ବନ୍ୟାରେ ଫଶିଥିବା କୁକୁରକୁ ବଞ୍ଚେଇବା ପାଇଁ ଡକାଗଲା JCB, ଜୀବନକୁ ବିପଦରେ ପକେଇ ହୋମର୍ଗାଡ ଏମିତି ବଞ୍ଚେଇଲେ- VIDEO

ସୋସିଆଲ ମିଡିଆରେ ପ୍ରତିଦିନ ବହୁତ ଗୁଡ଼ିଏ ଭିଡିଓ ସାମ୍ନାକୁ ଆସିବାକୁ ଲାଗିଥାଏ, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ହୋଇଥାଏ,ଯାହା ହୃଦୟକୁ ଛୁଇଁ ଯାଇଥାଏ ଏବଂ ମନୁଷ୍ୟକୁ ଭାବୁକ କରି ଦେଇଥାଏ। ଗୋଟିଏ ଏମିତି ହିଁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଏହି ଭିଡିଓରେ ଗୋଟିଏ କୁକୁରକୁ ବଞ୍ଚେଇବା ପାଇଁ ହୋମଗାର୍ଡ ନିଜ ଜୀବନକୁ ବାଜିରେ ଲଗାଇ ଦେଇଥାନ୍ତି ଏବଂ କୁକୁରକୁ ସଠିକ ଭାବେ ଫେରେଇ ଆଣିଥାନ୍ତି। ହୋମଗାର୍ଡଙ୍କ ଏହି କାରନାମାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି।

ହେଲେ ଏହି ଭିଡିଓ ପୁରୁଣା ବୋଲି କୁହାଯାଉଛି କିନ୍ତୁ ଯେତେବେଳେ ଏହି ଭିଡିଓକୁ IPS ଅଧିକାରୀ ଦିପାଂଶୁ କାବରା ନିଜ ଆଧିକାରିକ ଟୁଇଟରରେ ପୋଷ୍ଟ କରିଛନ୍ତି,ଏହା ଭାଇରାଲ ହୋଇଯାଇଛି।ସେ ଭିଡିଓ ସେୟାର କରିବା ସମୟରେ ଲେଖିଛନ୍ତି କି ଦ୍ରୁତ ଲହରୀ ମଧ୍ୟରେ ଫଶିଥିବା କୁକୁରକୁ ଦେଖି ତେଲେଙ୍ଗାନାର ହୋମଗାର୍ଡ ମୁଜିବ ସଙ୍ଗେସଙ୍ଗେ JCB ଡ଼ାକିଥିଲେ ଏବଂ ନିଜେ ତାକୁ ବଞ୍ଚେଇବା ପାଇଁ ଲହରୀକୁ ବାହାରି ପଡ଼ିଥିଲେ।

ତାଙ୍କ ବିଚାରକୁ ହୃଦୟରୁ ସଲାମ।ସେ ଆଗକୁ ଲେଖିଛନ୍ତି କି ମାନବତାର ସେବା ପାଇଁ ଖାକି କୈାଣସି ବି ବିପଦକୁ ଉଠେଇବା ପାଇଁ ପଛକୁ ହଟି ନଥାନ୍ତି।

ଏହି ଭିଡିଓ ଉପରେ ଲୋକମାନେ ପ୍ରତିକ୍ରିୟା ଦେଉଛନ୍ତି। ପୋଷ୍ଟକଙ କିଛିଦିନ ପୂର୍ବରୁ ସେୟାର କରାଯାଇଛି।ଖବର ଲେଖା ଯିବା ପରେ ସେୟାର କରାଯିବା ପରଠାରୁ କ୍ଲିପକୁ ୮,୨୦୦ରୁ ଅଧିକ ଥର ଦେଖା ଯାଇ ସାରିଛି ଏବଂ ସଂଖ୍ୟା କେବଳ ବଢ଼ିବାରେ ଲାଗିଛି।ସେୟାର ଲୋକମାନଙ୍କୁ ବିଭିନ୍ନ ପ୍ରକାରର କମେଣ୍ଟ ପୋଷ୍ଟ କରିବା ପାଇଁ ମଧ୍ୟ ପ୍ରେରିତ କରୁଛି। ଲୋକମାନେ କମେଣ୍ଟରେ ମୁଜିବଙ୍କୁ ସଲାମ କରୁଛନ୍ତି।

Leave a Reply

Your email address will not be published. Required fields are marked *