ତୃପ୍ତି ଅଭିମାନ କରିଛନ୍ତି ତେଣୁ ବାବୁଶାନ ଥରେ ଯାଇ ତାଙ୍କୁ ମନେଇବା ଆବଶ୍ୟକ ! ଏମିତି କିଛି କ୍ୟାମେରା ସାମ୍ନାରେ କହିଲେ ମହିଳା :-

ବାବୁଶାନ , ପ୍ରକୃତି ଏବଂ ତୃପ୍ତି ବିବାଦ ମାମଲାର ଏବେ ସୁଦ୍ଧା କୌଣସି ସମାଧାନ ହୋଇନାହିଁ । କିନ୍ତୁ ଗତ କାଲି ଲାଗୁଥିଲା ଯେପରି ବାବୁଶାନ ତୃପ୍ତିଙ୍କ ଘରକୁ ଯାଇ ତାଙ୍କୁ ଫେରାଇ ଆଣିବେ ।କିନ୍ତୁ ତାହା ଯେହେତୁ ହୋଇନାହିଁ ତେଣୁ କେହି କେହି ଏହା ବାବୁଶାନଙ୍କ ଇଗୋ ବୋଲି କହୁଛନ୍ତି । ତେଣୁ ଏହାକୁ ନେଇ ଜଣେ ମହିଳା କ୍ୟାମେରା ସାମ୍ନାରେ ନିଜର ମତ ରଖିଛନ୍ତି । ଏବଂ ଖୁବ ସୁନ୍ଦର ଭାବରେ ଉଭୟଙ୍କ ସପକ୍ଷ ନେଇ ବୁଝାଇ କହିଛନ୍ତି । ଯାହା ଦେଖିବା ପରେ ହୁଏତ ବାବୁଶାନ ନିଜକୁ ପରିବର୍ତ୍ତନ କରିବେ ।

ତେବେ ମହିଳାଙ୍କ କହିବା କଥା ଯେ ବାବୁଶାନ ୨ ଦିନ ହେବ ଘରକୁ ଆସିଲେଣି । ତଥାପି ସେ ନିଜ ସ୍ତ୍ରୀ ଏବଂ ପୁଅକୁ ଦେଖିବାକୁ ଏ ପର୍ଯ୍ୟନ୍ତ କାହିଁକି ଯାଇ ନାହାଁନ୍ତି । ନିଜ ପୁଅକୁ ଦେଖିବାକୁ କଣ ତାଙ୍କର ଇଚ୍ଛା ହଉନି ? ପୁଣି ସ୍ବୟଂ ଜଗନ୍ନାଥ ନିଜ ଅହଂ-କାରକୁ ତଳେ ପକାଇ ନିଜ ସ୍ତ୍ରୀ ଲକ୍ଷ୍ମୀଙ୍କୁ ମନେଇବାକୁ ଯାଇଥିଲେ । ତେବେ ସାଧାରଣ ମଣିଷ ଜଣେ କାହିଁକି ଯାଇ ପାରିବ ନାହିଁ । ତେଣୁ ବାବୁଶାନ ନିଜ ଇଗୋକୁ ତଳେ ପକାଇ ତୃପ୍ତିଙ୍କ ପାଖକୁ ଯାଇ ଭୁଲ ମାଗିବା ଉଚିତ ହେଉଛି ଏବଂ ତାଙ୍କୁ ଫେରାଇ ଆଣିବା ଉଚିତ ହେଉଛି । ଏପଟେ ତାଙ୍କ ବାପା ମା ମଧ୍ୟ ତୃପ୍ତିଙ୍କ ସପକ୍ଷରେ । ଯଦି ଉଭୟେ ବୁଝାମଣା କରି ସାଥିରେ ରହିବେ ତେବେ ସବୁ ସମସ୍ୟାର ସମାଧାନ ହୋଇଯିବ ।

ମହିଳାଙ୍କ ଅନୁଯାୟୀ ସବୁ ସମାଧାନ ବାବୁଶାନଙ୍କ ହାତରେ । କାରଣ ସ୍ତ୍ରୀ ମାନେ ଅଭିମାନ କରିଥାନ୍ତି । ପୁଣି ବାବୁଶାନଙ୍କ ଭୁଲ ପାଇଁ ହିଁ ତୃପ୍ତି ତାଙ୍କୁ ରାସ୍ତା ମଝିରେ ଘୋଷାରି ଥିଲେ । ଏପରି ଘଟ-ଣାକୁ ବାବୁଶାନ ମନକୁ ନେବା ଉଚିତ ନୁହେଁ । କାରଣ ଜଣେ ନିଜ ଲୋକ ନିଜ ଲୋକକୁ ତାଗିଦ କରିବା ପାଇଁ ଏପରି କରିଛି । ଏହାକୁ କେବଳ ଏକ ଦୁର୍ଘ-ଟଣା ଭାବି ଭୁଲିଯିବା ଉଚିତ । ନଚେତ ସମସ୍ତଙ୍କ ଜୀବନ ବର୍ବାଦ ହୋଇଯିବ । ସ୍ୱାମୀ ସ୍ତ୍ରୀ ମଧ୍ୟକୁ ତୃତୀୟ ଲୋକ ଆସିଲେ ସମସ୍ୟା ହେବା ସ୍ବାଭାବିକ । ତେଣୁ ବାବୁଶାନ ପ୍ରଥମେ ନିଜ ଭୁଲକୁ ସ୍ୱୀକାର କରି ନିଜ ସ୍ତ୍ରୀ ପାଖକୁ ଯାଇ ଭୁଲ ମାଗିନେବା ଆବଶ୍ୟକ । ଯାହାଦ୍ୱାରା ତୃପ୍ତି ମଧ୍ୟ ନିଶ୍ଚୟ ମନ ବଦଳାଇ ଘରକୁ ଫେରି ଆସିବେ ।

ଏପଟେ ସେ ପ୍ରକୃତିଙ୍କ ଉପରେ ମଧ୍ୟ ମତ ଦେଇଛନ୍ତି ଯେ ହୁଏତ ସେ ନିଜର ଭୁଲ ବୁଝି ପାରିଛନ୍ତି ଏବଂ ଅନୁତାପ କରୁଛନ୍ତି । ତେଣୁ ପ୍ରକୃତିଙ୍କୁ ସେ ଏହି ଅନୁରୋଧ କରିଛନ୍ତି ଯେ ସେ ଯେପରି ଆଉ କେବେ ତୃପ୍ତି ଏବଂ ବାବୁଶାନଙ୍କ ମଧ୍ୟରେ ନଆସନ୍ତୁ । ସେମାନଙ୍କୁ ସେମାନଙ୍କ ପରିବାରରେ ଖୁସିର ରହିବାକୁ ଦିଅନ୍ତୁ । ଏହାବ୍ୟତୀତ ନିଜ ବାପା ମନ୍ମଥ ମିଶ୍ରଙ୍କର ଯେଉଁ ସମ୍ମାନ ହାନୀ ହୋଇଛି ସେଥିପ୍ରତି ଦୃଷ୍ଟି ଦେଇ କ୍ୟାରିଅରରେ ଆଗକୁ ବଢ଼ନ୍ତୁ । ନଚେତ ଏହି ଘଟଣା ଏମିତି ଜୀବନ ସାରା ବଢ଼ି ଚାଲିଥିବ ଏବଂ କେହିବି ଖୁସିରେ ରହି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *