ମଝି ରାସ୍ତାରେ ଘଟିଲା ଏପରି ଦୁର୍ଘଟଣା , ଗାଡ଼ି ଚାଳକ ନିଶ୍ଚିତ ଭାବରେ ଥରଟେ ଦେଖନ୍ତୁ :-

ବର୍ତ୍ତମାନ ସମୟରେ ମଣିଷ ପାଖରେ ଯେତେ ଯାହା ଥିଲେ ବି ସେ କେବେବି ସନ୍ତୁଷ୍ଟ ହୁଏ ନାହିଁ । ମଣିଷ ହିଁ ଅସନ୍ତୁଷ୍ଟ ପ୍ରାଣୀ ଅଟେ । ଆଉ ଏକ ଖରାପ ଗୁଣ ମଣିଷର ରହିଛି ସେ ସବୁବେଳେ ସବୁ ଜିନିଷ ର ସାମ୍ୟର୍ଥ ବାହାରେ ଜିନିଷକୁ ଉପଯୋଗ କରିଥାଏ । ଏଇ ଯେମିତି ଏକ ମଟର ସାଇକେଲ କୁ ଧରି ନିଅନ୍ତୁ । ମଟର ସାଇକଲ ର କ୍ଷମତା ଏତିକି ଯେ ସେଥିରେ ଅତି ବେଶୀରେ ୨ ରୁ ୩ ଜଣ ଲୋକ ଆରାମ ରେ ଯାତ୍ରା କରି ପାରିବେ । କିନ୍ତୁ ତାର କ୍ଷମତା ବାହାରେ ଯାଇ ଯଦି ଆମେ ତାକୁ ବ୍ୟବହାର କରୁ ତେବେ ତାହାର କ୍ଷତି ନିଶ୍ଚିତ ଭାବରେ ଆମକୁ ହିଁ ଭୋଗିବାକୁ ପଡ଼ିବ ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ସତ୍ୟ ଉଦାହରଣ ଦେଇ ବୁଝାଇ ଦେବୁ । ବାସ୍ତବରେ ସୋସିଆଲ ମିଡ଼ିଆରେ ସେହି ଘଟଣା ତ ନୁହେଁ ଦୁର୍ଘଟଣା ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଉ ଏପରି କାମ କରିବା ଆଗରୁ ଶହେ ଥର ନିଶ୍ଚିତ ଭାବିବେ ।

ସୋସିଆଲ ମିଡିଆରେ ରେ ଭାଇରଲ ହେଉଥିବା ଏହି ଭିଡ଼ିଓ ଅନୁଯାୟୀ ଏକ ଟ୍ରାକ୍ଟରରେ ଧାନ ବସ୍ତା ବୋଝେଇ ହୋଇଛି । ତାହା ପୁଣି ଟ୍ରାକ୍ଟର ର କ୍ଷମତା ବାହାରେ । ରାସ୍ତା ବି ସମ୍ପୂର୍ଣ୍ଣ ଜନ ଗହଳି ପୂର୍ଣ୍ଣ ଥିଲା । ଅନେକ ଲୋକ ନିଜ ଯାନବାହନ ରେ ଯାତ୍ରା କରୁଥିଲେ । ତେବେ ସେହି ସମୟରେ ଅଧିକ ବୋଝ ନେଇଥିବା ଟ୍ରାକ୍ଟର ଟି ଓଲଟି ପଡ଼ି ଥିଲା । ଏପରି ଟ୍ରାକ୍ଟର କୁ ଦେଖି ଯେକେହିବି ଏପରି ଭାବିବେ । ବାସ୍ତବରେ ହିଁ ସେହିପରି ଘଟିଥିଲା ।

କିଛି ଦୂର ଟ୍ରାକ୍ଟର ଟି ଚାଲିବା ପରେ ଭାରସାମ୍ୟ ହରାଇ ବସିଥିଲା ଏବଂ ରାସ୍ତାରେ ହିଁ ଟଳି ପଡ଼ିଥିଲା । ଭାଗ୍ୟ ବଶତଃ ସେହି ସମୟରେ ଟ୍ରାକ୍ଟର ର ପାର୍ଶ୍ଵ ଦେଇ ଅନ୍ୟ କୌଣସି ଗାଡ଼ି ଯାଉ ନଥିଲା ନଚେତ ସେହି ଟ୍ରାକ୍ଟର ର ବୋଝ ତଳେ ଚାପି ହୋଇ ଯାଇଥାନ୍ତେ । ତେବେ ଆପଣ ଗୋଟିଏ ବସ୍ତୁର କ୍ଷମତା ଜାଣିବି ସୁଦ୍ଧା ଯଦି ତା ଉପରେ ଚାପ ପକାନ୍ତି ତେବେ ତାର କିପରି ଅବସ୍ଥା ହେବ ଜାଣି ପାରିଲେ ତ ? ତେଣୁ ଭୁଲରେ ବି ସୁଦ୍ଧା ଦୁଇ ଚକିଆ ଯାନ ହେଉ କିମ୍ବା ଆଉ କୌଣସି ଯାନ ହେଉ ତାର କ୍ଷମତା କୁ ଦୃଷ୍ଟି ଦେଇ ଠିକ ଭାବରେ ସତର୍କତା ର ସହିତ ଚଳାଇବା ଉଚିତ ନଚେତ ଏହି ଟ୍ରାକ୍ଟର ଭଳି ସମସ୍ୟା ଭୋଗିବାକୁ ପଡ଼ିବ

Leave a Reply

Your email address will not be published. Required fields are marked *