ଶଶୁର ଲଡୁ ନୁହେଁ ଶରୀର ଉପରେ ନଜର ପକାଉଥିଲେ, ଏକା ଥିଲା ବେଳେ ଘରକୁ ଡାକୁଛନ୍ତି: ଦୀପିକା।

ଗଣେଶ ପୂଜା ଦିନ ଶଶୁର ମତେ ଦୁଇ କିଲୋ ଲଡୁ ମାଗିଲେ ମୁଁ କିଛି ବୁଝିପାରିଲିନି। ଭାବିଲି ଯାହା ହେଉ ମତେ ମିଠା ମାଗିଲେଣି ବୋଧେ ହୁଏ ସବୁକିଛି ସମାଧାନ ହୋଇଯିବ। ହେଲେ ନାଇଁ ଆଜ୍ଞା ମୋ ଶଶୁର ମତେ ମିଠା ମାଗୁନଥିଲେ ସେ ଡବଲ ମିନିଙ୍ଗ କଥା କହୁଥିଲେ। ସେ ମିଠା ମାଗୁନଥିଲେ ଆଉ କିଛି ମାଗୁଥିଲେ। ହେଲେ ସେହି କଥା ମୁ ବୋକି ବୁଝି ପାରୁନଥିଲି। କିନ୍ତୁ ଅନ୍ୟମାନେ ଠିକ ବୁଝି ପାରୁଥିଲେ। ଆଉ ଏହି କଥା ଶୁଣି ମୋ ସମ୍ପର୍କୀୟ ମତେ କହିଲେ ତୁ ବୁଝି ପାରୁନୁ ତୋ ଶଶୁର ତତେ ମିଠା ନୁହେଁ ଆଉ କିଛି ମାଗୁଛନ୍ତି। ଏମିତି କହି ଗଣ ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଦୀପିକା।

ଗଣେଶ ପୂଜା ଦିନ ଦୀପିକା ତାଙ୍କ ଶାଶୁ ଘର ବଡ଼ ବଜାର ଦେଶୀ ବେହେରାରେ ଦିନେଶଙ୍କ ଘର ଆଗରେ କରିଥିଲେ ଗଣେଶ ପୂଜା। ଭାବିଥିଲେ ବିଘ୍ନ ନାଶକ ବୁଦ୍ଧି ଦାତା ପ୍ରଭୁ ଶ୍ରୀ ଗଣେଶ ଦିନେଶ ଓ ତାଙ୍କ ପରିବାର ଲୋକଙ୍କ ମୁଣ୍ଡରେ ଟିକେ ବୁଦ୍ଧି ପ୍ରଦାନ କରିବେ। ସବୁ କଥାକୁ ବୁଝି ପାରି ଦିନେଶଙ୍କ ପରିବାର ଲୋକେ ମତେ ଗ୍ରହଣ କରିବେ ହେଲେ ନାଇଁ ଆଜ୍ଞା ସେମିତି କିଛି ହେଲା ନାହିଁ। ଦିନେଶଙ୍କ ପରିବାର ଲୋକଙ୍କ ମୁଣ୍ଡରେ ବୁଦ୍ଧି ନୁହେଁ ରା-କ୍ଷାସ ବୁଦ୍ଧି ପଶିଗଲା।

ଦିନେଶର ଭାଇ ଆସି ମୁଁ ସଜେଇଥିବା ଗଣେଶଙ୍କ ସ୍ଥାନ ଆଉ ବାନ୍ଧିଥିବା ପାଲ,ପତାକା ମୋ ସାଜ ସଯାକୁ ନ-ଷ୍ଟ କରି ଚାଲିଗଲା। ହେଲେ ବି ମୁଁ ତାଙ୍କ କଥା ଶୁଣିଲି ନାହିଁ। ମୁଁ ଗଣେଶ ପ୍ରଭୁଙ୍କୁ ପୂଜାର୍ଚ୍ଚନା କଲି ଆଉ ସନ୍ଧ୍ୟାରେ ମୋ ଶଶୁର ଆସିଲେ କହିଲେ ଏଠି କାହିଁକି ବସିଛୁ ହେଲେ ମୁ କହିଲି ତୁମେ ଦିନେଶଙ୍କୁ ଡାକ ସେ ମତେ ସ୍ତ୍ରୀ ଓ ମୋ ପିଲାକୁ ନିଜ ପିଲା ରୂପେ ଗ୍ରହଣ କରୁ ମୁଁ ଚାଲିଯିବି। ହେଲେ ନାଇଁ ଶଶୁର ହସିଲେ।

ଦିନେଶଙ୍କ ଘର ଆଗରେ ନ୍ୟା-ୟ ପାଇଁ ଧାରଣାରେ ବସିଥିବା ଦୀପିକା କହିଛନ୍ତି ସେ ନ୍ୟା-ୟ ପାଇଁ ଧାରଣାରେ ବସିଥିବା ବେଳେ ତାଙ୍କ ଶଶୁର କିପରି ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି। ପ୍ରମିଳା ମା ଭୁବନେଶ୍ୱର ଯାଇଥିବା ବେଳେ ଦୀପିକାଙ୍କ ଶଶୁର ଦୀପିକାଙ୍କୁ ଏକା ଦେଖି ଘର ଭିତରକୁ ଡାକିଥିଲେ। ତେବେ ଦୀପିକା ପ୍ରଶ୍ନ କରିଛନ୍ତି କି। ମତେ ସମସ୍ତଙ୍କ ସାମ୍ନାରେ ବୋହୂର ମ-ର୍ଯ୍ୟାଦା ଦେଇ ଘରକୁ ନେଉ ନଥିବା ବେଳେ ଦୀପିକା ଏକା ଥିବା ବେଳେ କେଉଁ ଉଦ୍ୟ-ଶରେ ତାଙ୍କ ଶଶୁର ତାଙ୍କୁ ଘର ଭିତରକୁ ଡାକୁଛନ୍ତି। କଣ ରହିଛି ଶଶୁରଙ୍କ ଉଦ୍ୟଶ। ପ୍ରଥମେ ଡବଲ ମିନିଙ୍ଗ କଥା କହିଲେ ଆଉ ତା ପରେ ଏକା ଦେଖି ଘରକୁ ଡାକିଲେ।

ଦୀପିକା କହିଲେ ତାଙ୍କୁ କୁଆଡେ ସମସ୍ତେ କହୁଛନ୍ତି ଶଶୁର ତାଙ୍କ ଉପରର ଖରାପ ଆଖି ପକାଇଛନ୍ତି। ପ୍ରଥମେ ତ ପୁଅ ଦିନେଶ ମୋ ବିଶ୍ୱାସ,ଭରସା ସହ ଖେଳ ଖେଳିଲା ମୋ ଜୀବନକୁ ବର-ବାଦ କରିଦେଲା। ଆଉ ମତେ ଗର୍ଭ-ବତୀ କରାଇ ମୋ କୋଳରେ ଛୁଆ ଦେଲା ପରେ କଦଳୀ ଵାଲା ଝିଅକୁ ବିବାହ କରିବା କଥା କହିଲା।ମୁଁ ଯେତେବେଳେ ନ୍ୟା-ୟ ପାଇଁ ଆସି ଧାରଣାରେ ବସିଲି ଦିନେଶ କେଉଁଆଡ଼େ ଚାଲିଗଲେ ଆଉ ମତେ ଦେଇଗଲେ ଅନେକ କ-ଷ୍ଟ ଯତ୍ନଣା।

ପ୍ରଥମେ ପ୍ରଥମେ ବହୁତ କ-ଷ୍ଟ ଦେଲେ ସବୁବେଳେ ଏ ଜାଗାରୁ ମତେ ତଡି ଦେବା ପାଇଁ ବହୁତ ଯୋଜନା କଲେ। କେତେବେଳେ ସେ ମତେ ମାଂସ ଖାଇ କଣ୍ଟା ଫି-ଙ୍ଗୁଥିଲେ ତ ଆଉ କେତେବେଳେ ସରଫ ପାଣି ପକାଇ ମୋ ଜିନିଷ ନ-ଷ୍ଟ କରିଦେଉଥିଲେ। ହେଲେ ଏତେ ପରେ ଯେତେବେଳେ ମୁଁ ଏ ସ୍ଥାନରୁ ଉଠିଗଲି ନାହିଁ ସେତେବେଳେ ଦିନେଶଙ୍କ ପରିବାର ଲୋକେ ଘର ଛାଡ଼ି ଚାଲିଗଲେ।

ସେମାନେ ଖୁସି ଖୁସିରେ ଅଏସ କରି ଜୀବନ ବିତାଉଥିବା ବେଳେ ମୁଁ ଏଠି କ-ଷ୍ଟ ପାଉଛି। ପ୍ରତ୍ୟକ ଦିନ ଭାବୁଛି କେଉଁ ଦିନର ସକାଳ ମତେ ନ୍ୟା-ୟ ଦେବ ହେଲେ ଦିନ ପରେ ଦିନ ବିତି ଚାଲିଛି। ମୁ ବର୍ଷା ଖରା ଶୀତ କାକରରେ ନ୍ୟା-ୟ ଭିକ୍ଷା କରୁଛି। ଦିନେଶ ଥରୁଟିଏ ବି ମୋ ଆଗକୁ ଆସୁ ନାହାଁନ୍ତି। ଦିନେଶ ମତେ ତୁମେ ଏମିତି ଭଲ ପାଉଥିଲ ?

ଦିନେ କହୁଥିଲ ମତେ ନଦେଖିଲେ ତୁମକୁ କୁଆଡେ ଦିନ ଭଲ ଲାଗେନି। ଦିନେ କହୁଥିଲ ମୋ ସ୍ୱର ନଶୁଣିଲେ ତୁମର କୁଆଡେ ନିଦ ଭଙ୍ଗେନି। ଏବେ ତୁମେ ଏମିତି କେମିତି ବଦଳି ପାରିଲ। କେମିତି ମତେ ଏତେ କ-ଷ୍ଟ ଦେଇ ପାରିଲ। ହେଲେ ତୁମେ ଯେତେ କ-ଷ୍ଟ ଦେଉଛ ଦିଅ ମୁଁ କିନ୍ତୁ ଏଠାରୁ ଯିବି ନାହିଁ। ଯେ ପର୍ଯ୍ୟନ୍ତ ତୁମେ ମତେ ସ୍ତ୍ରୀ ରୂପେ ଓ ଛୁଆକୁ ନିଜର ଛୁଆ ଭାବେ ଗ୍ରହଣ ନକରିଛ।

Leave a Reply

Your email address will not be published. Required fields are marked *