ମଝି ନଈରେ ବୁଡିଗଲା ଡଙ୍ଗା , ଅଲଗା ହୋଇଗଲେ ସାତ ଜନମର ସାଥୀ

ବର୍ତ୍ତମାନ ସମୟରେ ଚାରିଆଡ଼େ ବନ୍ୟାର ପରିସ୍ଥିତି ଦେଖା ଦେଇଛି । ଏହାବ୍ୟତୀତ ଧୀରେ ଧୀରେ ବର୍ଷାର ପରିମାଣ କମିବାକୁ ଲାଗିଛି । ବନ୍ୟାର ପରିସ୍ଥିତି ଟିକିଏ କମ ହୋଇଯିବାରୁ ଲୋକମାନେ ସୁରୁଖୁରୁରେ ଜୀବନଯାପନ କରି ପାରୁଛନ୍ତି । ଆଉ ଚାରିଆଡ଼େ ବାହାରି ଯାଇ ପାରୁଛନ୍ତି । ତେବେ ଏସବୁ ମଧ୍ୟରେ ଏକ ଦୁଃ-ଖମୟ ଖବର ଆସି ପହଞ୍ଚି ଯାଇଛି ।

ସାତ ଜନମର ସାଥୀ ଅଧା ବାଟରେ ଅଲଗା ହୋଇ ଯାଇଛନ୍ତି । ଅଗ୍ନିକୁ ସାକ୍ଷୀ ରଖି ଚିରଦିନ ପାଇଁ ଏକାଠି ରହିବାକୁ ଶପଥ ନେଇଥିବା ସ୍ବାମୀ ସ୍ତ୍ରୀ ଆଜି ଅଲଗା ହୋଇ ଯାଇଛନ୍ତି । ତେବେ ଏଭଳି ଘ-ଟଣା ଘ-ଟିଛି ମାଲକାଗିରି ଜିଲ୍ଲାରେ । ଗଣେଶ ପୂଜା ଦେଖିବା ପାଇଁ ସ୍ବାମୀ ସ୍ତ୍ରୀ ଏକାଠି ଘରୁ ବାହାରି ଯାଇଥିଲେ । କିନ୍ତୁ ଘରକୁ ଫେରି ନଥିଲେ ସ୍ତ୍ରୀ । ଫେରିଥିଲା ସ୍ତ୍ରୀଙ୍କ ମୃ-ତଦେହ ।

ସୂଚାଯୋଗ୍ୟ ଯେ ,  ବାଲିମେଳା ବନ୍ଧର ଆର ପାଖରେ ରହିଛି ଯନ୍ତ୍ରୀ ପଞ୍ଚାୟତ । ଆଉ ସେହି ପଞ୍ଚାୟତର ଏକ ଗାଆଁରେ ସ୍ବାମୀ ସ୍ତ୍ରୀ ରହୁଥିଲେ । ତେବେ ଗତକାଲି ଗଣେଶ ପୂଜା ଥିବାରୁ ସ୍ବାମୀ ସ୍ତ୍ରୀ ପୂଜା ଦେଖିବା ପାଇଁ ନଦୀ ଆର ପାଖରେ ଥିବା ଧାକଡପଦ ଗାଁକୁ ନିଜ ବନ୍ଧୁ ଘରକୁ ଯାଇଥିଲେ । ତେବେ ପୂଜା ଦେଖି ସାରି ଏକ ଡଙ୍ଗାରେ ସ୍ବାମୀ ସ୍ତ୍ରୀ ଫେରୁଥିଲେ । କିନ୍ତୁ ହଠାତ୍ ମାଡ଼ି ଆସିଥିଲା କାଳ ବୈଶାଖି ।

ଡଙ୍ଗାଟି ଓଲଟି ଯାଇଥିଲା । ଆଉ ସେଥିରୁ ସ୍ବାମୀ ସ୍ତ୍ରୀ ପାଣିକୁ ଖସି ପଡ଼ିଥିଲେ । ତେବେ ସୌଭାଗ୍ୟବଶତଃ ସ୍ବାମୀ ପହଁରି କୂଳକୁ ପଲାଇ ଆସିଥିଲେ । କିନ୍ତୁ ସ୍ତ୍ରୀଙ୍କୁ ର-କ୍ଷା କରି ପାରିନଥିଲେ ସ୍ବାମୀ । ନଦୀ ପାଣିରେ ବୁଡି ଜୀବନ ହାରି ଦେଇଥିଲେ ସ୍ତ୍ରୀ । ତେବେ ଆଜି ଅଗ୍ନିଶମ ବାହିନୀ ବହୁତ୍ ଖୋ-ଜାଖୋ-ଜି କରିବା ପରେ ମୃ-ତ ଦେହକୁ ଉ-ଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *