ଜୀବନ ଯୁ-ଦ୍ଧରେ ହାରି ଗଲେ ବରିଷ୍ଠ ଅଭିନେତା ମିହିର ଦାସଙ୍କ ସାନ ପୁଅ , ଅମ୍ଳାନ କହିଲେ ସାନ ଭାଇ ମୁଁହରେ କିପରି ମୁଖାଗ୍ନି ଦେବି

କୁହାଯାଏ ବିଧିର ବିଧାନ କେ କରିବ ଆନ । ଦୁନିଆଁରେ ଯାହା ହେବାର ଥିବ , ତାହା ହିଁ ହେବ । କିଛି ଜିନିଷକୁ ବଦଳାଇ ହେବ ନାହିଁ । ଆମେ ଏ ଦୁନିଆଁକୁ ଆସିଛନ୍ତି ମାନେ ଦିନେ ନା ଦିନେ ଯିବାକୁ ପଡିବ । କେତେବେଳେ କିଏ ଚାଲିଯିବ ସେ କଥା କେହି ଜାଣି ବି ନଥାନ୍ତି । ବାପା ମାଆ ଆଗରେ କେତେବେଳେ ସନ୍ତାନ ଚାଲିଯାଏ ତ ଆଉ କେତେବେଳେ ଭାଇ ଆଗରେ ଭାଇ ।

ତେଣୁ ଏହା ତ ଘଟିବାର ଅଛି ଆଉ ନିଶ୍ଚିତ ଘଟିବ । ବାସ୍ ଗୋଟିଏ କଥା ଜାଣି ରଖିବା ଯେ , ଏ ଦୁନିଆଁରେ କେହି ବି ଅମର ନୁହେଁ । ସମସ୍ତେ ଦିନେ ନା ଦିନେ ଯିବେ । କିଏ ଆଜି ଯିବ ତ କିଏ କାଲି କିନ୍ତୁ କେହି ରହିବେ ନାହିଁ । ଏ ହସ ଖୁସିର ଜୀବନରେ କେତେବେଳେ ଯେ ଝଡ ମା-ଡ଼ି ଆସିବ , ତାକୁ ରୋକି ହେବ ନାହିଁ ।

ତେବେ ଏପରି କିଛି ଝଡ ମା-ଡ଼ି ଆସିଛି ଓଲିଉଡ ଜଗତର ବରିଷ୍ଠ ଅଭିନେତା ତଥା ସ୍ବର୍ଗତ ମିହିର ଦାସଙ୍କ ପୁଅ ଅମ୍ଳାନ ଦାସଙ୍କ ଜୀବନରେ । ମାତ୍ର ବର୍ଷଟେ ପୂର୍ବରୁ ନିଜ ବାପାଙ୍କୁ ହରାଇ ଥିଲେ ଅମ୍ଳାନ ଆଉ ଗତକାଲି ସେ ନିଜ ଆଖିର ନୟନ ପିତୁଳା ଅର୍ଥାତ୍ ସାନ ଭାଇଙ୍କୁ ହରାଇ ଦେଇଛନ୍ତି । ବର୍ତ୍ତମାନ ତାଙ୍କ ପରିବାର ଉପରେ ଦୁଃ-ଖର ଛା-ୟା ଖସି ପଡ଼ିଛି । ହଠାତ୍ ତାଙ୍କ ଜୀବନରେ ସବୁକିଛି ଶେଷ ହୋଇ ଯିବା ଭଳି ଲାଗୁଛି ।

ତେବେ ଆପଣ ତ ଜାଣି ଥିବେ , ମିହିର ଦାସ ଗତବର୍ଷ ଜାନୁୟାରୀ ମାସ ୧୨ ତାରିଖରେ ଏ ଦୁନିଆଁରୁ ବିଦାୟ ନେଇଥିଲେ । ଆଉ ପିଲା ଦିନେ ଅମ୍ଳାନ ନିଜ ମାଆଙ୍କୁ ମଧ୍ୟ ହରାଇ ଦେଇଥିଲେ । ତେଣୁ ତାଙ୍କର ସାହାରା କହିଲେ କେବଳ ସେହି ସାନ ଭାଇ ହିଁ ଥିଲା । ଆଉ ସେ ବି ଗତକାଲି ତାଙ୍କୁ ଏକା କରି ଦେଇ ଚାଲିଗଲା । ବର୍ତ୍ତମାନ ଅମ୍ଳାନ ନିଜକୁ ଆଉ ସମ୍ଭାଳି ପାରୁ ନାହାନ୍ତି ।

ବର୍ତ୍ତମାନ ସମୟରେ ଗଣମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖିଛନ୍ତି ଜଣେ ନିର୍ଦ୍ଦେଶକ । ତାଙ୍କ କହିବା ଅନୁଯାୟୀ , କାଲିର ଦିନ ଅମ୍ଳାନଙ୍କ ଜୀବନରେ ସବୁଠାରୁ ବଡ ଦୁଃଖର ଦିନ ଥିଲା । ଆଖି ଆଗରେ ଆଉ କେତେ ଜଣଙ୍କୁ ହରାଇବାର ଦେଖି ଥାଆନ୍ତେ ଅମ୍ଳାନ । ପିଲାଟି ବେଳରୁ ନିଜ ମାଆଙ୍କୁ ହରାଇ ଥିବା ଅମ୍ଳାନଙ୍କର ସବୁକିଛି ଥିଲେ ନିଜ ବାପା ଆଉ ଭାଇ ।

ଏହାପରେ ଅମ୍ଳାନ ବିବାହ କରିଥିଲେ ଆଉ ତାଙ୍କ ଦୁନିଆଁରେ ଟିକିଏ ଖୁସି ଆସିଥିଲା । କିନ୍ତୁ ଜୀବନରେ କିଛି ମୁହୂର୍ତ୍ତ ପାଇଁ ଖୁସି ଆସୁ ଆସୁ ନିଜ ବାପାଙ୍କୁ ହରାଇ ଦେଇଥିଲେ ଆମ୍ଲାନ । ଆଉ ସେଥିରେ ପୁରାପୁରି ଭାଙ୍ଗି ପଡ଼ିଥିଲେ ଅମ୍ଳାନ । ତେବେ ଏହି ଦୁଃ-ଖ ମଧ୍ୟରେ ହଠାତ୍ ତାଙ୍କ ଜୀବନକୁ ଆସିଥିଲା ଏକ କୁନି ଝିଅ , ଯିଏ ଗତ ଚାରି ମାସ ପୂର୍ବରୁ ଏ ଦୁନିଆଁକୁ ଆସିଛି । ତେବେ ଏହାରି ମଧ୍ୟରେ ପୁଣି ନିଜ ଭାଇଙ୍କୁ ହରାଇ ଦେଲେ ଅମ୍ଳାନ ।

ସେ କିପରି ଅନୁଭବ କରୁଥିବେ ବର୍ତ୍ତମାନ ସମୟରେ , ସେ କଥା ଆଉ କେହି ଅନୁଭବ କରିପାରିବେ ନାହିଁ । ତେବେ ଗ୍ରାଫିକ୍ସ ପାଠ ପଢୁଥିବା ଅକ୍ଲାନ୍ତ ହଠାତ୍ ଯକୃତ ରୋଗରେ ପୀ-ଡ଼ିତ ହୋଇଥିଲେ । ଆଉ ତାଙ୍କର ଟିକିଏ ସ୍ୱାସ୍ଥ୍ୟବସ୍ଥା ଠିକ୍ ହୋଇ ମଧ୍ୟ ଆସୁଥିଲା । କିନ୍ତୁ ତାଙ୍କୁ ପୁଣିଥରେ ଆଇସିୟୁ ରେ ରଖିବାକୁ ପଡ଼ିଥିଲା । ଆଉ ଗତକାଲି ସେ ଦୁନିଆଁ ଛାଡି ଚାଲି ଗଲେ ।

ତେବେ ନିର୍ଦ୍ଦେଶକ ଜଣକ ଆହୁରି ମଧ୍ୟ କହିଛନ୍ତି କି , ଗତକାଲି ରାତିରେ ସୁଟିଂ ରୁ ବାହାରି ଆସିଥିଲେ ଅମ୍ଳାନ । ନିଜ ଭାଇକୁ ହରାଇ ନିଜ ଦୁନିଆଁକୁ ହରାଇ ଦେଇଛନ୍ତି ବୋଲି ସେ ଅନୁଭବ କରୁଥିଲେ ଆଉ ତାଙ୍କୁ ପଚାରି ଥିଲେ ମୋ ସାନ ଭାଇକୁ ମୁଁ ମୁଖାଗ୍ନୀ ଦେବି । ଆଉ ଏହାର ଉତ୍ତରରେ ନିର୍ଦ୍ଦେଶକ କହିଥିଲେ ଏହା ଭଗବାନଙ୍କ ଇଚ୍ଛା , ଆମେ କିଛି କରିପାରିବା ନାହିଁ । ତୋତେ ହିଁ ସବୁକିଛି କରିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *