ଜଣାନ୍ତୁ ବାସି ମୁହଁରେ ହାଲକା ଉଷୁମ୍ ପାଣି ପିଇଲେ କଣ କଣ ଉପକାର ମିଳିବ।

ମଣିଷ ତା କାମ ଏବଂ ପାରିବାରକୁ ନେଇ ଏତେ ବ୍ୟସ୍ତ ରୁହେ ଯେ ସେ ନିଜ ଦେହ କଥାବି ଭାବେ ନାହିଁ। ସେ ଟଙ୍କା ରୋଜଗାର କରିବା ପାଇଁ ଦିନର ୬ ରୁ ୮ ଘଣ୍ଟା ଦେଇ ପରିବା କିନ୍ତୁ ନିଜ ସ୍ବାସ୍ଥ୍ୟ ବିଷୟରେ ଭାବିବା ପାଇଁ ତା ପାଖରେ ସମୟ ନାହିଁ। ଯଦି ଆଜିଠାରୁ ମଣିଷ ନିଜ ସ୍ବାସ୍ଥ୍ୟ ବିଷୟରେ ନ ଭାବିବ ଭବିଷ୍ୟତରେ ଭାବିଲା ବେଳକୁ ବହୁତ୍ ଡେରି ହେଇଯାଇଥିବ। ସେଥିପାଇଁ ଆଜିଠାରୁ ନିଜ ସ୍ବାସ୍ଥ୍ୟ ଅବସ୍ଥା ପାଇଁ ଚିନ୍ତା କରିବା ଉଚିତ୍। ସବୁବେଳେ ସୁସ୍ଥ ରହିବାକୁ ହେଲେ ପ୍ରତି ଦିନ ସକାଳୁ ସକାଳୁ ଆପଣକୁ କେବଳ ୧୦ ମିନିଟ୍ ଦେବାକୁ ପଡ଼ିବ।

ଯଦି ଆପଣମାନେ ନିଜକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରଥମେ ନିଜ ସକାଳର କାମ ବଦଳାନ୍ତୁ କାରଣ କେତେକ ଲୋକ ଅଛନ୍ତି ସକାଳୁ ଉଠୁ ଉଠୁ ଚା ପିଆନ୍ତି ଆଉ କେତେକ ବ୍ରସ୍ କରନ୍ତି କେତେଜଣ ଗାଧେଇ କି ଖାଦ୍ୟ ଖାଆନ୍ତି। ସେଥିପାଇଁ ରାତିସାରା ଆମ ପାଟିରେ ସୃଷ୍ଟି ହେଇଥିବା ଦରକାରୀ ଲାଳ ଆମ ଶରୀର ଭିତରକୁ ନଯାଇ ବାହାରକୁ ଚାଲି ଯାଏ। ଆମ ଶରୀରର ଏହି ଲାଳ ଅନେକ ଭିଟାମିନ ଥାଏ।

ଯଦି ଆମେ ସେହି ଲାଳକୁ ଆଖିତଳେ ଲଗାଇବା ତେବେ ଆଖିତଳ ମଧ୍ୟ କଳା ପଡ଼ିବନି, କୌଣସି ଖଣ୍ଡିଆ ଜାଗାରେ ଲଗାଇଲେ ଖଣ୍ଡିଆ ଭଲ ଯାଏ ସେଥିପାଇଁ ଆପଣମାନେ ଦେଖିଥିବେ ଯଦି କୌଣସି ପଶୁ ପକ୍ଷୀଙ୍କ ଖଣ୍ଡିଆ ହେଇଯାଏ ସେମାନେ ସେ ଜାଗାକୁ ଚାଟନ୍ତି କିନ୍ତୁ ଆମେ ଭାବେ ସେମାନେ କିଛି ଜାଣି ନାହାନ୍ତି। ଏହି ଉପକାରୀ ଲାଳକୁ ବଞ୍ଚାଇବାକୁ ହେଲେ ପ୍ରତିଦିନ ସକାଳେ ବସି ମୁହଁରେ ହାଲକା ଉଷୁମ ପାଣି ପିଆନ୍ତୁ।

ଆମ ଶରୀର ୫ଟି ତତ୍ତ୍ଵ ରେ ହେଇଛି। ଯାହା ମଧ୍ୟରୁ ପାଣି ହେଉଛି ଗୋଟେ ତତ୍ତ୍ଵ। ଆମ ଶରୀରର ୬୦-୭୦% କେବଳ ପାଣି ଥାଏ। ସେଥିପାଇଁ ସବୁବେଳେ ପାଣି ପିଇବା ଦରକାର ଏବଂ ପାଣି ସହ ଜଡ଼ିତ ସବୁ ନିୟମ ପାଳନ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ସକାଳୁ ଉଠୀ ଉଷୁମ୍ ପାଣି ପିଉଛନ୍ତି ତେବେ ଆସନ୍ତୁ ଜାଣିବା ଆପଣଙ୍କର କେଉଁ କେଉଁ ରୋଗ ଦୂର ହେଇଯିବ।

ଆଜିକାଲି ଯୁବା ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ଗୋଟେ ସମସ୍ୟା କେମିତି ନିଜର ମୋଟାପଣ କମେଇବେ। ଯଦି ଆପଣ ସବୁ ଦିନ ସକାଳେ ଖାଲି ପେଟରେ ଉଷୁମ୍ ପାଣି ପିଉଛନ୍ତି ତେବେ ଆପଣଙ୍କ ଓଜନ ଧୀରେ ଧୀରେ କମିବାରେ ଲାଗିବ। ସକାଳୁ ଉଠି ଉଷୁମ୍ ପାଣି ପିଇଲେ ଆପଣଙ୍କ ପେଟ ସଫା ରଖିବା ଅନ୍ତନଳୀ ମଧ୍ୟ ସଫା ରହିବ। ଯାହାଦ୍ଵାରା ଦିନକୁ ଦିନ ଚର୍ବି କମି ଆପଣ ଝଡିବାରେ ଲାଗିବେ।

ଗ୍ୟାସ ଏକ ବହୁତ୍ ବଡ଼ ସମସ୍ୟା ଅଟେ। ଗ୍ୟାସର ସମସ୍ୟା ଦେଖା ଦେଲେ ଶରୀରର ପିତ୍ତ ବଢ଼ିଯାଇଥାଏ। ଯାହା ଆମକୁ ବହୁତ୍ କଷ୍ଟ ଦିଏ। ସେଥିପାଇଁ ସକାଳୁ ଅଗସା ପାଟିରେ ଉଷୁମ୍ ପାଣି ପିଇଲେ ଆମ ଶରୀରର ଲାଳ ନଷ୍ଟ ନହେଇ ପେଟ ଭିତରକୁ ଯିବ ଏବଂ ଆମ ଶରୀରରେ ଏସିଡର ମାତ୍ର କମେଇବା ଯାହା ଦ୍ଵାରା ଗ୍ୟାସ ସମସ୍ୟା ଦୂର ହେଇଯିବ।

ବାସି ମୁହଁରେ ପାଣି ପିଇଲେ ବଦହଜମ, ପେଟ ଯନ୍ତ୍ରଣା ଏବଂ ଉଚ୍ଚ ରକ୍ତଚାପ ପରି ଅନେକ ସମସ୍ୟାର ସମାଧାନ ହେଇଯିବ। ଦିନକୁ ଦୁଇ ତିନି ଥର ଉଷୁମ ପାଣି ପିଇଲେ ଉଚ୍ଚ ରକ୍ତଚାପର ସମସ୍ୟା ରହିବନି କି ସାରା ଜୀବନ ମେଡ଼ିସିନ କହିବାକୁ ପଡ଼ିବନି।

Leave a Reply

Your email address will not be published. Required fields are marked *