କିଛି ସମୟ ପରେ ହୋଇଥାନ୍ତା ବାହାଘର…ବେଦିରେ ବସିବା ବଦଳରେ କୋକେଇରେ ଗଲେ ବର-କନ୍ୟା ।

ଆଉ କିଛି ସମୟ ପରେ ହୋଇଥାନ୍ତା ବାହାଘର । ବେଦୀ ଉପରେ ବସିଥାନ୍ତେ ବର-କନ୍ୟା । ସମସ୍ତେ ଖୁସି ଥିଲେ ହେଲେ ଦୁଃଖର ପାହାଡ଼ଟି ହଠାତ୍ ଖସି ପଡ଼ିଲା ଏହି ପରିବାର ଉପରେ । ଲିଭ୍-ଇନ୍ ରେ ରହୁଥିଲେ ପ୍ରେମୀ ଯୁଗଳ । ଗତକାଲି ବାହାଘର ପାଇଁ ସବୁ ରୀତିନୀତି ସରିଥିଲା । ଖାଲି ଆଜିକୁ ଅପେକ୍ଷା କରିଥିଲେ ପରିବାର ଲୋକେ ଓ ବନ୍ଧୁ ବାନ୍ଧବ । ଏହାସହ ହାତକୁ ଦୁଇ ହାତ ହୋଇଥାନ୍ତେ ପ୍ରେମୀ ଯୁଗଳ ସେଥିପାଇଁ ଉଭୟ କେତେ କଣ ସ୍ବପ୍ନ ଦେଖିଥିଲେ । ଆଉ ବେଶ୍ ଖୁସି ମଧ୍ୟ ଥିଲେ କିନ୍ତୁ ବାହାଘର ହେବା ପୂର୍ବରୁ ପ୍ରେମୀ ଯୁଗଳ ନେଇଗଲେ ଏଭଳି କିଛି ଚରମ ପଦକ୍ଷେପ ।

ତେବେ ଏମିତି କଣ ହେଲା କେଜାଣି ବାହାଘର ପୂର୍ବରୁ ଜୀବନ ହାରିଦେଲେ ପ୍ରେମୀ ଯୁଗଳ ।ଆଉ ବାପା ଜଣକ ନିଜ ଝିଅର ବାହାଘରକୁ ଅନାଇ ବସିଥିଲା । ଝିଅକୁ କନିଆଁ ବେଶରେ ଦେଖିଥାନ୍ତା କିନ୍ତୁ ଆଜି ଝିଅକୁ କୋକେଇରେ ଦେଖୁଛି । ଲିଭ୍-ଇନ୍ ରେ ରହୁଥିଲେ ପ୍ରେମୀ ଯୁଗଳ ଆଉ ବାହାଘର ପାଇଁ ଦେଖିଥିଲେ କେତେ ସ୍ଵପ୍ନ ।

ହେଲେ ବାହାଘର ବେଦୀରେ ବସିବା ପୂର୍ବରୁ କୋକେଇରେ ଶୋଇଗଲେ । ଉଭୟଙ୍କ ମୃତ ଦେହ ଘର ଭିତରୁ ଉଦ୍ଧାର ହୋଇଛି । ତେବେ ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କଳିଙ୍ଗନଗର ଥାନା ଅଞ୍ଚଳରେ । ହେଲେ ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଆମେ କହି ରଖିବାକୁ ଚାହୁଁଛୁ ଯେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଶାଳିଜଙ୍ଗା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପୁର ଗାଁର ବର୍ଷା ଚମ୍ପିଆଙ୍କୁ ଗୋପୀ ପିଙ୍କୁଆ ଖୁବ୍ ଭଲ ପାଉଥିଲେ । ଗୋପୀଙ୍କ ଘର ମଧ୍ୟ ସେହି ଗାଁରେ ଯେଉଁଥିପାଇଁ ଉଭୟ ଦୀର୍ଘଦିନ ଧରି ଲିଭ୍-ଇନ୍ ରେ ରହୁଥିଲେ ।

ବାହାଘର ହୋଇ ସାଙ୍ଗରେ ଘର ସଂସାର ଗଢ଼ି ତୋଳିବା ପାଇଁ ଦେଖିଥିଲେ କେତେ କଣ ସ୍ଵପ୍ନ । କାମ ଦାମ କରି ବେଶ୍ ହଁସ ଖୁସିରେ ଚଳୁଥିଲେ । ହେଲେ ଆଜି ସକାଳେ ସେମାନେ ଘରର କବାଟ ଖୋଲି ନଥିଲେ । ମଧ୍ୟାହ୍ନ ହେବା ପରେ ଡାକିଲା ପରେ ମଧ୍ୟ କବାଟ ନ ଖୋଲିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *