ପ୍ରତିଦିନର ହରକତକୁ ନେଇ ସ୍ତ୍ରୀ ହୋଇଗଲା ଏମିତି ବିରକ୍ତ, ଧରିଲେ ପ୍ରାଇଭେଟ ପାର୍ଟକୁ ମାରିଲେ ଏମିତି ଝଟକା କି…

ଉତ୍ତରାଖଣ୍ଡର ପିଥୌରାଗଢ ଜିଲ୍ଲାରୁ ହୃଦୟକୁ ଦୋହଲାଇ ଦେବାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ନିଜ ସ୍ବାମୀଙ୍କୁ ଏତେ ଯନ୍ତ୍ରଣା ଦାୟକ ମୃତ୍ୟୁ ଦେଇଛନ୍ତି, ଯାହା ବିଷୟରେ ଶୁଣିଲେ କାହାର ମଧ୍ୟ ଛାତି ଥରି ଉଠିବ। ସ୍ବାମୀଙ୍କ ପ୍ରତାରଣାରେ ବିରକ୍ତ ହୋଇ ମହିଳା ଜଣଙ୍କ ବ୍ଲେଡରେ ତାଙ୍କ ପ୍ରାଇଭେଟ ପାର୍ଟକୁ କାଟି ଦେଇଛନ୍ତି।

ଏହି ପୂରା ଘଟଣା ପିଥୌରାଗଢ ଜିଲ୍ଲାର ଦିଙ୍ଗାସ ଗାଁର ଅଟେ। ମହିଳା ଜଣଙ୍କ ୧୩ ଫେବୃଆରୀ ରାତିରେ ଏହି ଘଟଣାକୁ ରୂପ ଦେଇଥିଲେ। ସୂଚନା ମୁତାବକ, ମହିଳା ଜଣଙ୍କ ନିଜ ସ୍ବାମୀଙ୍କ ପ୍ରତିଦିନର ପ୍ରତାରଣାରେ ବିରକ୍ତ ହୋଇ ଯାଇଛନ୍ତି, ଏଥିପାଇଁ ସେ ଏହି ଭୟଙ୍କର ପଦକ୍ଷେପ ଉଠାଇଛନ୍ତି। ପୋଲିସ ମହିଳା ଜଣଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛନ୍ତି।

ରାଜସ୍ବ ପୋଲିସଙ୍କ ଅନୁସାରେ ୧୩ ଫେବୃଆରୀରେ ଦିଙ୍ଗାସ ଗାଁରେ ରହୁଥିବା ସୁନିତା ଦେବୀ ନିଜ ସ୍ବାମୀ ଜିତେନ୍ଦ୍ର ରାମଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି, ଯାହାଦ୍ଵାରା ତାଙ୍କ ମୃତ୍ୟୁ ହୋଇ ଯାଇଛି। ଜିତେନ୍ଦ୍ର ରାମ ନିର୍ବାଚନ ପ୍ରଚାର କରି ବିଳମ୍ବ ରାତିରେ ଘରକୁ ଫେରିଥିଲେ। ସେହି ସମୟରେ ତାଙ୍କର ସୁନୀତା ଦେବୀଙ୍କ ସହିତ ଝଗଡ଼ା ମଧ୍ୟ ହୋଇଥିଲା। ଏହାପରେ ରାଗରେ ପଡ଼ି ସୁନିତା ଦେବୀ ସ୍ବାମୀ ଜିତେନ୍ଦ୍ର ରାମଙ୍କର ବ୍ଲେଡରେ ପ୍ରାଇଭେଟ ପାର୍ଟକୁ କାଟି ଦେଇଛନ୍ତି।

ସୁନିତା ଦେବୀଙ୍କ ଝିଅ ମାଆଙ୍କୁ ଏମିତି କରୁଥିବା ସମୟରେ ଦେଖି ନେଇଥିଲେ।ସେ ଘଟଣାର ସୂଚନା ନିଜ ଜେଜେଙ୍କୁ ଦେଇଥିଲେ। ଘଟଣା ପ୍ରକାଶରେ ଆସିବା ପରେ ରାଜସ୍ବ ପୋଲିସ ‌ହତ୍ୟାର ମକଦ୍ଦମା ଜମା କରି ସୁନିତାଙ୍କୁ ଜେଲକୁ ପଠାଇ ଦେଇଛନ୍ତି।ଆରୋପି ସୁନିତାଙ୍କର କହିବା କଥା ହେଉଛି କି ଜିତେନ୍ଦ୍ର ତାଙ୍କୁ ପ୍ରତିଦିନ ପ୍ରତାରିତ କରୁଥିଲେ।ଘଟଣା ବାଲା ରାତିରେ ମଧ୍ୟ ଜିତେନ୍ଦ୍ର ମଦ ପିଇ ଘରକୁ ଆସିଥିଲେ, ସେହି ସମୟରେ ତାଙ୍କର ଝଗଡ଼ା ହୋଇଥିଲା ଏବଂ ରାଗରେ ଏହି ପଦକ୍ଷେପ ଉଠେଇ ଦେଇଛନ୍ତି।

ଘଟଣା ପରେ ଗ୍ରାମୀଣ ଜିତେନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରିବାର ଥିଲେ। କିନ୍ତୁ ଆଇନ ଘଟଣା ହେବାରୁ ଗ୍ରାମୀଣ ଏହାର ସୂଚନା ରାଜସ୍ବ ପୋଲିସଙ୍କୁ ଦେଇଥିଲେ।ରାଜସ୍ବ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ଆରୋପୀ ସ୍ତ୍ରୀଙ୍କୁ ଜେଲକୁ ପଠାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *