ସୋନାଲି ସୌମ୍ୟଙ୍କ ଠାରୁ ବହୁତ ଟଙ୍କା ନେଇଛନ୍ତି , ତାର ତଦନ୍ତ କରାଯିବା ଉଚିତ….

ସୋନାଲି ଏବଂ ସୌମ୍ୟଙ୍କ ମାମଲାକୁ ଅନେକ ଦିନ ବିତିଗଲାଣି । ତଥାପି ଏପର୍ଯ୍ୟନ୍ତ କୋୖଣସି ଖୋଜ ଖବର ମିଳି ପାରୁନାହିଁ । ଏପର୍ଯ୍ୟନ୍ତ ସୋନାଲିଙ୍କ ବିଷୟରେ ମଧ୍ୟ ଜଣା ପଡ଼ିନାହିଁ । ସେ କେଉଁଠି ଅଛନ୍ତି , କଣ କରୁଛନ୍ତି ଜଣା ନାହିଁ । ପୋଲିସ ମଧ୍ୟ ତାଙ୍କୁ ଜେରା କରୁନାହିଁ କି ମାମଲାର ସଠିକ ତଦନ୍ତ କରୁନାହିଁ । ଏପଟେ ସୌମ୍ୟଙ୍କ ପରିବାର ଲୋକ ନ୍ୟାୟ ଅପେକ୍ଷାରେ ଅନାଇ ବସିଛନ୍ତି । ପୁଅକୁ ନ୍ୟାୟ ଦେବା ପାଇଁ ଚାରିଆଡେ ଦୌଡ଼ି ବୁଲୁଛନ୍ତି ପରିବାର ଲୋକେ । ଅନେକ ସଂଘର୍ଷ ମଧ୍ୟ କରୁଛନ୍ତି । କିନ୍ତୁ ଏଯାବତ ପୁଅକୁ ନ୍ୟାୟ ମିଳିନାହିଁ । ତେବେ ଏପରି ଆହୁରି କେତେ ଦିନ ଚାଲିବ , ସେ କଥା ଜଣାନାହିଁ ।

ତେବେ ଏ ବାବଦରେ ବର୍ତ୍ତମାନ ମୁହଁ ଖୋଲିଛନ୍ତି ସୌମ୍ୟଙ୍କର ଜଣେ ବନ୍ଧୁ ଆଶୁତୋଷ । ତାଙ୍କ କହିବା ଅନୁଯାୟୀ , ସୌମ୍ୟ ଏବଂ ସେ ଅତ୍ୟନ୍ତ ନିକଟତର ବନ୍ଧୁ ଅଟନ୍ତି । ସୌମ୍ୟ ତାଙ୍କୁ ସମସ୍ତ କଥା ବିଷୟରେ ମଧ୍ୟ ଜଣାଇଥାନ୍ତି । ୧୦ ଦିନ ପୂର୍ବରୁ ସୌମ୍ୟ ଏବଂ ସୋନାଲିଙ୍କ ମଧ୍ୟରେ କୌଣସି ମନମତାନ୍ତର ନଥିଲା ବୋଲି ସେ କହିଛନ୍ତି । କାହିଁକି ନା ସୌମ୍ୟ ୧୦ ଦିନ ପୂର୍ବରୁ ସମ୍ପୂର୍ଣ୍ଣ ସାଧାରଣ ଥିଲେ । ଆଉ ତାଙ୍କୁ ଦେଖି1 ଜାଣି ହେଉନଥିଲା କି ତାଙ୍କର ଏବଂ ସୋନାଲିଙ୍କ ମଧ୍ୟରେ କୌଣସି ବିବାଦ ଚାଲିଛି । ଆଉ ଏହା ବ୍ୟତୀତ ସୌମ୍ୟ ନିଜ ବାହାଘର କଥା ମଧ୍ୟ ଆଶୁତୋଷଙ୍କୁ କହିଥିଲେ । ଆଉ ସବୁ ସାଧାରଣ ଚାଲିଥିଲା ।

ତେବେ ହଠାତ ସୌମ୍ୟଙ୍କର ଏଭଳି ମୃତ୍ୟୁ ମାମଲା ତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ସେ କହିଛନ୍ତି କି, ସୋନାଲିଙ୍କ ପାଇଁ ସୌମ୍ୟ ବହୁତ ଟଙ୍କା ଖର୍ଚ୍ଚ କରୁଥିଲେ । ତାଙ୍କର ସମସ୍ତ ଅଳି ଅଝଟ ମଧ୍ୟ ପୂର୍ଣ୍ଣ କରୁଥିଲେ । ବମ୍ବେ ଯାଇ ସୌମ୍ୟ ଯେତିକି ଟଙ୍କା କମାଉଥିଲେ , ସେ ସବୁରେ ସୋନାଲିଙ୍କ ପାଇଁ ସବୁକିଛି କରୁଥିଲେ । ତାଙ୍କୁ ରାଣୀ ଭଳି ରଖୁଥିଲେ ଆଉ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ । ଆଶୁତୋଷ ମଧ୍ୟ ସୋନାଲିଙ୍କୁ ଅନେକ ଥର ଭେଟିଛନ୍ତି । ତେବେ ତାଙ୍କୁ ମଧ୍ୟ ସୋନାଲି ସାଧାରଣ ଲାଗୁଥିଲେ । ତାଙ୍କର ଏ ସୁନ୍ଦର ଚେହେରା ପଛରେ ଏକ ଅସୁନ୍ଦର ଚରିତ୍ର ଲୁଚି ରହିଛି ବୋଲି କେହି ମଧ୍ୟ ସ୍ୱପ୍ନରେ ଭାବି ପାରିନଥିଲେ ।

ତେବେ ଆଶୁତୋଷ ଆହୁରିମଧ୍ୟ କହିଛନ୍ତି କି , ସୌମ୍ୟଙ୍କର ଭୁବନେଶ୍ବରରେ ଏକ କଫି ସପ ମଧ୍ୟ ଅଛି । ଆଉ ସେଠାକୁ ସୋନାଲି ଅନେକ ସମୟରେ ଆସୁଥିଲେ ଏବଂ ବସୁଥିଲେ । ଏଭଳିକି ସପ ର ହିସାବପତ୍ର ବାବଦରେ ସୋନାଲି ସବୁକିଛି ଜାଣିଥିଲେ । ତେଣୁ ସୋନାଲିଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ କରାଯାଉ ବୋଲି ଆଶୁତୋଷ କହିଛନ୍ତି । ଯାହାଫଳରେ ଟଙ୍କା କେଉଁଠାରୁ ଆସିଛି , ସେ ବାବଦରେ ସବୁକିଛି ଜଣାପଡିଯିବ । ତେବେ ଏହାକୁ ନେଇ ସେ ଦାବି କରିଛନ୍ତି । ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଲା କି , ସୌମ୍ୟଙ୍କୁ କେବେ ନ୍ୟାୟ ମିଳୁଅଛି ।

Leave a Reply

Your email address will not be published. Required fields are marked *