ତପସ୍ୱିନୀ ସୁମିତ ବିବାଦ, କଣ ସୁମିତଙ୍କ ଘର ଛାଡ଼ି ଚାଲିଯିବେ ତପସ୍ୱିନୀ !

ବହୁଚର୍ଚ୍ଚିତ ତପସ୍ୱିନୀ ସୁମିତ ବିବାଦରେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସିବାରେ ଲାଗିଛି । ଏବେ ପୁଣିଥରେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଅଛି । ଆଉ ତାହା ହେଉଛି ତପସ୍ୱିନୀ ଏବଂ ସୁମିତଙ୍କର ଛାଡପତ୍ର ହୋଇଯିବ । ତେବେ ସତରେ କଣ ଏହି ପ୍ରେମ ପକ୍ଷୀଙ୍କ ମଧ୍ୟରେ ଚିରଦିନ ପାଇଁ ଫାଟ ପଡିଯିବ । ସତରେ କଣ ଅତୀତର ସ୍ମୃତିକୁ ଛାତି ତଳେ ଚାପି ଅଲଗା ହୋଇଯିବେ ତପସ୍ୱିନୀ । ଏମିତି ଅନେକ କଥାକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

ତେବେ କଣ ନିଜ ଜୀବନସାଥୀ ତଥା ସାରା ଜୀବନର ପ୍ରେମକୁ ନିଜ ଠାରୁ ଦୂରେଇ ଦେଇପାରିବେ ତପସ୍ୱିନୀ । ନା ଆଦୌ ନିଜ ଠାରୁ ସୁମିତଙ୍କୁ ଛାଡିବେ ନାହିଁ ତପସ୍ୱିନୀ । ଏ କଥା କିଏ ବା ଜାଣିଛି । ଯାହା ଭାଗ୍ୟରେ ଲେଖା ହୋଇଛି ତାହା ହିଁ ହେବ । ଶେଷରେ ସବୁ ଚେଷ୍ଟା ବିଫଳ ହୋଇଗଲା । ଆଉ ତପସ୍ୱିନୀଙ୍କର ସେହି ଦିନ ରାତି ପ୍ରୟାସ, ଭୋକ ଶୋଷରେ ରହି ନିଜ ସ୍ୱାମୀଙ୍କୁ ଫେରାଇ ଆଣିବାର ସମସ୍ତ ଚେଷ୍ଟା ଭାଙ୍ଗି ଗଲା । ହାଇକୋର୍ଟର ଚେଷ୍ଟା ହେଉ କିମ୍ବା ମଧ୍ୟସ୍ଥତା କେନ୍ଦ୍ରର ଚେଷ୍ଟା କିମ୍ବା ବଡ଼ ମାନଙ୍କର ପରାମର୍ଶ ହେଉ, ସବୁ ସୁମିତଙ୍କ ରାଗ ଆଗରେ ଫିକା ପଡିଗଲା ।

ଯେଉଁ ଝିଅକୁ ସୁମିତ ସାରା ଜୀବନ ନିଜ ପାଖରେ ରଖି ଘର ସଂସାରକୁ ଆଗକୁ ବଢାଇବାକୁ ଭାବିଥିଲେ , ସତରେ କଣ ତାଙ୍କୁ ଦୂରେଇ ଦେବେ । ତେବେ ଆହୁରିମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି କି ତପସ୍ୱିନୀଙ୍କୁ ଠାରୁ ଅଲଗା ହେବା ପରେ ସୁମିତ କଣ ଆଉ କାହାକୁ ବିବାହ କରିବାପାଇଁ ଯୋଜନା କରି ସାରିଛନ୍ତି ନା ଆଉ କଣ ଯୋଜନା କରିଛନ୍ତି । ତେବେ ଏ କଥାକୁ ତ କେବଳ ସୁମିତ ହିଁ କହିପାରିବେ ।

ଅନ୍ୟପକ୍ଷରେ ସୁମିତଙ୍କୁ ଛାଡପତ୍ର ଦେବା ପାଇଁ ଆଦୌ ପ୍ରସ୍ତୁତ ନାହାଁନ୍ତି ତପସ୍ୱିନୀ । ଯାହା ସହ ବାଟ ଚାଲିବେ ବୋଲି ଭାବିଥିଲେ ତାଙ୍କୁ ବା କିପରି ପାଖରୁ ଦୁରେଇ ଦେବେ । ଏପଟେ ସୁମିତଙ୍କ ଘରେ ହିଁ ତପସ୍ୱିନୀ ରହୁଛନ୍ତି । ତେଣୁ ତାଙ୍କ ପାଇଁ ମାମଲାଟି ଆହୁରି ଗମ୍ଭୀର ହୋଇଯାଇଛି । ତେବେ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ , ଛାଡପତ୍ର ପରେ ତପସ୍ୱିନୀଙ୍କର ଭରଣପୋଷଣ ପାଇଁ ସୁମିତଙ୍କୁ ମାସିକ ଖର୍ଚ୍ଚ ଦେବାକୁ ପଡିବ । ବର୍ତ୍ତମାନ ଦେଖାଯାଉ ଏହି ଦୁଇ ପ୍ରେମ ପକ୍ଷୀ ସତରେ ଅଲଗା ହୋଇ ଯାଉଛନ୍ତି ନା କାହାଣୀଟି ଆଗକୁ ଆଉ କଣ ନୂଆ ମୋଡ଼ ନେଉଛି ।

Leave a Reply

Your email address will not be published. Required fields are marked *