ଡ୍ରାଇଭରଙ୍କ ପାଇଁ ଭଗବାନ ସାଜି ପହଞ୍ଚିଲେ ଏବଂ କରିଥିଲେ ହିରୋ ପରି କାମ।

କେରଳର କୋଡିନଚେରି ରେ ଘଟିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଜନକ କରିଦେଇଥିଲା। ଏହି ଘଟଣା ରୁ ଶିଖିବାକୁ ମିଳିଥିଲାଯେ ଯଦି ଅସୁବିଧା ସମୟରେ ମନକୁ ନିୟନ୍ତ୍ରଣରେ ରଖିହେବ ତେବେ ଅସୁବିଧାରୁ ସହଜରେ ବହାରିହେବ।

କେରଳର ୱାୟାନାଡରେ ରବିବାର ଦିନ ଖରାବେଳ ୧୨.୩୦ ରେ ନଡ଼ା ବୋଝେଇ ଟ୍ରକ ଟେ ଯାଉଥିବା ବେଳେ ବିଦ୍ୟୁତ୍ ତାର ଲାଗି ଗାଡ଼ିରେ ନିଆଁ ଲାଗିଯାଇଥିଲା। ଡ୍ରାଇଭର ଜଣଙ୍କ ଏପରି ପରିସ୍ଥିତିରେ ଡରିଯାଇ ଜଳୁଥିବା ଗାଡ଼ିକୁ ରାସ୍ତାରେ ଛାଡି ନିଜ ଜୀବନ ବଞ୍ଚଇବା ପାଇଁ ଗାଡ଼ିରୁ ଡେଇଁପଡି ଥିଲା।ଡ୍ରାଇଭର ଜଣଙ୍କ ଭାବିନେଇଥିଲା କି ସେ ତା ଗାଡ଼ିକୁ ଆଉ ଜଳିଯିବାରୁ ବଞ୍ଚେଇ ପାରିବ ନାହିଁ।ସେ ସବୁ ଆଶା ଚଡ଼ିଦେଇଥିଲା।

କିନ୍ତୁ ସେହି ସମୟରେ ସ୍ଥାନୀୟ ବାସିନ୍ଦା ସାଜି ଭାର୍ଗସ ଡ୍ରାଇଭର ପାଇଁ ଭଗବାନ ସାଜି ଆସି ସେଠାରେ ପହଞ୍ଚିଲେ । ଭାର୍ଗସ୍ ଭାବିଲେ ଯେ ଯଦି ଟ୍ରକଟିକୁ ଏମିତି ରାସ୍ତାରେ ଛାଡି ଦିଆଯାଏ, ତେବେ ବହୁତ୍ ବଡ଼ କ୍ଷତି ହୋଇଯିବ ଜଳୁଥିବା ଟ୍ରକ୍ ଟି କିଛି ସମୟ ମଧ୍ୟରେ ଜଳିଜଳି ଫାଟି ଯାଇ ପରେ। ସେଥିପାଇଁ ଭର୍ଗସ୍ ଡେରିନକରି ତୁରନ୍ତ ଷ୍ଟିଅରିଂକୁ ଧରି ଟ୍ରକକୁ ପାଖରେ ଥିବା ଗୋଟେ ଖୋଲା ସ୍ଥାନକୁ ନେଇଗଲେ। ସେ ସେହି ପଡିଆ ଟିରେ ଟ୍ରକ୍ ଟିକୁ ଅପଟ ସେପଟ କରି ଚଳାଇବାକୁ ଲାଗିଲେ ଯାହାଦ୍ୱାରା କେତେଗୁଡ଼ିଏ ଜଳୁଥିବା ନଡ଼ା ଗାଡ଼ିରୁ ବାହାରି ଗଲା ।

ତାଙ୍କ ସାହସ ପାଇଁ ସେ କେବଳ ଟ୍ରକ୍ ଟିକୁ ବଞ୍ଚାଇ ନାହାଁନ୍ତି କେତେ ଜୀବନ ନଷ୍ଟ ହେବାରୁ ମଧ୍ୟ ବଞ୍ଚାଇଥିଲେ।ସେ କୌଣସି ହିରୋ ଠାରୁ କମ୍ ନଥିଲେ।ଯିଏ ନିଜ ଜୀବନକୁ ଖତିର୍ ନକରି କେତେ ଜିବନ ରକ୍ଷା କରିଥିଲେ। କିଛି ସମୟ ପରେ ଅଗ୍ନିଶମ କର୍ମଚାରୀମାନେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ବାକି ଜଳୁଥିବା ନିଆଁ ଲିଭାଇଥିଲେ। ଏହି ସମୟରେ ପାଖରେ ଥିବା ଲୋକମାନେ ଭିଡ଼ିଓ କରିଥିଲେ ଯାହା ଏବେ ଭାଇରାଲ ହେବାକୁ ଲାଗିଛି।

Leave a Reply

Your email address will not be published. Required fields are marked *