ବଢ଼ିଲା ସୋନାଲିଙ୍କ ଅଡ଼ୁଆ:- ମାଗୁଥିଲେ ଦାମୀ କାର, ନ ଦେଲେ ମରିଯିବା ପାଇଁ ଉସୁକାଉ ଥିଲେ ସୋନାଲି। ଦେଖନ୍ତୁ ଭିଡ଼ିଓ

ତେବେ ଆପଣମାନେ ସୌମ୍ୟଙ୍କ ଆତ୍ମ-ହତ୍ୟା ମାମଲା ବିଷୟରେ ଅଙ୍ଗାଙ୍ଗୀ ଭାବେ ଜାଣିଥିବେ। ସୌମ୍ୟ ନିଜ ପ୍ରେମ ପାଇଁ ଜୀବନ ଦେଇଥିଲେ। ତେବେ ସେ ଆ-ତ୍ମ-ହ-ତ୍ୟା କରିବା ପୂର୍ବରୁ ଛାଡି ଦେଇ ଯାଇଥିଲେ ସୁଇସାଇଡ଼ ନୋଟ। ଯେଉଁ ନୋଟରେ ସେ ସ୍ପଷ୍ଟ ଭାବରେ ଲେଖିଥିଲେ କି ସେ ଯଦି ବି ମାରିଛନ୍ତି ସେଥିପାଇଁ ସୋନାଲି ହିଁ ଦାୟୀ। ସୋନାଲିଙ୍କ ଅନୈତିକ ସମ୍ପର୍କ ସୌମ୍ୟଙ୍କ ପାଇଁ କାଳ ସାଜିଥିଲା। ଯାହାକୁ ସେ ହୃଦୟରୁ ଭଲ ପାଉଥିଲେ ତା’ପାଇଁ ସେ ନିଜେ ଆ-ତ୍ମ-ହ-ତ୍ୟା କଲେ। ବାପା ମାଆଙ୍କ ଗୋଟେ ପୁଅ ହୋଇଥିଲେ ମଧ୍ୟ ଭୁଲ ବାଟକୁ ଆପଣେଇ ନେଇଥିଲେ ସୌମ୍ୟ।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ସୌମ୍ୟଙ୍କ ମୃ-ତ୍ୟୁକୁ ପ୍ରାୟ ଅଢେ଼ଇ ମାସ ବିତି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନାହିଁ। ତେବେ ସେ ଛାଡି ଯାଇଥିବା ସୁଇସାଇଡ଼ ନୋଟକୁ ଯଦି ଧରା ଯାଏ ତେବେ ସୌମ୍ୟଙ୍କ ମୃ-ତ୍ୟୁ ପଛରେ ମୁଖ୍ୟ ଅଭିଯୁକ୍ତ ସୌମ୍ୟଙ୍କ ପ୍ରେମିକା ସୋନାଲି ହେବେ। ପୋଲିସ ଜାଣିଥିଲେ ମଧ୍ୟ ଏହାକୁ ଏଡେଇ ଦେଉଛି। ପରିବାର ଲୋକେ ସୌମ୍ୟଙ୍କୁ ନ୍ୟାୟ ଦେବା ପାଇଁ ହାଇକୋର୍ଟରେ ପହଞ୍ଚି ଥିଲେ ଓ ଶେଷରେ ହାଇକୋର୍ଟର ତାଗିଦ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣା ପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ପୋଲିସ ସୋନାଲି ଏବଂ ତାଙ୍କ ମାଆଙ୍କ ବିରୁଦ୍ଧରେ ଆଇପିସି ଧାରା ୩୦୬ ଅର୍ଥାତ ଆ-ତ୍ମ-ହ-ତ୍ୟା ପାଇଁ ଉସକାଇବା, ଏବଂ ଆଇପିସି ଧାରା ୩୪ ଅର୍ଥାତ ସମାନ ଉଦେଶ୍ୟ ରଖି ଅପ-ରାଧ ଘଟାଇବା ଅଭିଯୋଗରେ ମା-ମଲା ରୁ-ଜୁ କରିଥିଲା। ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ତେବେ ତଦନ୍ତରେ ଅନେକ ଛୋଟ ବଡ଼ ଖବର ସାମ୍ନାକୁ ଆସିଛି ବୋଲି ଜଣା ପଡ଼ିଛି। ସୋନାଲି ଏବଂ ତାଙ୍କ ମାଆଙ୍କ କେତେଦୂର ପର୍ଯ୍ୟନ୍ତ ଏହି ଘଟଣାରେ ହାତ ରହିଛି ସେ ବିଷୟରେ ପୋଲିସ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଯେଉଁ ସୂଚନା ମିଳିଛି, ସୋନାଲି ସୌମ୍ୟଙ୍କ ସହ ଛଳନା କରୁଥିଲେ। ସେ ସୌମ୍ୟଙ୍କୁ ଏଟିଏମ ଭଳି ଦେଖୁଥିଲେ। ଯେ କୌଣସି ସମୟରେ ସୌମ୍ୟଙ୍କୁ ଟଙ୍କା ମାଗୁ ଥିଲେ। କେବଳ ସେତିକି ନୁହେଁ ସୌମ୍ୟଙ୍କୁ ଦାମୀ କାର ଓ ଗିଫ୍ଟ ମଧ୍ୟ ମାଗୁ ଥିଲେ। ଯଦି ସୌମ୍ୟ ଦେଇ ପାରୁ ନଥିଲେ ତେବେ ସେ ତାଙ୍କୁ ମରି-ଯିବା ପାଇଁ ଉସୁକାଉ ଥିଲେ।

ସୋନାଲି ଅନ୍ୟ ପୁରୁଷ ଙ୍କ ସହ ମିଳାମିଶା କରିବା ବିଷୟରେ ସୌମ୍ୟ ଜାଣିଥିଲେ। ସୌମ୍ୟ ଅନେକ ସମୟରେ ସୋନାଲିଙ୍କୁ ବୁଝେଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ସୋନାଲି ସୌମ୍ୟଙ୍କ ସମସ୍ତ କଥାକୁ ଏଡେଇ ଦେଉଥିଲେ। ଏହି ଘଟଣାର ଶୁଣାଣି ପୂର୍ବରୁ ବର୍ତ୍ତମାନ ସୋନାଲି ଜାମିନ ଆବେଦନ ପାଇଁ ପ୍ରୟାସ କରୁଥିବା ଜଣା ପଡିଛି। ସୌମ୍ୟକୁ ନ୍ୟାୟ ମିଳିବ ବୋଲି ସେ ନେଇ ଆଶା ବାନ୍ଧି ବସିଛନ୍ତି ସୌମ୍ୟଙ୍କ ପରିବାର ଲୋକେ।

Leave a Reply

Your email address will not be published. Required fields are marked *