ସୁନ୍ଦରୀ ଝିଅ ହୋଇଥିବାରୁ ସହଜରେ ଚାକିରୀ ମିଳିଲା। ହେଲେ ଶାରୀ-ରିକ ସମ୍ପର୍କ ନରଖିବାରୁ ଜୀବନ ଚାଲିଗଲା…

ଭଗବାନ ମତେ କାହିଁକି ଏତେ ସୁନ୍ଦର କରୁଥିଲ। ମୁଁ ଜାଣେ ସବୁ ଝିଅ ଚାହାଁନ୍ତି ସୁନ୍ଦର ଦେଖା ଯିବା ପାଇଁ। ସେଥିପାଇଁ ଝିଅ ମାନେ ନିଜ ଚେହେରାକୁ ନେଇ ଖୁବ ଯତ୍ନବାନ। ହେଲେ ଭଗବାନ ସେହି ଉପରେ ଯେ କେତେବେଳେ କାହାର ଲୋଲୁପ ଦୃଷ୍ଟି ପଡିବ ସେକଥା ମୁଁ ଆଦୌ ଭାବିନଥିଲି। ମୁଁ ତ ବାସ ଘରର ଆର୍ଥିକ ପରିସ୍ଥିତି ପାଇଁ ଘରୁ ଗୋଡ଼ କାଢି ବାପାଙ୍କୁ ସାହାଯ୍ୟ କରିବା ପାଇଁ ବାହାରକୁ ଯାଇଥିଲି।

ଭାବିଥିଲି ଦୁଇ ପଇସା ରୋଜଗାର କରିବି ଭଲରେ ରହିବି ଓ ପରିବାର ଲୋକଙ୍କ ସମସ୍ୟାକୁ ଦୂର କରିବି। ବାପାଙ୍କ କାନ୍ଧରେ କାନ୍ଧ ମିଶାଇ ବାଟ ଚାଲିବି। ଘରର ଆର୍ଥିକ ସମସ୍ୟା ଆଉ ବାପାଙ୍କ ଚିନ୍ତା ମତେ ସବୁବେଳେ ବ୍ୟତିବ୍ୟସ୍ତ କରି ଦେଉଥିଲା ତେଣୁ ମୁଁ ଚାକିରୀ ପାଇଁ ମନସ୍ଥ କରି ଘରୁ ଯାଇଥିଲି କାମ କରିବାକୁ। ହେଲେ ମତେ ସତରେ ଆଦୌ ଜଣା ନଥିଲା କି ବାହାର ଦୁନିଆ ଏମିତି ବୋଲି ମୁ ମୋ ବାପାଙ୍କ ସ୍ୱପ୍ନକୁ ପୂରଣ କରି ପାରିଲିନି। ବାପା ମତେ କ୍ଷମା ଦେବ ମୁଁ ତୁମକୁ ଖୁସିରେ ଦେଖିବାକୁ ତୁମକୁ ସ୍ୱଳ୍ପ ସାହାଯ୍ୟ କରିବାର ଆଶା ନେଇ ସିନା ବାହାରକୁ ଆସିଥିଲି ହେଲେ ମୁଁ ଜାଣି ନଥିଲି ସବୁଦିନ ପାଇଁ ମୁଁ ଏମିତି ଆଖି ବୁଝିଦେବୀ। ମୁଁ ନୁହେଁ ମତେ ମାରିକି ଫିଙ୍ଗିଦେବେ ବୋଲି।

ମୁଁ ଦେଖିବାକୁ ସୁନ୍ଦର ଥିଲି ମୋର ଭୁଲ ଥିଲା ଏତିକି। ମୁଁ ଚାକିରୀ ପାଇଁ ଯେତେବେଳେ ଆସିଲି ସେମାନେ ମୋ ଚେହେରାକୁ ଦେଖି ମତେ ଚାକିରୀ ଦେଇଦେଲେ ଆଉ ଯେତେବେଳେ ମତେ ଖରାପ କାମ କରିବାକୁ କହିଲେ ଆଉ ମୁ ତାଙ୍କ କଥାରେ ରାଜି ହେଲି ନାହିଁ ସତେବେଳେ ମତେ ମାରିକି ଫିଙ୍ଗି ଦେଲେ। ମୋ ସ୍ୱପ୍ନ ମୋ ବାପାଙ୍କୁ ସାହାଯ୍ୟ କରିବାର ଇଚ୍ଛା ସବୁକିଛି ମୋ ସହ ମରିଗଲା। ମୁଁ ଆଜି ଉପରେ ଥାଇ ମୋ ସୁନ୍ଦରତାକୁ ଧିକାର କରୁଛି।

ଏହି ସୁନ୍ଦର ଚେହେରା ପାଇଁ ଏତେ ସାରା କାଣ୍ଡ ଘଟିଗଲା ଏହି ସୁନ୍ଦର ଚେହେରା ପାଇଁ ମତେ ଚାକିରୀ ମିଳିଲା ଏହି ସୁନ୍ଦର ଚେହେରା ପାଇଁ ଅଫର ମିଳିଲା ଆଉ ଏହି ସୁନ୍ଦର ଚେହେରା ପାଇଁ ମୋ ଜୀବନ ବି ଚାଲିଗଲା। ମୁ ଦେଖିଥିବେ ସ୍ୱପ୍ନ ,ସ୍ୱପ୍ନରେ ହିଁ ରହିଗଲା। ଦର୍ଶକ ବନ୍ଧୁ ଆମେ କଥା କହୁଛୁ ଉତ୍ତରାଖଣ୍ଡ ର ଅଙ୍କିତା ଭଣ୍ଡାରୀଙ୍କ କଥା। ଅଙ୍କିତା ଖୁବ ସୁନ୍ଦର ଥିଲେ ଗୋରା ତକ ତକ ଚେହେରା ସାଙ୍ଗକୁ ଲମ୍ବା ଲମ୍ବା କେଶ ଆଉ ଦେଖିବାକୁ ଖୁବ ସୁନ୍ଦର।

ଯାହା ଅଙ୍କିତାଙ୍କ ଜୀବନ ପ୍ରତି ବିପଦ ଆଣିଦେଲା। ଅଙ୍କିତା ହୋଟେଲ ମ୍ୟାନେଜମେଣ୍ଟ ଡିପ୍ଲୋମା କରିଥିଲେ ଆଉ ଅଙ୍କିତା ଭାବିଥିଲେ ହୋଟେଲରେ ଏକ ଭଲ ଜବ କରି ପରିବାର ଆରାମରେ ପ୍ରତିପୋଷଣ କରି ପାରିବି। ମାତ୍ର ଅଙ୍କିତା ଯେତେବେଳେ ଚାକିରୀ କଲେ ସେତେବେଳେ ସେ ହୋଟେଲର ଆବଶ୍ୟକତା କୁ ବୁଝି ପାରିନଥିଲେ ଅଙ୍କିତା ଭାବିଥିଲେ ତାଙ୍କ ଯୋଗ୍ୟତା ଦେଖି ତାଙ୍କୁ ଚାକିରୀ ମିଳିଥିଲା ମାତ୍ର ନା ପରେ ଅଙ୍କିତାଙ୍କୁ ଯେତେବେଳେ ଅନ୍ୟ ଲୋକ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କୁହାଯାଇଥିଲା ସେତେବେଳେ ଅଙ୍କିତା ହୋଟେଲ ତାଙ୍କୁ ଚାକିରୀ ମିଳିବା ପଛର ପ୍ରକୃତ ରହସ୍ୟ ବୁଝି ପାରିଥିଲେ। ଆଉ ସେ ସିଧା ସିଧା ମନା କରିଥିଲେ ହୋଟେଲରେ ଭିଆପି ଗେଷ୍ଟ ମାନଙ୍କର ମସାଜ କରିବାକୁ,ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଓ ଏହାକୁ ମନା କରିବା ଅଙ୍କିତା ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କଲା।

ଅଙ୍କିତାଙ୍କୁ ବଡ଼ ବଡ଼ ଲୋକଙ୍କ ସହ ମିଶିବାକୁ ଓ ତାଙ୍କୁ ଖୁସି କରିବାକୁ ହୋଟେଲ ମାଲିକ ଜୋର ଦେଇ କହୁଥିବା ବେଳେ ଅଙ୍କିତା ସିଧାସଳଖ ମନା କରିଥିଲେ ଆଉ ତାଙ୍କୁ ଏନେଇ ବାଧ୍ୟ କଲେ ସେ ସିଧା ଯାଇ ପୋଲିସରେ ଅଭିଯୋଗ କରିବେ ବୋଲି କହିଥିଲେ । ତେବେ ବାରମ୍ବାର ସେମାନଙ୍କ ପ୍ରସ୍ତାବକୁ ମନା କରିବା ଓ ପରେ ତାଙ୍କ କଥାରେ ରାଜି ନହେବାରୁ ଅଙ୍କିତାଙ୍କ ମୃତ ଦେହ କେନାଲରୁ ମିଳିଥିଲା। ଅଙ୍କିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ହୋଟେଲ ମାଲିକ ହିଁ ମାରି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ପୋଲିସ ଅଙ୍କିତାଙ୍କୁ କେବେ ନ୍ୟାୟ ଦେଉଛି ଓ ଉପରେ ଥାଇ ଅଙ୍କିତାଙ୍କ ଆତ୍ମା କେବେ ଶାନ୍ତି ପାଉଛି।

Leave a Reply

Your email address will not be published. Required fields are marked *