ଜଣା ପଡ଼ିଲା ସୋନାଲି ଙ୍କ ଟେଲିଗ୍ରାମ ସିକ୍ରେଟ , ଏହି କାରଣରୁ ଆତ୍ମହତ୍ୟା ପୂର୍ବରୁ ଅଜୟ ଙ୍କୁ କ୍ଷମା ମାଗିଥିଲେ ସୌମ୍ୟ :-

ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଏବଂ ସୋନାଲି ନନ୍ଦ ମାମଲା ର ରହସ୍ୟ କେଉଁ ଆଡ଼କୁ ଗତି କରିବ ତାହା ଜଣା ନାହିଁ କିନ୍ତୁ ବର୍ତ୍ତମାନ ସୌମ୍ୟ ରଞ୍ଜନ ଙ୍କ ସୁଇସାଇଡ଼ ନୋଟ ର ଦ୍ୱିତୀୟ ପୃଷ୍ଠା ଭାଇରଲ ହେବାରେ ଲାଗିଛି । ସେଥିରେ ସୌମ୍ୟ ସୋନାଲି ଙ୍କ ସବୁ କାରନାମା ର ପର୍ଦାଫାସ କରିଛନ୍ତି । ତେବେ ବର୍ତ୍ତମାନ ଏହା ଜଣା ପଡ଼ିଛି ଯେ କାହିଁକି ଆତ୍ମହତ୍ୟା ପୂର୍ବରୁ ସୌମ୍ୟ ଅଜୟ ପାଢ଼ୀ ଙ୍କୁ କ୍ଷମା ମାଗିଥିଲେ ? ହୁଏତ ସୋନାଲି ଙ୍କ ସମ୍ବନ୍ଧରେ ଅଜୟ କିଛିବି ଜାଣି ନଥିଲେ କିନ୍ତୁ ସୌମ୍ୟ ସବୁ କିଛି ଜାଣିଥିଲେ ।

ସୌମ୍ୟ ନିଜ ହାତଲେଖା ଜରିଆରେ କହିଛନ୍ତି ଯେ କିପରି ଭାବରେ ସୋନାଲି ଅଜୟ ଙ୍କ ସହିତ ସମ୍ପର୍କରେ ଥିବା ବେଳେ ଟେଲିଗ୍ରାମ ରେ ସୌମ୍ୟଙ୍କ ସହିତ କଥା ହେଉଥିଲେ । ଏହି ସମ୍ବନ୍ଧରେ ଅଜୟ କିଛିବି ଜାଣି ନଥିଲେ । ତେବେ ତାଙ୍କର ଏହି ଗୁଣ ସମ୍ବନ୍ଧରେ କେବଳ ସୌମ୍ୟ ହିଁ ଜାଣିଥିଲେ । ସୌମ୍ୟ ନିଜ ସୁଇସାଇଡ଼ ନୋଟ ରେ ଲେଖିଛନ୍ତି ଯେ ସେ ଖୁବ ଦୃଢ଼ ବ୍ୟକ୍ତିତ୍ୱର ଥିଲେ କିନ୍ତୁ ସୋନାଲି କିଛି ଏପରି କାମ କରୁଥିଲେ ଯାହା ସହିବାକୁ ତାଙ୍କ ପାଖରେ କ୍ଷମତା ନଥିଲା । ତେଣୁ ସେ ବାଧ୍ୟ ହୋଇ ନିଜ ଜୀବନ ହାରି ଦେଇଥିଲେ ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ସୌମ୍ୟ ଙ୍କ ସହିତ ରିଲେଶନଶିପ ରେ ଥିବା ସମୟରେ ସେ ସାରସ୍ୱତ ଙ୍କ ସହିତ ମଧ୍ୟ ଟେଲିଗ୍ରାମ ରେ କଥା ହେଉଥିଲେ ଯାହାକି ସୌମ୍ୟଙ୍କୁ ଖୁବ ବାଧିଥିଲା ଏବଂ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ସୌମ୍ୟ ନିଜେ କହିଛନ୍ତି ଯେ ସେ କେବେବି ଏପରି ପଦକ୍ଷେପ ନେଇ ନଥାନ୍ତେ କିନ୍ତୁ କେବେବି ଆଶା କରି ନଥିଲେ ଯେ ସୋନାଲି ହିଁ ତାଙ୍କୁ ଧୋକା ଦେବେ ବୋଲି । ସେ ସୋନାଲି ଙ୍କ ପୂର୍ବ ପ୍ରେମିକ ଲକି ସମ୍ବନ୍ଧରେ ମଧ୍ୟ ଲେଖିଥିଲେ । କିପରି ଲକି ସହିତ ରିଲେଶନଶିପ ଶେଷ କରି ଅଜୟ ଏବଂ ଅଜୟ ପରେ ସୌମ୍ୟ ଏବଂ ତାପରେ ସାରସ୍ୱତ କୁ ପ୍ରେମ ଜାଲରେ ଫସାଇ ଥିଲେ ସବୁକିଛି ସୌମ୍ୟ ଙ୍କୁ ଜଣା ଥିଲା ।

ଏପଟେ ଅଭିଯୋଗ ଅନୁଯାୟୀ ସୋନାଲି ଙ୍କୁ ଜେରା କରିବାକୁ ପୋଲିସ ଚେଷ୍ଟା କରୁଥିଲେ ହେଁ ସୋନାଲି ଙ୍କ ବାପା ସୋନାଲି ଙ୍କ ଦେହ ଖରାପ ଥିବା କହିଛନ୍ତି କିନ୍ତୁ ସୌମ୍ୟ ଙ୍କ ପରିବାର ସୋନାଲି କୁ କଠୋର ରୁ କଠୋର ଶାସ୍ତି ମିଳୁ ବୋଲି ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *