କ୍ଲାସ ରୁମ ରେ ନିଜ ଗର୍ଲଫ୍ରେଣ୍ଡ ସହିତ କଥା ହେଉଥିବା ସମୟରେ ଯୁବକକୁ ଧରିଲେ ଶିକ୍ଷକ, ଫୋନ୍ ନିଜ କାନରେ ଦେଲେ ଆଉ ତାପରେ….

ଫେବୃଆରୀ 14 ବିତିଯିବା ସହ ଭାଲେଣ୍ଟାଇନ୍ସ ଡେ ମଧ୍ୟ ଶେଷ ହୋଇଛି । ସେବେଠାରୁ ସୋସିଆଲ ମିଡ଼ିଆରେ ପ୍ରେମ ସମ୍ବନ୍ଧୀୟ ସମସ୍ତ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି । ଆମେ ଆପଣଙ୍କ ପାଇଁ ଏହି ପରି ଏକ ଭିଡ଼ିଓ ନେଇ ଆସିଛୁ ଯେଉଁଥିରେ ଜଣେ ଯୁବକ ଶ୍ରେଣୀଗୃହରେ ବସି ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଫୋନରେ କଥା ହେଉଥିବାର ଦେଖିବାକୁ ମିଳିଛି ଏବଂ ଫୋନରେ କଥା ହେଉଥିବା ସମୟରେ ଯୁବକ ଜଣକ ତାଙ୍କ ଶିକ୍ଷକଙ୍କ ହାତରେ ଧରା ପଡ଼ିଛନ୍ତି ।

ଭିଡିଓ ଦେଖିବା ପରେ ପ୍ରଥମେ ଆପଣଙ୍କର ଯୁବକଜଣଙ୍କ ଉପରେ ଦୟା ଆସିବ, କିନ୍ତୁ ଶେଷରେ ଯାହା ଘଟିବ ତାହା ଦେଖି ଆପଣ ହସି ହସି ଗଡିଯିବେ । ଭିଡିଓଟି ବହୁତ ମଜାଦାର ଅଟେ । ଭାଲେଣ୍ଟାଇନ୍ସ ଡେ ଅବସରରେ ଯେଉଁ ପ୍ରେମିକାମାନେ ସେମାନଙ୍କ ଗର୍ଲଫ୍ରେଣ୍ଡଙ୍କୁ ଦେଖା କରିପାରିନଥିଲେ ସେହି ପ୍ରେମିକମାନେ ଫୋନ କରି ନିଜ ଗର୍ଲଫ୍ରେଣ୍ଡମାନଙ୍କୁ ଭାଲେଣ୍ଟାଇନ୍ସ ଡେ ୱିସ କରିଥିଲେ । ଯୁବକଜଣକ ତାଙ୍କ ଗର୍ଲଫ୍ରେଣ୍ଡ ସହ ଫୋନ୍ ରେ କଥା ହେବା ସମୟରେ ଶିକ୍ଷକ ଦେଖିଦେଇଥିଲେ ।

ଭିଡିଓରେ ଆପଣମାନେ ଦେଖିପାରିବେ ଯେ ଯୁବକ ଜଣକ ଶ୍ରେଣୀଗୃହରେ ବସି ତାଙ୍କ ଗର୍ଲଫ୍ରେଣ୍ଡ ସହିତ ଫୋନରେ କଥା ହେଉଛନ୍ତି । ସେତିକିବେଳେ ତାଙ୍କ ଶିକ୍ଷକ ପଛରୁ ଆସି ତାଙ୍କୁ ଧରିଲେ । ଯୁବକଜଣକ ତାଙ୍କ ଗର୍ଲଫ୍ରେଣ୍ଡ ସହିତ କଥାହେବାରେ ଏତେ ବ୍ୟସ୍ତ ଥିଲେ ଯେ ଶିକ୍ଷକ କେତେବେଳେ ଆସିଲେ ତାହା ମଧ୍ୟ ସେ ଜାଣି ପାରିନଥିଲେ । ଶିକ୍ଷକ ଆସି ତାଙ୍କ ପଛରେ ଠିଆ ହୋଇଗଲେ । ଭିଡିଓ ଦେଖି ଲାଗୁଛି ଯେ ବର୍ତ୍ତମାନ ଶିକ୍ଷକଙ୍କ ମାଡ଼ ଦ୍ଵାରା ଯୁବକଟିର ଅଵସ୍ଥା ଖରାପ ହେବ । ଦେଖନ୍ତୁ ଭିଡିଓ ।

 

View this post on Instagram

 

A post shared by memes | comedy (@ghantaa)

ତେବେ ଏହା ପର ଘଟଣା ଅତ୍ୟନ୍ତ ମଜାଦାର ଅଟେ । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ପିଲାଟି ପଛରେ ଛିଡ଼ା ହୋଇ ଶିକ୍ଷକ କିଛି ନ କହି କେବଳ ହସନ୍ତି । ତା’ପରେ ଯୁବକଟି ପଛକୁ ବୁଲି ଶିକ୍ଷକ ଛିଡ଼ା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହେଲେ । ଏହା ପରେ ଶିକ୍ଷକ ତାଙ୍କୁ କାହା ସହିତ କଥାବାର୍ତ୍ତା ହେଉଛନ୍ତି ବୋଲି ପଚାରନ୍ତି । ତେବେ ଯୁବକ ଜଣକ କହିଲା ଯେ ସେ ନିଜ ଗର୍ଲଫ୍ରେଣ୍ଡ ସହିତ କଥା ହେଉଛି । ଏହାପରେ ଶିକ୍ଷକ ଫୋନକୁ ତାଙ୍କ କାନରେ ଦିଅନ୍ତି । ପରେ ଥଟ୍ଟାମଜାରେ କିଛି କହି ଯୁବକଙ୍କୁ ଛାଡି ଦିଅନ୍ତି । ଏହି ଭିଡିଓ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଏହି ମଜାଦାର ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ 2 ମିଲିୟନରୁ ଅଧିକ ଭ୍ୟୁ ମିଳିଛି ।

Leave a Reply

Your email address will not be published. Required fields are marked *