ଘରୋଇ କଳିର ଭୟଙ୍କର ପରିଣାମ, ସ୍ୱାମୀ କାମୁଡି ଛିଡାଇ ଦେଲେ ସ୍ତ୍ରୀର ନାକ

ଆପଣ ଅନେକ ଖବର ବିଷୟରେ ଶୁଣିଥିବେ କିନ୍ତୁ ଏଭଳି ଖବର ଆପଣଙ୍କୁ ନିଶ୍ଚିତ ନୂଆ ଲାଗୁଥିବ । ଲୋକେ ଏଭଳି ବି ପଦକ୍ଷେପ ନେଇ ପାରନ୍ତି ଏହାକୁ କେହି ବିଶ୍ୱାସ କରିପାରିବେ ନାହିଁ । ଲୋକଙ୍କ ମୁଣ୍ଡରେ ଏମିତି ବି ବୁଦ୍ଧି ଆସିପାରେ । ହ-ତ୍ୟା କରିବା , ମା-ଡ଼ ମାରିବା ଏଗୁଡ଼ିକ ସବୁ ପୁରୁଣା ହୋଇଗଲାଣି, ସେଥିପାଇଁ ଆଜିକାର ସ୍ୱାମୀ ମାନେ ଏଭଳି କିଛି କାମ କରୁଛନ୍ତି , ଯାହାକୁ ଶୁଣିବା ପରେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇପାରେ । ତେବେ ଘରୋଇ କଳିର ଏହା ଯେ ଭୟଙ୍କର ପରିଣାମ , ଏହାକୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାଁନ୍ତି ।

ଜଣେ ସ୍ୱାମୀ ଦାନ୍ତରେ ନିଜ ସ୍ତ୍ରୀର ନାକ କାମୁଡି ଦେଇ ଛିଡାଇ ଦେଇଛନ୍ତି ଆଉ ତାପରେ ସ୍ତ୍ରୀଙ୍କ ନାକରୁ ଏତେ ରକ୍ତ ବାହାରି ଥିଲା ଯେ , ସ୍ତ୍ରୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ହେବାକୁ ପଡିଥିଲା । ତେବେ ଏହା ପଛର ପ୍ରକୃତ କାରଣ ପାରିବାରିକ କଳହ ବୋଲି ଜଣାପଡିଛି । ବାସ୍ତବରେ ଏହି ଖବରଟି ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ବହରାଇଚ ଅଞ୍ଚଳର ଜଣେ ବ୍ୟକ୍ତି ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ଏଭଳି କା-ଣ୍ଡ ଘଟାଇଛନ୍ତି । ବାସ୍ତବରେ ରଜନୀ ଦେବୀ ନାମକ ଜଣେ ମହିଳା ବିଦ୍ୟୁତ ବିଭାଗରେ କାମ କରନ୍ତି ।

ଆଉ ହଠାତ ଦିନେ ତାଙ୍କର ତାଙ୍କ ସ୍ୱାମୀ ଜ୍ଞାନଦତ୍ତଙ୍କ ସହ କୌଣସି ଏକ ବିଷୟକୁ ନେଇ ଝ-ଗ-ଡା ହୋଇଥିଲା । ତେବେ ଏହାପରେ ସ୍ତ୍ରୀ ରାଗି ବାପ ଘରକୁ ଚାଲି ଯାଇଥିଲେ । ତେବେ ସ୍ତ୍ରୀକୁ ଫେରାଇ ଆଣିବା ପାଇଁ ଷଡଯନ୍ତ୍ର କରିଥିଲେ ସ୍ୱାମୀ ଜ୍ଞାନଦତ୍ତ । ଆଉ ବାଟରେ ଜଗି ବସିଥିଲେ ତାଙ୍କର ଦୁଇ ଜଣ ସାଥି । ତେବେ ଶଶୁର ଘରକୁ ଯାଇ ସ୍ତ୍ରୀଙ୍କୁ ମନାଇ ନେଇଥିଲେ ଜ୍ଞାନଦତ୍ତ । ଆଉ ତାପରେ ବାଟରେ ଆସୁଥିବା ସମୟରେ ତାଙ୍କର ଦୁଇ ଜଣ ସାଥି ରଜନୀଙ୍କୁ ଧରି ପକାଇ ଥିଲେ ଆଉ ରାଗ ତମ ତମ ହୋଇ ସ୍ୱାମୀ ଜ୍ଞାନଦତ୍ତ ସ୍ତ୍ରୀଙ୍କର ନାକକୁ ଦାନ୍ତରେ କାମୁଡି ଦେଇ ଛିଡାଇ ପକାଇଥିଲେ ।

ତେବେ ଏହାପରେ ତାଙ୍କର ଦୁଇ ସାଥି ସେଠାରୁ ଫେରାର ହୋଇ ଯାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ରଜନୀ ଦେବୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା କାହିଁକି ନା ତାଙ୍କ ନାକରୁ ବହୁତ ରକ୍ତ ବାହାରୁ ଥିଲା ଆଉ ବନ୍ଦ ମଧ୍ୟ ହେଉ ନଥିଲା । ପରେ ରଜନୀଙ୍କ ମାଆ ରଜନୀଙ୍କ ସ୍ୱାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ତେବେ ବର୍ତ୍ତମାନ ସମୟରେ ପୋଲିସ ଜ୍ଞାନଦତ୍ତ ଆଉ ତାଙ୍କର ଦୁଇ ସାଥୀଙ୍କୁ ଖୋଜାଖୋଜି କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *