ମଣିଷପଣିଆ ଦେଖାଇଲେ ବିଧାୟକ , ନିଜ ବିଧବା ବୋହୂ କୁ ହାତରୁ ଦୁଇ ହାତ କଲେ

ସମାଜ ବହୁତ ଆଗକୁ ଯାଇ ପହଞ୍ଚି ଗଲାନି , ତଥାପି ଲୋକଙ୍କ ଚିନ୍ତାଧାରା ବଦଳିବା ନାମ ଧରୁ ନାହିଁ । ଲୋକେ ସେଇ ନୀଚ୍ଚ ଚିନ୍ତାଧାରା ନେଇ ଆଗକୁ ବଢିବାରେ ଲାଗିଛନ୍ତି । ସମସ୍ତେ କେବଳ ଅପେକ୍ଷା କରି ବସିଥାନ୍ତି , କେତେବେଳେ କଣ ଘଟିବ ଆଉ ସେମାନେ ଆଉ ଜଣଙ୍କୁ ସମାଲୋଚନା କରିବେ ।

ମାତ୍ର କିଛି ଲୋକଙ୍କୁ ଛାଡି ଦେବା ପରେ ଆଉ ସମସ୍ତଙ୍କ ମନରେ ଏଇ ଚିନ୍ତାଧାରା ହିଁ ରହିଥାଏ । କେବେ ସେମାନେ ଆଉ କାହା ବିଷୟରେ ଭଲ ଚିନ୍ତା କରିବେ ଏଇଟା ତ ଅସମ୍ଭବ । ଲୋକେ କେବଳ ନିଜ ଫାଇଦା ଅନୁଯାୟୀ କାମ କରିବେ ଆଉ ନିଜ ଫାଇଦା ଅନୁଯାୟୀ କଥା କହିବାକୁ ଅଧିକ ପସନ୍ଦ କରିଥାନ୍ତି । ତେଣୁ ଏପରି ସମାଜ ବିଷୟରେ ଆପଣ ତ ସବୁକିଛି ଜାଣି ଥିବେ ।

ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ଏ ସମାଜକୁ ଖାତିର ନ କରି ଆଉ ଲୋକ ଲ-ଜ୍ଜାକୁ ଭୁଲି ଯାଇ ଏପରି କାମ କରିଛନ୍ତି , ଯାହାକୁ ନେଇ ବର୍ତ୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚା ହେବାରେ ଲାଗିଛି । ନିଜର ମଣିଷପଣିଆ ଦେଖାଇଲେ ବରିଷ୍ଠ ବିଧାୟକ । ଆଉ ନେଲେ ଏପରି କିଛି ପଦକ୍ଷେପ , ଯାହା ପାଇଁ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଏପରି କିଛି ଅସମ୍ଭବ କାମକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ବିଧାୟକ । ଏ ସମାଜ ଆଉ ଲୋକ କଥା ଆଗରେ ସେ ନିଜ ବୋହୂଙ୍କ ମୁଁହକୁ ଦେଖିଲେ ଆଉ ଏପରି ନିଷ୍ପତ୍ତି ନେଲେ , ଯାହା ତାଙ୍କ ବୋହୂଙ୍କ ଜୀବନକୁ ପୁରାପୁରି ବଦଳାଇ ଦେଲା । ଆଉ ବର୍ତ୍ତମାନ ତାଙ୍କ ବୋହୂ ଅତ୍ୟନ୍ତ ଖୁସିରେ ଅଛନ୍ତି ।

ତେବେ ଏପରି କିଛି ଧନ୍ୟବାଦ୍ ଦେବା ଭଳି କାମ କରିଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ରହିଥିବା ନବୀନ ନନ୍ଦ । ସଦାବେଳେ ଜଣେ ଭଲ ମଣିଷ ହିସାବରେ ଗଣା ଯାଇଥାନ୍ତି ନବୀନ ନନ୍ଦ । ଆଉ ବର୍ତ୍ତମାନ ସେହି ମଣିଷପଣିଆକୁ ଜାଗ୍ରତ କରିଛନ୍ତି ସେ । ସେ ନିଜର ବିଧବା ବୋହୂକୁ ପୁଣିଥରେ ସଧବା ବନାଇ ଦେଇଛନ୍ତି ।

ପୁଣିଥରେ ସେହି ହିନ୍ଦୁ ରୀତିନୀତି ଅନୁଯାୟୀ , ତାଙ୍କୁ ବିବାହ କରାଇ ଦେଇଛନ୍ତି ଆଉ ତାଙ୍କ ହାତରେ ଶଙ୍ଖା , ମଥାରେ ସିନ୍ଦୂର ଫେରାଇ ଦେଇଛନ୍ତି । ଜଣେ ଶଶୁର ଆଉ ବାପା ହିସାବରେ ନିଜ ଝିଅକୁ ସେ ଆଉ ଜଣଙ୍କ ହାତକୁ ଟେକି ଦେଇଛନ୍ତି । ତେବେ ଏହି କାମ କେବଳ ସେ ନିଜ ଇଚ୍ଛାରେ କରି ନାହାଁନ୍ତି , ନିଜ ବୋହୂ ଆଉ ତାଙ୍କ ବାପାଙ୍କ ସହମତିରେ ସେ କରିଛନ୍ତି ।

ସୂଚନା ଅନୁଯାୟୀ , ନବୀନ ନନ୍ଦଙ୍କ ପୁଅ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପତ୍ନୀ ମଧୁସ୍ମିତାଙ୍କର ବାଲେଶ୍ବର ନିବାସୀ ଶିବ ଚନ୍ଦନଙ୍କ ସହ ଭୁବନେଶ୍ୱର ନୟାପଲ୍ଲି ନିକଟସ୍ଥ ଲକ୍ଷ୍ମୀ ମନ୍ଦିରରେ ଗତକାଲି ବିବାହ କରାଇ ଦେଇଛନ୍ତି । ଆଉ ତାପରେ ନିଜ ଟୁଇଟର ଆକାଉଣ୍ଟରେ ସେ ଏ ବାବଦରେ ଟୁଇଟ କରି ଜଣାଇଛନ୍ତି । ନିଜ ବଡ ପୁଅ ସମ୍ବିତ ଯିବା ପରେ ବୋହୂ ମଧୁସ୍ମିତା ପୁରାପୁରି ଭାଙ୍ଗି ପଡ଼ିଥିଲେ ।

ଆଉ ତାଙ୍କ ଓଠର ହସ ଫେରାଇ ଦେବା ପାଇଁ ନବୀନ ଏପରି ପଦକ୍ଷେପ ନେଇ ଥିଲେ । ତେବେ ବର୍ତ୍ତମାନ ନିଜ ବୋହୂର ବିବାହ କରାଇ ଦେଇ ନବୀନ ନନ୍ଦ ଅତ୍ୟନ୍ତ ଖୁସି ଅଛନ୍ତି । ଆଉ ତାଙ୍କୁ ମଧ୍ୟ ଚାରି ଆଡେ଼ ପ୍ରଶଂସା କରାଯାଉଛି । ଏପରି କାମ ସମସ୍ତେ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଉଛି ।

Leave a Reply

Your email address will not be published. Required fields are marked *