କୋର୍ଟର ଗୁରୁତ୍ୱପୂର୍ଣ୍ଣ ଶୁଣାଣି , ସ୍ୱାମୀଙ୍କ ସମ୍ପର୍କୀୟଙ୍କ ନାମରେ ହୋଇ ପାରିବ ନାହିଁ ମା-ମଲା

ଅନେକ ସମୟରେ କୋର୍ଟ ଦ୍ୱାରା ଅନେକ ମାମଲାର ଶୁଣାଣି ହୋଇଥାଏ । ତେବେ ଏହା ଲୋକମାନଙ୍କର ହିତ ସାଧନକୁ ଦୃଷ୍ଟିରେ ରଖି ହୋଇଥାଏ । ଆଉ ଏଭଳି ଶୁଣାଣି ଗୁଡିକୁ ଲୋକମାନେ ମାନିବା ପାଇଁ ବାଧ୍ୟ ମଧ୍ୟ ହୋଇଥାନ୍ତି । ତେବେ ନିକଟରେ ଦିଲ୍ଲୀ କୋର୍ଟ ଦ୍ୱାରା ଏଭଳି କିଛି ଶୁଣାଣି କରାଯାଇଛି , ଯାହା ବିଷୟରେ ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବାସ୍ତବରେ କୋର୍ଟର ଏଭଳି ଶୁଣାଣି ଟିକିଏ ଅଲଗା ଅଟେ । ଏଭଳି ଶୁଣାଣି ବିଷୟରେ ଆପଣ ଆଗରୁ କେବେ ବି ଶୁଣି ନଥିବେ ।

ପାରିବାରିକ ହିଂ-ସା ମାମଲାରେ ସ୍ୱାମୀଙ୍କ ସମ୍ପର୍କୀୟ ମାନଙ୍କ ନାମରେ ହୋଇ ପାରିବ ନାହିଁ ମାମଲା । ଆଉ ଏଭଳି ରାୟ ଶୁଣାଇଛନ୍ତି ଦିଲ୍ଲୀ ତିଶ ହଜାରୀ କୋର୍ଟ । ନଣନ୍ଦ , ନଣନ୍ଦଙ୍କ ସ୍ୱାମୀ ଆଉ ତାଙ୍କ ସ୍ୱାମୀଙ୍କ ମାମୁଁ ଘର ଲୋକଙ୍କ ବିରୁଦ୍ଧରେ ଜଣେ ମହିଳା କୋର୍ଟରେ ମାମଲା ଦାଖଲ କରିଥିଲେ । ଆଉ ଏହି ମାମଲାରେ ଶୁଣାଣି କରି ଅତିରିକ୍ତ ଜର୍ଜ ଏଭଳି କିଛି ରାୟ ଶୁଣାଇଥିଲେ , ଯାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ କୋର୍ଟର କହିବା ଅନୁଯାୟୀ , କେବଳ ସ୍ୱାମୀଙ୍କ ସହ ଗୋଟିଏ ଛାତ ତଳେ ରହୁଥିବା ଲୋକଙ୍କ ବିରୁଦ୍ଧରେ ମାମଲା ଦାୟର ହୋଇପାରିବ । କିନ୍ତୁ ଏହାବ୍ୟତୀତ ଆଉ କାହା ବିରୁ-ଦ୍ଧରେ ମାମଲା ଦାୟର ହୋଇପାରିବ ନାହିଁ । ଅନ୍ୟପକ୍ଷରେ ଆମ ସମ୍ବିଧାନ ଆଉ ଆଇନ ବ୍ୟବସ୍ଥାକୁ କିଛି ମହିଳା ନିଜର ମନ୍ଦ ଉଦେଶ୍ୟ ସାଧନ ପାଇଁ ବ୍ୟବହାର କରୁଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଉଚିତ ତଦନ୍ତ କରାଯାଇ ନ୍ୟାୟ ପ୍ରଦାନ କରାଯାଉ ବୋଲି କୋର୍ଟକୁ ଆବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *