ହସ୍ପିଟାଲ ବେଡ଼ରେ ଥାଇ କହିଲେ ” ମୁଁ ଆଇଏଏସ ଅଫିସର ହେବି ….ମୋତେ ନ୍ୟା-ୟ ଦିଅ , ମୋ ସ୍ୱାମୀକୁ ଦ-ଣ୍ଡ ମିଳୁ । “

ନବବଧୂ ରଶ୍ମିତାଙ୍କର ସ୍ୱାମୀ ତାଙ୍କ ଦେହରେ କିରାସିନି ଢାଳି ପୋଡ଼ି ଦେଇଛନ୍ତି । ଯେଉଁ କାରଣରୁ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି । ତଥାପି ରଶ୍ମିତା ଜୀବନ ଯୁ-ଦ୍ଧରେ ହାର ମାନି ନାହାଁନ୍ତି । କଷ୍ଟ ଯ-ନ୍ତ୍ରଣା ମଧ୍ୟରେ ଡାକ୍ତରଖାନାରେ ପଡ଼ି ଚିକିତ୍ସିତ ହେଉଛନ୍ତି । ଆଉ ତାହାରି ମଧ୍ୟରେ ଆଇଏଏସ ହେବାର ସ୍ୱପ୍ନ ତାଙ୍କୁ ଜୀବିତ କରି ରଖିଛି ।

ଯାହାକୁ ନେଇ ସେ ପଢ଼ିବାରେ ଲାଗି ପଡ଼ିଛନ୍ତି । ପୂର୍ବରୁ ରଶ୍ମିତା ଏବଂ ଏବେକାର ରଶ୍ମିତା ରୂପରେ ସିନା ବଦଳି ଯାଇଛନ୍ତି । କିନ୍ତୁ ଏ ରଶ୍ମିତା ଆଇଏଏସ ସ୍ବପ୍ନକୁ ଭୁଲି ପାରିନାହିଁ । ୨୦୧୫ ରେ ସ୍ୱାମୀ ରାମଚନ୍ଦ୍ର ଏବଂ ରଶ୍ମିତାଙ୍କର ବିବାହ ହୋଇଥିଲା । ବେଶ ଧୂମଧାମରେ ରଶ୍ମିତା ଶାଶୁ ଘରକୁ ଯାଇଥିଲେ । ଶାଶୁ ଘରେ ପରିବାର ବନାଇ ହସଖୁସିରେ ରହିବାର ସ୍ୱପ୍ନ ରଶ୍ମିତାଙ୍କର ଲିଭି ଯାଇଛି ।

ଆଉ ଏହି ଖୁସିକୁ ସବୁଦିନ ପାଇଁ ଛଡ଼ାଇ ନେଇଛନ୍ତି ସ୍ୱାମୀ ଏବଂ ଶାଶୁଘର ଲୋକେ । ଯେଉଁ ସ୍ୱାମୀକୁ ବିଶ୍ୱାସ କରି ତାଙ୍କ ହାତ ଧରି ଚାଲି ଆସିଥିଲେ ସେହି ସ୍ୱାମୀ ତା ନିଜ ହାତରେ ରଶ୍ମିତାଙ୍କ ହାତରେ କିରାସିନି ଢ଼ାଳିଥିଲେ ଏବଂ ଦେଢଶୁର ନି-ଆଁ ଲଗାଇ ଦେଇଥିଲେ ।

ସୂଚନା ଅନୁଯାୟୀ ରାୟଗଡ଼ା ଜିଲ୍ଲା ପଦ୍ମପୁରର ଚର୍ଚ୍ଚିତ ମାମ-ଲା ନି-ଆଁରେ ପୋଡ଼ି ହୋଇଥିବା ବଧୂହତ୍ୟା ମାମ-ଲା । ଯେଉଁ ଘଟ-ଣାରେ ସ୍ୱାମୀ ଏବଂ ଦେଢଶୁର ରଶ୍ମିତାଙ୍କ ଦେହରେ କିରୋସିନୀ ଢାଳି ନି-ଆଁ ଲଗାଇ ଦେବାରୁ ତାଙ୍କ ଶରୀରର ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଛି । ରାୟଗଡ଼ା ଜିଲ୍ଲା ଗୁଣପୁର ପୌର ପରିଷଦ ଜଗନ୍ନାଥ ନଗରର ବାସିନ୍ଦା ରାମେଶ୍ୱର ପାଣିଗ୍ରାହୀ ।

ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ଝିଅ । ବଡ଼ ଝିଅ ରଶ୍ମିତା ଏବଂ ତାଙ୍କର ଯୋଗ୍ୟତା ଏମଏସସି ଏବଂ ଉଚ୍ଚ ଶିକ୍ଷିତା ରଶ୍ମିତା ୨୦୧୫ ରେ ପଦ୍ମପୁର ଅଞ୍ଚଳର ରାମଚନ୍ଦ୍ର ପାଢ଼ୀଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ରଶ୍ମିତା କହିଛନ୍ତି ଯେ ବିବାହ ପରେ ଶାଶୁ ଘର ଲୋକେ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ଆରମ୍ଭ କରି ଦେଇଥିଲେ । ଏହାସହିତ ଟଙ୍କା ମଧ୍ୟ ମାଗୁଥିଲେ ।

କିନ୍ତୁ ଯେତେବେଳେ ତାଙ୍କର ଏକ ଝିଅ ସନ୍ତାନ ଜନ୍ମ ହେଲା , ସେତେବେଳେ ତାଙ୍କ ଉପରେ ଆହୁରି ଅଧିକ ଅ-ତ୍ୟାଚା-ର କଲେ । ଆଉ ନିକଟରେ ଶାଶୁ ଘର ଲୋକେ ତାଙ୍କୁ ହ-ତ୍ୟା କରିବାକୁ କିରୋସିନୀ ଢାଳି ଜା-ଳି ଦେଇଥିଲେ । ତେବେ ବର୍ତ୍ତମାନ ରଶ୍ମିତା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ଆଇଏଏସ ଅଫିସର ହେବାକୁ ଦିନରାତି ପରିଶ୍ରମ କରୁଛନ୍ତି ।

Leave a Reply

Your email address will not be published. Required fields are marked *