିବା ରାଜୁ ଶ୍ରୀବସ୍ତବ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସବୁଦିନ ଆଖି ବୁଝିଦେଇ ସେ ଚାଲିଯାଇଛନ୍ତି ଅଫେରା ଦୁନିଆକୁ। କେବେ ଆଉ ରାଜୁଙ୍କ ମଜା ମଜା କଥା ଶୁଣିବାକୁ ପାଇବେନି ତାଙ୍କ ଅପେକ୍ଷାରେ ଥିବା ଦର୍ଶକ।

ସୂଚନା ଅନୁଯାୟୀ ଅଗଷ୍ଟ ୧୦ ତାରିଖରେ ରାଜୁ ଶ୍ରୀବସ୍ତବ ହୃଦଘାତ ରୋଗର ଶିକାର ହୋଇଥିଲେ। ତେବେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥଲା। ଏହାରି ଭିତରେ ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। କେବେ ସ୍ୱାସ୍ଥ୍ୟ ଉନ୍ନତି ଆସୁଥିଲା ଆଉ କେବେ ସ୍ୱାସ୍ଥ୍ୟ ରେ ବନତି ହେଉଥିଲା। ଏହିପରି ଦୀର୍ଘ 40 ଦିନ ସଂଘର୍ଷ କରି ଶେଷରେ ଆଜି ଆଖି ବୁଝିଦେଇଥିଲେ ରାଜୁ।

ରାଜୁ ଶ୍ରୀବାସ୍ତବ ଅନେକ ଫିଲ୍ମରେ ଅଭିନୟ କରିଥିଲେ। କେବଳ ଫିଲ୍ମି ନୁହେଁ କମେଡି ଦୁନିଆରେ ସେ ଦେଖାଇଥିଲେ ନିଜ ନିଖୁଣ ଅଭିନୟର ଜଲବା। ତାଙ୍କୁ ଅଭିନୟ କୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ତାଙ୍କ ପଦେ କଥାରେ ଦର୍ଶକ ହସୁଥିଲେ ଉଠୁଥିଲେ। ହେଲେ କିଏ ଜାଣିଥିଲା ଦିନେ ଏମିତି ହଟାତ ତାଙ୍କ ସ୍ୱାସ୍ଥ୍ୟ ବସ୍ଥା ଖରାପ ହେବ ଆଉ ସେ ସମସ୍ତଙ୍କୁ ଛାଡି ଚାଲିଯିବେ ଅଫେରା ରାଇଜକୁ। ରାଜୁଙ୍କ ବିୟୋଗରେ ଆଜି ତାଙ୍କୁ ଭଲ ପାଉଥିବା ପ୍ରତ୍ୟକଟି ମଣିଷ ମର୍ମାହତ ହୋଇଛନ୍ତି। ବର୍ତ୍ତମାନ ଆର ପାରିରେ ରାଜୁ ଶ୍ରୀବାସ୍ତବ।

Leave a Reply

Your email address will not be published. Required fields are marked *