ପିଲାଟି ମାଆକୁ ଖୋଜି ଖୋଜି ପହଞ୍ଚିଲା, ଅନେକ ମହିଳା ଓଢଣା ଦେଇ ବସିଥିଲେ ତଥାପି ନିଜ ମାଙ୍କୁ ଏମିତି ଚିହିଁଲେ: ଦେଖନ୍ତୁ ଭିଡିଓ

ମା ଏବଂ ପୁଅ ମଧ୍ୟରେ ସମ୍ପର୍କ ବହୁତ ମଜବୁତ ହୋଇଥାଏ । ଉଭୟ ପରସ୍ପର ଉପରେ ନିର୍ଭର କରନ୍ତି ଏବଂ ଜଣେ ଅନ୍ୟ ଜଣଙ୍କର ଜୀବନ ଅଟେ । ବିଶେଷକରି ଯେତେବେଳେ ପିଲାଟି ଛୋଟ ହୋଇଥାଏ ସେତେବେଳେ ସେ କିଛି ମୁହୂର୍ତ୍ତ ପାଇଁ ମଧ୍ୟ ନିଜ ମା’ଠାରୁ ଦୂରରେ ରହି ପରିନଥାଏ । ଯେପରି ଜଣେ ମାଆ ହଜାର ହଜାର ଲୋକଙ୍କ ଭିଡ଼ରେ ନିଜ ଛୋଟ ପିଲାଟିକୁ ଚିହ୍ନିଥାଏ, ସେହିପରି ଜଣେ ଶିଶୁ ଅନେକ ମହିଳାଙ୍କ ମଧ୍ୟରେ ନିଜର ପ୍ରକୃତ ମାତାଙ୍କୁ ଚିହ୍ନି ପାରିବ କି ?

ସୋସିଆଲ ମିଡିଆରେ ପିଲାମାନଙ୍କ ସହ ଜଡିତ ଅନେକ ଭିଡିଓ ଭାଇରାଲ ହେଉଛି । କିନ୍ତୁ ଆଜି ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ସବୁଠାରୁ ଭିନ୍ନ ଏବଂ ମଜାଳିଆ ଅଟେ । ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଏକ ଛୋଟ ପିଲାଟିଏ ନିଜ ମାଆକୁ ଖୋଜି ଖୋଜି ଏକ କୋଠରୀ ଭିତରକୁ ଆସୁଛି । କିନ୍ତୁ କୋଠରୀରେ ଏକା ରଙ୍ଗର ଶାଢ଼ୀ ଏବଂ ଓଢ଼ଣୀ ପିନ୍ଧି ଅନେକ ମହିଳା ବସିଛନ୍ତି ।

ଏତେ ସଂଖ୍ୟକ ମହିଳାଙ୍କୁ ଏକାଠି ଦେଖି ପିଲାଟି ବିଚଳିତ ହୋଇଯାଉଛି । ସେଠାରେ ଥିବା ସମସ୍ତ ମହିଳା ମାଆ ପରି ପିଲାଟିକୁ ନିଜ କୋଳକୁ ଡାକୁ ଛନ୍ତି । କିନ୍ତୁ ପିଲାଟି କେବଳ ସେହି ମହିଳାଙ୍କ କୋଳକୁ ଯାଏ ଯିଏ ତାଙ୍କର ପ୍ରକୃତ ମା ଅଟେ । ପିଲାଟି ଆରମ୍ଭରେ ଟିକେ ଦ୍ୱନ୍ଦ୍ୱରେ ପଡିଥିଲା କିନ୍ତୁ ତା’ପରେ ତା’ର ମା’କୁ ଖୋଜି ପାଇଥିଲା । ପିଲାଟି ମାଆର କୋଳକୁ ଯାଇ ବହୁତ ଖୁସି ହେଉଛି ।

 

View this post on Instagram

 

A post shared by SFT (@status.fan.tranding)

ମାଆ ଏବଂ ପୁଅର ଏହି ସୁନ୍ଦର ଭିଡିଓଟିକୁ ଇନଷ୍ଟାଗ୍ରାମରେ status.fan.tranding ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି । ଲୋକମାନେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଉପଭୋକ୍ତାମାନେ ମଧ୍ୟ ଏହା ଉପରେ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ଜଣେ ଲେଖିଛନ୍ତି “ଗୋଟିଏ ପୁଅ ଯେ କୌଣସି ପରିସ୍ଥିତିରେ ତାର ଜନ୍ମଦାତା ଅର୍ଥାତ୍ ତାର ମାତାଙ୍କୁ ଚିହ୍ନି ପରିଥାଏ ” । ତା’ପରେ ଆଉ ଜଣେ କହିଛନ୍ତି “ପିଲାଟି ବହୁତ ସ୍ମାର୍ଟ ଅଛି । ଖୁବ୍ କମ୍ ସମୟ ମଧ୍ୟରେ ତାର ପ୍ରକୃତ ମାତାଙ୍କୁ ଚିହ୍ନିଦେଲା ।

ପୁଣି ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ମା ଏବଂ ପୁଅ ମଧ୍ୟରେ ସମ୍ପର୍କ ଏହିପରି ଖାସ୍ ହୋଇଥାଏ “। ଅନ୍ୟ ଜଣେ କହିଛନ୍ତି ” ପିଲାଟି ତାଙ୍କ ମା’ଙ୍କୁ ଚିହ୍ନିପାରିଲା, କିନ୍ତୁ ଯଦି ପିଲାଟି ବଦଳରେ ସ୍ୱାମୀ ହୋଇଥାନ୍ତେ ତେବେ ସେ ହୁଏତ ତାଙ୍କ ପତ୍ନୀଙ୍କୁ ଚିହ୍ନି ପରିନଥାନ୍ତେ” । ତା’ପରେ ଅନ୍ୟ ଜଣେ ଲେଖିଛନ୍ତି “ପିଲାଟି ଯଦି ଭୁଲ ମହିଳା ବାଛିଥାଆନ୍ତା ତେବେ ପାପା ଖୁସି ହୋଇଥାନ୍ତେ । ” ଏହି ପରି ଆହୁରି ଅନେକ ମଜାଳିଆ କମେଣ୍ଟ ଆସୁଛି ।

Leave a Reply

Your email address will not be published. Required fields are marked *