ଗଣେଶ ପୂଜା ମଣ୍ଡପରେ ଜଗିଥିଲା ଯମ ହନୁମାନ ବେଶରେ ନାଚୁଥିବା ବ୍ୟକ୍ତିଙ୍କ ନେଇଗଲା ଜୀବନ। ଦେଖନ୍ତୁ ଭିଡିଓ

ମୃତ୍ୟୁ ଏମିତି ବି ଆସି ପାରେ ଯାହା ଭାବିଲେ ମନରେ ଭୟ ଆଉ ଲୋମ ଟାଙ୍କୁରି ଉଠେ। ସମସ୍ତେ ଭାବନ୍ତି ଏଇ ଏବେ ଏବେ ସବୁକିଛି ଠିକ ଥିଲା ହଟାତ ସବୁକିଛି ଓଲଟ ପାଲଟ ହୋଇଗଲା କେବେ କେବେ ତ କେହି କିଛି ବୁଝିବା ପୂର୍ବରୁ ସବୁକିଛି ଏପଟ ସେପଟ ହୋଇଯାଇଥାଏ ଆଉ ସମସ୍ତେ ପାଲଟି ଯାଇଥାନ୍ତି ଏଓ ଦମ ସ୍ତବ୍ଧ। ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ କନ୍ଦାଇ ଦେଇଛି ଯେଉଁ ଘଟଣାକୁ ନେଇ ସମସ୍ତଙ୍କ ଆଖିରେ ଲୁହ ଝରି ଆସୁଛି। ଏହି ଘଟଣା ଏହି ଧ୍ରୁଭ ସତ୍ୟକୁ ଗ୍ରହଣ କରିପାରୁନାହାନ୍ତି କେହି। ତେବେ ଆସନ୍ତୁ ବର୍ତ୍ତମାନ ପୁରା ଘଟଣା ଉପରେ ନଜର ପକାଇବା।

ଆସିଛି ପାର୍ବଣର ଋତୁ ଚାଲିଛି ଚାରି ଆଡ଼େ ପୂଜାର୍ଚ୍ଚନା।ତେବେ ଏହାରି ଭିତରେ ଗଣେଶ ପୂଜାରେ ଉତ୍ତର ପ୍ରଦେଶରୁ ଆସିଛି ଏକ ଦୁଃଖଦ ଖବର। ସମସ୍ତେ ଖୁସି ଖୁସିରେ ଗଣେଶ ପୂଜା ପାଳନ କରୁଥିବା ବେଳେ ଗଣେଶ ପୂଜା ପେଣ୍ଡାଲରେ ଚାଲିଥିଲା ନୃତ୍ୟ। ଏହି ସମୟରେ ହନୁମାନ ବେଶରେ ଜଣେ ବ୍ୟକ୍ତି ଗଣେଶ ମଣ୍ଡପ ପାଖରେ ନାଚି ନାଚି ଲୋକଙ୍କୁ କରୁଥିଲେ ମନୋରଞ୍ଜନ।
ଲୋକେ ମଧ୍ୟ ତାଙ୍କ ନୃତ୍ୟରେ ନିଜକୁ ସମ୍ପୂର୍ଣ୍ଣ ରୂପେ ହଜାଇ ଦେଇଥିଲେ ହେଲେ କିନ୍ତୁ ହଟାତ ନାଚୁ ନାଚୁ ବ୍ୟକ୍ତି ଜଣଙ୍କ ପେଣ୍ଡାଲ ଉପରେ ପଡିଯାଇଥିଲେ ଓ ଏହାକୁ ଲୋକେ ତାଙ୍କର ଅଭିନୟ ଭାବି ତାଳି ମାରିଥିଲେ ହେଲେ ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଆସିଥିଲା ଯେତେବେଳେ ଅନେକ ସମୟ ପର୍ଯ୍ୟନ୍ତ ନୃତ୍ୟ କରୁଥିବା ବ୍ୟକ୍ତି ପେଣ୍ଡାଲରେ ସୋଇରହିଥିଲେ। ଯିଏ ଯେତେ ଡାକିଲେ ମଧ୍ୟ ସେ ଉଠୁନଥିଲେ।

ତେବେ ହନୁମାନ ବେଶରେ ନୃତ୍ୟ କରୁଥିବା ବ୍ୟକ୍ତି ଯେତେବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ପେଣ୍ଡାଲରେ ସୋଇ ରହିଥିଲେ ସେତେବେଳେ ଲୋକଙ୍କର ସନ୍ଦେହ ହୋଇଥିଲା ଓ ସେ ବ୍ୟକ୍ତି ଜଣଙ୍କୁ ଉଠାଇବାକୁ ଚେଷ୍ଟା କରିଥଲେ। ମାତ୍ର ବ୍ୟକ୍ତି ଜଣଙ୍କ ଯେତେବେଳେ ଉଠିନଥିଲେ ସେହି ସମୟରେ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଦୁଃଖର କଥା ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ତେବେ ଏହିଘଟଣା ପ୍ରଚାର ହେବା ପରେ ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରିନଥିଲେ ସ୍ଥାନୀୟ ଅଞ୍ଚଳବାସୀ।

ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା ଗୋଟିଏ ପ୍ରଶ୍ନ କଣ ମୃତ୍ୟୁ ଏମିତି ବି ଆସିପାରେ। ହସ ଖୁସିରେ ସମୟ କାଟୁଥିବା ଏକ ଖୁସିର ମୁହୂର୍ତ୍ତରେ ଯମ କଣ ଏପରି ନିଷ୍ଠୁର ଭାବରେ କାହାକୁ ନେଇଯାଇପାରେ। ତେବେ ଏହି ଘଟଣା ସାରା ଅଂଚଳରେ ବର୍ତ୍ତମାନ ଶୋକର ଛାୟା ଖେଳାଇ ଦେଇଛି।ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ରବି ଶର୍ମା ଘର ମେନପୁରୀ ଜିଲ୍ଲାର ମୋହଲା ବଂଶୀ ଗୋହରାରେ। ସୂଚନା ଅନୁଯାୟୀ ନୃତ୍ୟ କରୁଥିବା ସମୟରେ ରବି ଶର୍ମାଙ୍କୁ ହୃଦଘାତ ହେଇଥିଲା ଯାହା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Leave a Reply

Your email address will not be published. Required fields are marked *