କହୁ କହୁ ସବୁକଥା କହିଦେଲେ ରାନୀ ପଣ୍ଡା, ଦେଖନ୍ତୁ କଣ କହିଲେ ରାଣୀ ପଣ୍ଡା…. ଦେଖନ୍ତୁ ଭିଡିଓ

ଓଡ଼ିଶାର ସନି ଲିଓନି କହୁଥିବା ଯଲିଉଡ ଜଗତର ଚର୍ଚ୍ଚିତ ଚେହେରା ରାନୀ ପଣ୍ଡା ଯାତ୍ରା ପେଣ୍ଡାଲ ରେ ଯେତିକି ବିବାଦୀୟ ହୁଅନ୍ତି ସେତିକି ଦର୍ଶକଙ୍କ ମନରେ ମଧ୍ୟ ଛାଇ ଯାଆନ୍ତି। ଯାତ୍ରା ଜଗତ ପାଇଁ ରାନୀ ପଣ୍ଡା ନା ହିଁ ଯଥେଷ୍ଟ। ସବୁବେଳେ ବିବାଦରେ ରହୁଥିବା ରାନୀ ପଣ୍ଡା ଏବେ ପୁରା ବଦଳି ଯାଇଛନ୍ତି। ଏକଥା ଆମେ କହୁନୁ କି କେହି ଲୋକ କହୁ ନାହାନ୍ତି ଏକଥା ନିଜେ ରାନୀ ପଣ୍ଡା କହୁଛନ୍ତି। ସେ କହୁଛନ୍ତି ମୁଁ ଆଉ ମୋ ସାର୍ଟ ଖୋଲି ନାଚୁ ନାହିଁ। ମତେ ଦେଖିବା ପାଇଁ ଆପଣ ମାନେ ଟିକେଟ କାଟୁଛନ୍ତି ସେଥିପାଇଁ ଆପଣକୁ ଟିକେ ଖୁସି କରିବା ପାଇଁ ମୁଁ ପୁରା ଚରିତ୍ର ଭିତରେ ପଶିଯାଏ। କିନ୍ତୁ ଏବେ ମୁଁ ପୁରା ବଦଳି ଯାଇଛି ଏବେ ମୁଁ ସୁନା ରାନୀ ପଣ୍ଡା ହେଇଯାଇଛି।

ଦିନ ଥିଲା ରାନୀ ପଣ୍ଡା ନିଜର ଅଭିନୟ ଏବଂ ନାଚ ପାଇଁ ଯାତ୍ରା ପେଣ୍ଡାଲ କୁ ଆସିଥିଲେ। କିନ୍ତୁ ପରେ କୋଭିଡ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇ ସେମାନଙ୍କ ମନରେ ଜାଗାଟିଏ ତୋଳିଛନ୍ତି। ଓଡ଼ିଶାବାସୀଙ୍କ ପ୍ରଶଂସାର ପାତ୍ର ହେଇ ପାରିଛନ୍ତି ରାନୀ ପଣ୍ଡା।

ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ମନ କିଣୁଥିବା ରାନୀ ପଣ୍ଡାଙ୍କ ଜିବନ କାହାଣୀ ବହୁ କଷ୍ଟକର। ସେ ତାଙ୍କ ଚରିତ୍ର ଭୁବନେଶ୍ୱର ବରମୁଣ୍ଡା ବସ ଷ୍ଟାଣ୍ଡ ରୁ ଆରମ୍ଭ କରିଥିଲେ। ରାନୀଙ୍କ ଜୀବନରେ ଏମିତି ସମୟ ଆସିଥିଲା ଯେତେବେଳେ ବରମୁଣ୍ଡା ବସଷ୍ଟାଣ୍ଡରେ ଆଠ ରୁ ଦଶ ଜଣ ଯୁବକ ରାନୀଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ଏଥିରୁ କେମିତି ନା କେମିତି ରକ୍ଷା ପାଇ ଯାଇଥିଲେ। ରାନୀ ପଣ୍ଡା ପ୍ରେମ ପ୍ରତାରଣାର ମଧ୍ୟ ଶିକାର ହେଇଛନ୍ତି।

ଅନେକ ପୁଅ ତାଙ୍କୁ ପ୍ରେମ କରି ତାଙ୍କ ସହ ସମ୍ପର୍କ ରଖିଛନ୍ତି କିନ୍ତୁ କେହିବି ତାଙ୍କୁ ନିଜର କରି ନାହାଁନ୍ତି। ତାଙ୍କ ସହ କେବଳ ପ୍ରତାରଣା ହିଁ କରିଛନ୍ତି। କିନ୍ତୁ ରାନୀ ପଣ୍ଡା ଏବେ ପୁରା ବଦଳି ଯାଇଛନ୍ତି ଏବେ ସେ ପ୍ରେମ କରୁଛନ୍ତି ସତ କିନ୍ତୁ ବିବାହ କରିବେନି ବୋଲି ମନା କରିଦେଇଛନ୍ତି।

ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କ ମନୋରଞ୍ଜନ ପାଇ ଆଇଟମ ଡାନ୍ସ କରିବା ରାନୀ ପଣ୍ଡାଙ୍କ ଦୁନିଆ ଆଗରେ ବଦନାମ ହେବାର ଗୋଟିଏ କାରଣ। ଏଥି ପାଇଁ ରାନୀ ପଣ୍ଡାଙ୍କୁ ବହୁତ୍ କିଛି ସହିବାକୁ ପଡ଼ିଥିଲା। ରାନୀଙ୍କର ସବୁ ଠାରୁ ବଡ ଦୁଃଖ ହେଲା ତାଙ୍କ ଜେଜେ ମାଙ୍କ ମୃତ ଦେହକୁ ଟିକେ ଛୁଇଁବାକୁ ତାଙ୍କ ବାପା ମା ସୁଯୋଗ ଦେଇନଥିଲେ। ଏହି ଘଟଣାଟି ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା ବୋଲି ସେ ସବୁବେଳେ କୁହନ୍ତି।

Leave a Reply

Your email address will not be published. Required fields are marked *