ନବରାତ୍ରିରେ ମିଳିଲେ ଏହି ୧୦ ସଂକେତ , ଆସିପାରେ ଆପଣଙ୍କୁ ଘରକୁ ଦାରିଦ୍ର୍ୟତା ।

ଏହି ନବରାତ୍ରୀ ସମସ୍ତଙ୍କ ମନରେ ଖୁସି ଆଣି ଦେଇଛି । ସମସ୍ତେ ପୂଜା ପାଇଁ ପୁରାପୁରି ପ୍ରସ୍ତୁତି ଅଛନ୍ତି । ସମସ୍ତଙ୍କ ମନ ଉତ୍ସାହରେ ଭରି ଯାଇଛି ଆଉ ବହୁତ ଖୁସି ମଧ୍ୟ ଅଛନ୍ତି । ତେବେ ଏହି ନବରାତ୍ରିରେ ଯଦି ଏହି ୧୦ଟି ସଂକେତ ମିଳୁଛି , ତେବେ ହୋଇ ଯାଆନ୍ତୁ ସାବଧାନ । ଆପଣଙ୍କ ଘରକୁ ଆସିପାରେ ଦାରିଦ୍ର୍ୟତା ।

ତେବେ ଜାଣି ରଖନ୍ତୁ କି , ଯଦି କେହି ମହିଳା ମାସିକ ଋତୁସ୍ରାବ ସମୟରେ ଘରେ ଝାଡୁ କରୁଛନ୍ତି କି ଭଗବାନଙ୍କ ଠାରେ ଧୂପ ଦୀପ ଲଗାଉଛନ୍ତି । ତେବେ ଏହାଦ୍ବାରା ଆପଣଙ୍କ ଜୀବନରେ ଦୁଃଖ ଆସିବାକୁ ଯାଉଛି ବୋଲି ଜଣା ପଡ଼ିଥାଏ । ଏପରି କରିବା କଥା ନୁହେଁ

ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ଶୁଖି ଯାଉଛି , ତେବେ ବୁଝି ନିଅନ୍ତୁ ଆପଣଙ୍କ ଘରେ ଦାରିଦ୍ର୍ୟତା ଆସିବାକୁ ଯାଉଛି ।

ଯଦି ଆପଣଙ୍କ ଘରେ ରହିଥିବା ଖାଦ୍ୟରେ ପିମ୍ପୁଡ଼ି ଲାଗିଯାଇଛି , କିମ୍ବା ଆପଣଙ୍କ ପାଟିରୁ ଚୁଟି ବାହାରୁଛି , ତେବେ ବୁଝି ନେବେ ଆପଣଙ୍କ ଘରକୁ ଦୁଃଖ ଆସୁଅଛି ।

ସୂର୍ଯ୍ୟାସ୍ତ ପରେ ଘରେ ଝାଡୁ କରିବା ଉଚିତ୍ ନୁହେଁ , ଏହାଦ୍ବାରା ଘରେ ଦୁର୍ଭାଗ୍ୟ ଆସିଥାଏ । ଖାଇବା ପୂର୍ବରୁ ଘରେ ଝାଡୁ ଲଗାନ୍ତୁ । ଝାଡୁକୁ ଘରେ ଲୁଚାଇ ରଖିବା ଉଚିତ୍ ।

ପୂଜା କରିବା ସମୟରେ କ୍ରୋଧ ଆସିବା ମଧ୍ୟ ଗରୀବର ସଂକେତ ଭାବରେ ବିବେଚନା କରାଯାଏ । ଅନ୍ୟ ପକ୍ଷରେ ମହିଳା ମାନଙ୍କର ଚୁଟି ଝଡ଼ିବା ମଧ୍ୟ ଦାରିଦ୍ର୍ୟତାର ସଂକେତ ହୋଇଥାଏ ।

ରାସ୍ତାରେ ଚାଲୁଥିବା ସମୟରେ ଚପଲ ଛିଡ଼ିବା କିମ୍ବା ବାରମ୍ବାର କପଡ଼ା ଫାଟିବା ମଧ୍ୟ ଦାରିଦ୍ର୍ୟତାର ସଂକେତ ହୋଇଥାଏ।

ଏହାବ୍ୟତୀତ ଘରକୁ ଅଧିକ ମାଛି ଆସିବା ଏବଂ ମୂଷା ଆସିବା ମଧ୍ୟ ଦାରିଦ୍ର୍ୟତାର ସଂକେତ ହୋଇଥାଏ ।

ଯଦି ବାରମ୍ବାର ଆପଣଙ୍କୁ ନିଦ ଆସିଯାଉଛି ଆଉ ଶୋଇବାକୁ ଭଲ ଲାଗୁଛି , ତେବେ ଏହା ମଧ୍ୟ ଦାରିଦ୍ର୍ୟତାର ସଂକେତ ହୋଇଥାଏ ।

କ୍ଷୀର ଗରମ ହେବା ସମୟରେ ଉଛୁଳି ପଡ଼ିବା ମଧ୍ୟ ଅଶୁଭ ହୋଇଥାଏ। ଏବଂ ଯଦି ଘରକୁ ଫେରିବା ପରେ ଆପଣ ପ୍ରଥମେ ଝିଟିପିଟି ଦେଖୁଛନ୍ତି , ତେବେ ଏହା ମଧ୍ୟ ଅଶୁଭ ସଂକେତ ହୋଇଥାଏ ।

ଯଦି ଘରର ଛାତ ଉପରେ ଏହା ସହିତ ବହୁତ କାଉ ପାଟି କରୁଛନ୍ତି , ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏହାଦ୍ବାରା ସେହି ଘରର ମାଲିକଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

Leave a Reply

Your email address will not be published. Required fields are marked *