ପିଆଜ ରେ ଥାଏ ଏହି ଭିଟାମିନ ଯାହା କ୍ୟାନସର ଠାରୁ ମୁକ୍ତି ଦେଇଥାଏ , କଞ୍ଚା ପିଆଜ ଖାଉ ନଥିଲେ ନିଶ୍ଚିତ ଜାଣି ନିଅନ୍ତୁ :-

ସାଧରଣତଃ ପୁରୁଣା ଯୁଗର ଲୋକେ କଞ୍ଚା ପିଆଜ ଖାଇବାକୁ ଅଧିକ ପସନ୍ଦ କରୁଥିଲେ । ସେମାନଙ୍କୁ ଜଣା ଥିଲା ଯେ ପିଆଜ ଖାଇବା ଦ୍ୱାରା ଆମର ଅନେକ ଲାଭ ହୋଇଥାଏ । ଶରୀରର ଅନେକ ରୋଗ କଞ୍ଚା ପିଆଜ ଦ୍ୱାରା ହିଁ ଭଲ ହୋଇଥାଏ । ତେବେ ଆଜିକାର ଏହି ଲେଖାରେ ଆମେ କଞ୍ଚା ପିଆଜର ସେବନ ଦ୍ୱାରା ଶରୀରରେ ହେଉଥିବା ଲାଭ ଗୁଡ଼ିକ ବିଷୟରେ କହିବୁ । ତେଣୁ ଆଜିକାର ଆମ ଲେଖାଟିକୁ ନିଶ୍ଚିତ ଭାବରେ ପଢ଼ନ୍ତୁ ।

୧ . ଖାଦ୍ୟ ଜୀର୍ଣ୍ଣ ହେବାରେ ସାହାଯ୍ୟ :-

କଞ୍ଚା ପିଆଜରେ ସାଧରଣତଃ ଏକ ମୁଖ୍ୟ ପୋଷକ ତତ୍ତ୍ୱ ରହିଥାଏ ଯାହାକି ଗହମ ରେ ଥାଏ । ତାହା ହେଉଛି ଫାଇବାର । ଖାଦ୍ୟ ଭଲ ହଜମ ହେବା ପାଇଁ ଗହମ ରୁଟି ଖାଇବାକୁ କହନ୍ତି । ସେହିପରି ପିଆଜରେ ମଧ୍ୟ ପ୍ରଚୁର ମାତ୍ରାରେ ଫାଇବାର ଥାଏ ଯାହା ଖାଦ୍ୟ ହଜମ କରିଥାଏ ।ତେଣୁ ଯଦି ଆପଣଙ୍କର କୋଷ୍ଠକାଠିନ୍ୟ ଭଳି ସମସ୍ୟା ଥାଏ ତେବେ ରାତିରେ ଖାଇବା ସମୟରେ କଞ୍ଚା ପିଆଜ ନିଶ୍ଚିତ ଭାବରେ ସେବନ କରନ୍ତୁ । ଏହାଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଯିବ କାରଣ ହଜମ ପ୍ରକ୍ରିୟା ଭଲ ହେବ ।

୨ . ନାକରୁ ରକ୍ତ ବାହାରିବା ସମସ୍ୟା କୁ କରିଥାଏ ଦୂର :-

ଆପଣ ମାନେ ନିଶ୍ଚିତ ଭାବରେ ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମପ୍ରବାହ ବିଷୟରେ ଅନୁଭବ ରଖୁଥିବେ । ଗ୍ରୀଷ୍ମପ୍ରବାହ ସମୟରେ ଝାଞ୍ଜି ପବନ କାରଣରୁ ଅନେକ ଲୋକଙ୍କ ନାକରୁ ରକ୍ତ ବୋହିଥାଏ ଯାହାକୁ ଦୂର କରିବା ପାଇଁ ସହଜ ଉପାୟ ହେଉଛି କଞ୍ଚା ପିଆଜର ସେବନ । ତେଣୁ ଆପଣ ଗ୍ରୀଷ୍ମ ଋତୁରେ ଅଧିକ କଞ୍ଚା ପିଆଜ ର ସେବନ କରନ୍ତୁ ।

୩ . ଦାନ୍ତ ମାଢ଼ିରୁ ରକ୍ତ ବୋହିବା ସମସ୍ୟା କୁ ଦୂର କରିଥାଏ :-

ଅଧିକାଂଶ ଲୋକଙ୍କ ଠାରେ ଏହି ସମସ୍ୟା ଦେଖା ଦେଇଥାଏ । ଦାନ୍ତ ମାଢ଼ି ରୁ ରକ୍ତ ବୋହିଥାଏ । ତେଣୁ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏକ ସିଝା ପିଆଜ କୁ ଦାନ୍ତରେ ତିନି ରୁ ଚାରି ମିନିଟ ପର୍ଯ୍ୟନ୍ତ କାମୁଡ଼ି ରଖନ୍ତୁ । ଦେଖିବେ ମାତ୍ର ଅଳ୍ପ ସମୟ ମଧ୍ୟରେ ଏହି ସମସ୍ୟା ଦୂର ହୋଇଯିବ ।

୪ . ଥଣ୍ଡା , କାଶ ଏବଂ ଗଳା ଯନ୍ତ୍ରଣା ରୁ ମୁକ୍ତି :-

ଯଦି ଆପଣଙ୍କର କାଶ , ଥଣ୍ଡା ଏବଂ ଗଳା ଯନ୍ତ୍ରଣା ସମସ୍ୟା ସବୁବେଳେ ରହୁଛି ତେବେ ଆପଣ କଞ୍ଚା ପିଆଜ ର ରସକୁ ବାହାର କରି ସେଥିରେ ମହୁ ମିଶାଇ ସେବନ କରନ୍ତୁ ଏହାଦ୍ବାରା ସମସ୍ତ ସମସ୍ୟା ଦୂର ହୋଇଯିବ ।

୫ . କ୍ୟାନସର ସମସ୍ୟା ରୁ ମୁକ୍ତି :-

ଫାଇବର ସହିତ କଞ୍ଚା ପିଆଜରେ ସଲଫର ର ମାତ୍ରା ମଧ୍ୟ ଅଧିକ ଥାଏ । ଯାହାକି କ୍ୟାନସର ସେଲ କୁ ବଢ଼ିବାକୁ ରୋକିଥାଏ । ତେଣୁ ଯଦି କେହି କର୍କଟ ରୋଗୀ ଥାଆନ୍ତି ତେବେ କଞ୍ଚା ପିଆଜ ଖାଇବା ସେମାନଙ୍କ ପାଇଁ ଲାଭ ଦାୟକ ହେବ ଏବଂ ଯଦି ଆପଣ ସୁସ୍ଥ ବି ଅଛନ୍ତି ତେବେ ନିଶ୍ଚିତ ପ୍ରତିଦିନ କଞ୍ଚା ପିଆଜ ସେବନ କରନ୍ତୁ । ଏହାଦ୍ବାରା କର୍କଟ ରୋଗ ସମସ୍ୟା ଦେଖାଦେବ ନାହିଁ ।

Leave a Reply

Your email address will not be published. Required fields are marked *