ଥାନାରେ ମହିଳାଙ୍କ ଠାରୁ ପୋଲିସ ବାବୁଙ୍କ ବଡି ମସାଜ, ଥାନା ଅଧିକାରୀ ସସପେଣ୍ଡ :-

ବର୍ତ୍ତମାନର ଦୁନିଆରେ ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଦୁର୍ନୀତି ହେଉଥିବା ତ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ପୁଣି ଅନେକ କ୍ଷେତ୍ରରେ ସରକାରୀ ଅଧିକାରୀ ମାନେ ଲୋକଙ୍କୁ ସାହାଯ୍ୟ କରିବା ଆଳରେ ଫାଇଦା ମଧ୍ୟ ଉଠାଇଥାନ୍ତି । ସମୟ ସମୟରେ ଏହାର ଭିଡ଼ିଓ ମଧ୍ୟ ଭାଇରଲ ହୋଇଥାଏ । କାହିଁକି ନା ସୋସିଆଲ ମିଡ଼ିଆ ଯୁଗରେ କେହି ଲୋକ ଦେଖୁ ନଥିଲେ ବି କ୍ୟାମେରା ନିଶ୍ଚୟ ଦେଖିଥାଏ । କହିବାକୁ ଗଲେ ସୋସିଆଲ ମିଡ଼ିଆ ଯେତେ ଭଲ ସେତେ ଖରାପ ମଧ୍ୟ ।

ଏହି ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡ଼ିଓ ଜୋରସୋରରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଏହା କୌଣସି ସାଧାରଣ ବ୍ୟକ୍ତିର ଭିଡ଼ିଓ ନୁହେଁ ବରଂ ଜଣେ ପୋଲିସ ଅଧିକାରୀର ଭିଡ଼ିଓ । ପୁଣି ସେ ପୋଲିସ ବାବୁଙ୍କ ଟ୍ୟାଲେଣ୍ଟ ଭିଡ଼ିଓ ନୁହେଁ ବରଂ ବଡି ମସାଜର ଭିଡ଼ିଓ । ଏମିତି ଉକ୍ତି ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ସମ୍ପୂର୍ଣ୍ଣ ଘଟଣା ଜାଣିବାକୁ ଉତ୍ସୁକ ହେଉଥିବେ । ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଘଟଣାଟି ବିଷୟରେ ଜାଣିନେବା ।

ଭାଇରଲ ଭିଡ଼ିଓରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ମସାଜ କରୁଥିବାର ଦେଖା ଯାଇଛି । ଯେମିତି ପୋଲିସ କର୍ମଚାରୀ ମହିଳାଙ୍କୁ ନିଜ ମସାଜ କାମ ପାଇଁ ରଖିଛନ୍ତି ସେହିପରି ପ୍ରତୀତ ହେଉଛି । କିନ୍ତୁ ବାସ୍ତବ କଥା ତାହା ନୁହେଁ । ସୂଚନା ଅନୁଯାୟୀ ଏହି ଘଟଣା ବିହାର ସହରସା ଜିଲ୍ଲାର ଅଟେ । ଯେଉଁଠି ଥାନା ଅଧିକାରୀ ଶଶୀଭୂଷଣ ସିହ୍ନାଙ୍କର ଏପରି ନିନ୍ଦନୀୟ ଭିଡ଼ିଓ ଭାଇରଲ ହେଉଛି ।

ତଥାପି କଥା ଏତେ ଚାଞ୍ଚଲ୍ୟ ସୃଷ୍ଟି କରି ନଥାନ୍ତା । କିନ୍ତୁ ଯେହେତୁ ପୋଲିସ ବାବୁ ମହିଳାଙ୍କୁ ସାହାଯ୍ୟ କରିବା ଆଶା ଦେଇ ତାଙ୍କ ଏପରି କରିବାକୁ କହିଥିଲେ ତେଣୁ ସେ ସସପେଣ୍ଡ ହେବା ତ ସ୍ୱାଭାବିକ । ପ୍ରଥମତଃ ଡ୍ୟୁଟି ସମୟରେ ପୋଲିସ ବାବୁ ମହିଳାଙ୍କ ଠାରୁ ମସାଜ ନେଉଛନ୍ତି ଆଉ ଦ୍ୱିତୀୟତଃ ମହିଳାଙ୍କୁ ତାଙ୍କ ପୁଅର ବେଲ କରାଇଦେବାକୁ ମିଛ ଆଶ୍ୱାସନା ଦେଇ ଫୋନରେ ଓକିଲ ସହ କଥା ହେଉଛନ୍ତି ।

ତେବେ ନବହଟ୍ଟା ଥାନାର ଏହି ଅଧିକାରୀ ଜଣଙ୍କର ଏହି ଭିଡ଼ିଓରେ ଜଣେ ମହିଳା ମସାଜ କରୁଥିବାର ଦେଖାଯାଇଛି ଯିଏକି ନିଜ ପୁଅର ବେଲ ପାଇଁ ଆସିଥିବା ସୂଚନା ରହିଛି । ତେଣୁ ଯେତେବେଳେ ସେ ବେଲ ପାଇଁ ପୋଲିସ କର୍ମଚାରୀଙ୍କୁ କହିଛନ୍ତି ସେତେବେଳେ ପୋଲିସ କର୍ମଚାରୀ ତାଙ୍କୁ ଆଶ୍ୱାସନା ଦେଇ ତାଙ୍କ ପୁଅର ବେଲ ଶୀଘ୍ର ହୋଇଯିବ କହି ଫୋନରେ ଓକିଲଙ୍କ ସହିତ କଥା ହେବାରେ ଦେଖାଯାଇଛି । ସେହି ସମୟରେ ସାମ୍ନାରେ ଅନ୍ୟ ଜଣେ ମହିଳା ବସିଥିବାର ମଧ୍ୟ ଦେଖାଯାଇଛି ଆଉ ପୋଲିସ କର୍ମଚାରୀଙ୍କ ୟୁନିଫର୍ମ ଆଉ ଦଉଡ଼ିରେ ଟଙ୍ଗା ଯାଇଥିବାର ଦେଖାଯାଇଛି । ତେବେ ଏହି ଭିଡ଼ିଓ ଭାଇରଲ ହେବା ପରେ ପୋଲିସ କର୍ମଚାରୀ ଶଶୀଭୂଷଣ ସିହ୍ନାଙ୍କୁ ସସପେଣ୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *