ତିନି ମାସର ପିଲାକୁ ଘରେ କବାଟ ଦେଇ ଚାଲିଗଲା ମା । ୧୦ ବର୍ଷ ପରେ ଫେରି ଯେତେବେଳେ କବାଟ ଖୋଲିଲା ମା…

ଦୁନିଆରେ ପିଲା ମାନଙ୍କୁ ମାଆଠାରୁ ଅଧିକ ଆଉ କେହି ଭଲ ପାଇ ପାରୁବେ ନାହିଁ। ଗୋଟେ ମାଆ ନିଜ ସନ୍ତାନକୁ ୧୦ ମାସ ଗର୍ଭରେ ଧରି କେତେ କଷ୍ଟ ଯନ୍ତ୍ରଣା ସହି ଜନ୍ମ କରିଥାଏ ତାହା ଆଉ କେହି ବୁଝି ପାରିବେ ନାହିଁ। ହେଲେ ଯେତେବେଳେ ନିଜ ଛୁଆର ଖରାପ ଅବସ୍ଥା ନିଜ ଆଖିରେ ଦେଖେ ସେତେବେଳେ ସେ ଆତ୍ମହରା ହୋଇପଡେ। ହେଲେ କିଛି ମାଆ ଲଜ୍ୟା ଏବଂ ନିନ୍ଦାର ଶିକାର ହେବାର ଭୟରେ ଏପରି କିଛି ପଦକ୍ଷେପ ନେଇଥାନ୍ତି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଅଟେ।

ଆଜିର ଯୁବପିଢ଼ି ମାନଙ୍କ ପାଇଁ ପ୍ରେମ ଏକ ଖେଳ ଘର ହୋଇ ସାରିଛି। କେତେବେଳେ କାହାକୁ କେଉଁ ସମୟରେ ପ୍ରେମ ହୋଇଯାଉଛି ତାହା କେହି କହିପାରିବେ ନାହିଁ। ପ୍ରେମ ଏକ ପବିତ୍ର ସମ୍ପର୍କ ଅଟେ। ବର୍ତ୍ତମାନ ସମୟରେ ପ୍ରେମରେ କୌଣସି ପବିତ୍ରତା ନାହିଁ ଯଦି ଅଛି ତ କେବଳ ଛଳନା, ଧୋକା, ଏବଂ ପ୍ରତାରଣା। କେବଳ ସେତିକି ନୁହେଁ ବର୍ତ୍ତମାନ ସମୟର ପ୍ରେମ କେତେଙ୍କର ଜୀବନ ମଧ୍ୟ ନେଇଛି ତାହାର କୌଣସି ହିସାବ ନାହିଁ। ପ୍ରେମରେ ପାଗଳ ଆଜିର ଯୁବ ପିଢି ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି। ସେମାନେ କିଛି କରିବାକୁ ମଧ୍ୟ ପଛାଉ ନାହାଁନ୍ତି।

ପ୍ରେମରେ ପଡିବା ପରେ ଯୁବକ ଯୁବତୀ ମାନେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସୁଛନ୍ତି ଏବଂ ଶାରୀରିକ ସମ୍ପର୍କ ରଖୁଛନ୍ତି। ତେବେ ଶାରୀରିକ ସମ୍ପର୍କ ଅନୈତିକ ଭାବରେ ରଖିବା ପରେ ଯୁବପିଢ଼ି ପରସ୍ପର ଠାରୁ ଦୂରେଇ ଯାଉଛନ୍ତି। ତେବେ ଏହାର ଶିକାର ଯୁବତୀ ମାନେ ହେଉଛନ୍ତି। ଯୁବତୀ ମାନେ ଶାରୀରିକ ସମ୍ପର୍କ ରଖିବା କଥା କାହା ଆଗରେ ପ୍ରଘଟ କରି ପାରୁ ନାହାନ୍ତି ଏବଂ ଶେଷରେ ନିଜ ଜୀବନ ହାରି ଦେଉଛନ୍ତି। ନଚେତ ଛୁଆ ଜନ୍ମ କରିବା ପରେ ଶିଶୁକୁ ରାସ୍ତାକଡରେ ଫୋପାଡ଼ି ଦେଇ ଚାଲି ଯାଉଛନ୍ତି।

ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି। ଯୁବତୀ ଜଣକ ଶିଶୁକୁ ଜନ୍ମ ଦେବାପରେ ବାପର ପରିଚିତ ଛୁଆକୁ ଦେଇ ପାରିନଥିଲା। ସେ ଏହି ନିନ୍ଦା ଏବଂ ଅପବାଦ ସହ୍ୟ ନ କରି ପାରି ଶେଷରେ ଛୁଆକୁ ରାସ୍ତାକଡରେ ଫୋପାଡ଼ି ଦେଇ ଚାଲି ଯାଇଥିଲା। ତେବେ ଶିଶୁଟି ୩ଦିନ ଧରି ଲୋକଙ୍କ ନଜରକୁ ଆସି ନଥିଲା।

ଭୋକରେ ଶିଶୁଟି କାନ୍ଦିବାରୁ କାନ୍ଦର ଚିତ୍କାର ସେଇ ବାଟ ଦେଇ ଯାଉଥିବା ଲୋକର କାନରେ ପଡିଥିଲା ଏବଂ ଦେଖିଲା ବେଳକୁ କେହି ଜଣେ ନବଜାତ ଶିଶୁକୁ ଛାଡି ଦେଇ ଚାଲି ଯାଇଛି। ତେବେ ଲୋକଟି ଜଣକ ଶିଶୁ କନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଦେଖାଇବା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତେବେ ନର୍ସ ଜଣକ ଯେତେବେଳେ ଜାଣିବାକୁ ପାଇଲେ ଯେ ଶିଶୁର କେହି ବାପା ମାଆ ନାହାଁନ୍ତି ତେବେ ସେ ଶିଶୁକୁ ନିଜ ପାଖରେ ରଖିବା ପାଇଁ ନିଷ୍ପତ୍ତି ନେଲେ।

ହେଲେ ଦୀର୍ଘ ୧୦ ବର୍ଷ ପରେ ଶିଶୁର ପ୍ରକୃତ ମାଆ ନିଜ ଛୁଆକୁ ପୁଣିଥରେ ଖୋଜିବାକୁ ଲାଗିଲେ। ଆଉ ନର୍ସ ଜଣକ ଶିଶୁର ମାକୁ ଚିହ୍ନି ପାରିଲେ ଏବଂ ସେ ଏଭଳି କରିବାର କାରଣ ପଚାରିଲେ। ତେବେ ଏହାର ଉତ୍ତରରେ ଯୁବତୀ ଜଣକ କହିଥିଲେ କି ସେ ଶିଶୁକୁ ବାପାର ପରିଚୟ ଦେବାରେ ଅସମର୍ଥ ହେବାରୁ ଏପରି ପଦକ୍ଷେପ ନେଇଥିଲେ।

Leave a Reply

Your email address will not be published. Required fields are marked *