ଘରୁ ହେଲା ଝିଅ ଫେରାର , ମାତ୍ର ୧୨ ବୟସର ଝିଅକୁ ଖୋଜି ଖୋଜି ବାପା ମାଆ ହୋଇ ଗଲେଣି ନୟାନ୍ତ

ବାପା ମାଆଙ୍କ ଆଖିର ନୟନ ପିତୁଳା ହୋଇଥାନ୍ତି ତାଙ୍କ ସନ୍ତାନ । ପିଲା ମାନଙ୍କ ପାଦରେ କଣ୍ଟାଟିଏ ଫୁଟି ଗଲେ , ବାପା ମାଆଙ୍କ ଛାତିରେ ପଥର ପଡ଼ିଲା ଭଳି ଲାଗିଥାଏ । ତେବେ ସେହି ପିଲା ଯେତେବେଳେ ବାପା ମାଆଙ୍କ ନଜରରୁ ଦୂରେଇ ଯାଇଥାଏ , ସେତେବେଳେ ବାପା ମାଆଙ୍କୁ କିପରି ଅନୁଭବ ହେଉଥିବ , ଆପଣ ସେ କଥା ଭଲ ଭାବରେ ଜାଣି ପାରୁଥିବେ । ବାପା ମାଆ ପାଗଳ ଭଳି ହୋଇ ଯାଆନ୍ତି , ଆଉ ତାଙ୍କୁ କିଛି ଭଲ ଲାଗି ନଥାଏ । ସେମାନେ ପେଟକୁ ଦାନାଟିଏ ମଧ୍ୟ ଦେଇ ପାରନ୍ତି ନାହିଁ ।

ତେବେ ଏପରି ଏକ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ମାତ୍ର ୧୨ ବର୍ଷର ଝିଅଟିଏ ଘରୁ କୁଆଡେ ପଳାଇଛି ନା ତାକୁ କିଏ କୁଆଡେ ନେଇ ଯାଇଛି , ସେ କଥା ଜାଣି ହେଉ ନାହିଁ । ଆଜିକୁ ୧୨ ଦିନ ପୂରି ଗଲାନି , ତଥାପି ଝିଅକୁ ବାପା ମାଆ ଖୋଜି ଖୋଜି ପାଗଳ ଭଳି ହୋଇ ଗଲେଣି । ଥା-ନାରେ ଅଭି-ଯୋଗ ଦେବା ପରେ ମଧ୍ୟ ଥା-ନା ବାଲା କିଛି ପଦକ୍ଷେପ ଗ୍ରହଣ କରୁ ନାହାଁନ୍ତି। ଆଉ ସେମାନେ କଥାରେ ଆଦୌ ମୁଣ୍ଡ ପୁରାଉ ନାହାଁନ୍ତି ବୋଲି ବାପା ମାଆ ଅଭିଯୋଗ କରିଛନ୍ତି । ତେବେ ଝିଅର ମାଆ କହିଛନ୍ତି କି , ୨୧ ତାରିଖ ଦିନ ଝିଅ ଘରେ ଥିଲା । ଆଉ କିଛି କାମ ପାଇଁ ସେ ବାହାରକୁ ତାକୁ ପଠାଇ ଥିଲେ ।

ପୁଣି ଝିଅଟି ଘରକୁ ଫେରି ଆସିଥିଲା ଆଉ ଘରେ ହିଁ ଥିଲା । ତେବେ ହଠାତ୍ ରାତି ହେଉ ହେଉ ଝିଅ କୁଆଡେ ପଳାଇ ଗଲା ଯେ , ସେ କଥା ବାପା ମାଆ ଜାଣି ପାରିଲେ ନାହିଁ । ଏପର୍ଯ୍ୟନ୍ତ ଝିଅକୁ ଖୋଜା ଖୋଜି କରିବାରେ ଲାଗିଛନ୍ତି । କିନ୍ତୁ ଝିଅର କିଛି ପତ୍ତା ମିଳୁ ନାହିଁ । ଝିଅର ମାଆ କହିଛନ୍ତି କି , ତାଙ୍କ ଝିଅ ଛୋଟ ପିଲାଟିଏ । ଖେଳିବା ବୁଲିବା ବୟସରେ ସେ ଭଲ ପାଇବା ଆଉ ବାହା ହେବା କଣ ଜାଣି ନାହିଁ । ଏପରି ପରିସ୍ଥିତିରେ ସେ କାହାକୁ ଭଲ ପାଇବ ଆଉ କାହା ସହିତ ପଳାଇ ଯାଇଥିବ , ଏଭଳି କଥାକୁ ସେ ଗ୍ରହଣ କରି ପାରି ନାହାଁନ୍ତି । ତାଙ୍କ କହିବା ଅନୁଯାୟୀ ଝିଅକୁ କିଏ ଉଠାଇ ନେଇ ଯାଇଛି ।

କାହିଁକି ନା ପାଖ ହୋଟେଲରେ କାମ କରୁଥିବା ଏକ ପୁଅ ସହ ତାଙ୍କର ଝ-ଗଡା ହୋଇଥିଲା । ତେଣୁ ସେ କିଛି ରାଗ ରଖି ଏପରି କା-ଣ୍ଡ କରିଛନ୍ତି ବୋଲି ଝିଅର ମାଆ କହିଛନ୍ତି । ଅନ୍ୟ ପକ୍ଷରେ ପଡିଶା ଘର ଲୋକ କହୁଥିଲେ କି , ଝିଅ କାହା ସହିତ କଥାବାର୍ତ୍ତା କରୁଛି କିନ୍ତୁ ଏପରି କଥାକୁ ସେ ମାନି ନାହାଁନ୍ତି । ଆଉ ସେ କହିଛନ୍ତି କି , ଝିଅ ତାଙ୍କର ବହୁତ ଛୋଟ । ବର୍ତ୍ତମାନ ତାର ଖେଳିବା ବୁଲିବା ବୟସ , ତେଣୁ ସେ ଏପରି କିଛି କାଣ୍ଡ କରି ନଥିବ କି କାହା ସହିତ ଯାଇ ନଥିବ । ଝିଅର ମାଆ ଅନ୍ୟ ଲୋକଙ୍କୁ ଦୋ-ଷ ଦେଇ କହିଛନ୍ତି କି , ଝିଅକୁ ତାଙ୍କ ଉପରେ ରା-ଗ ରଖିଥିବା ଲୋକ ମାନେ ଉଠାଇ ନେଇ ପଳାଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *