ବ୍ଲା-କମେ-ଲ କରୁଛନ୍ତି ଯୁବକ , ଫୋନରେ ଝିଅ ମାନଙ୍କ ଫୋଟ ତଳେ ରେଟ୍ ଲେଖି ପଠାଉଛନ୍ତି

ଆଜିକାର ନାରୀ ମାନେ ଅନେକ ଉପାୟରେ ଶୋଷଣ ହେବାରେ ଲାଗିଛନ୍ତି । କିନ୍ତୁ କେହି ମୁଁହ ଖୋଲିବାକୁ ନାମ ଧରୁ ନାହାଁନ୍ତି । ସମସ୍ତେ ଭୟଭୀତ ହୋଇ ଯାଇ ଚୁପ୍ ରହି ଯାଉଛନ୍ତି । ଆଉ ନିଜ ପାଇଁ ଲ-ଢ଼ିବା ତ ଦୂରର କଥା କିଛି କହିବାକୁ ସାହାସ କରୁ ନାହାଁନ୍ତି । ତେବେ ଏପରି ସମୟରେ ଜଣେ ମହିଳା ନିଜ ଭଉଣୀଙ୍କ ପାଇଁ ମୁଁହ ଖୋଲିଛନ୍ତି । ତାଙ୍କ ଭଉଣୀ ଜଣେ ବ୍ୟକ୍ତିଙ୍କ ଠାରୁ ଭିନ୍ନ ଭିନ୍ନ ଉପାୟରେ ଅ-ତ୍ୟାଚା-ରର ଶି-କାର ହେଉଥିବା କଥା ସେ କହିଛନ୍ତି ।

ବର୍ତ୍ତମାନ ମଞ୍ଚେଶ୍ୱର ଥା-ନାରେ ମହିଳା ଜଣକ ସେହି ବ୍ୟକ୍ତିଙ୍କ ବିରୁ-ଦ୍ଧରେ ଅଭି-ଯୋଗ କରିଛନ୍ତି । ତେବେ ଭୁବନେଶ୍ବରରେ ରହୁଥିବା ମହିଳାଙ୍କ ଭଉଣୀ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଆଉ ସେହି ବ୍ୟକ୍ତି ଜଣକ ହେଉଛନ୍ତି କବି ପ୍ରସାଦ ମହାନ୍ତି । ସେ ମହିଳାଙ୍କ ଭଉଣୀଙ୍କ ନିକଟତର ହୋଇଥିଲେ ଆଉ ତାଙ୍କ ଘରକୁ ମଧ୍ୟ ଯାଉଥିଲେ ଆଉ ତାଙ୍କ ବାପା ମାଆଙ୍କୁ ବାପା ମାଆ ଡାକିବା ସହିତ ସେମାନଙ୍କ ପୁଅ ଭଳି ହୋଇ ଯାଇଥିଲେ । ଅନ୍ୟ ପକ୍ଷରେ ମହିଳା ଜଣକ କହିଛନ୍ତି କି। କବି ପ୍ରସାଦ ଅତ୍ୟନ୍ତ ଖରାପ କାମରେ ଲିପ୍ତ ରହିଥାନ୍ତି ।

ଝିଅ ମାନଙ୍କ ସହିତ ଡିସକୋ ଯିବା ସହିତ ମଦ ପିଇବା କାମ ସେ କରିଥାନ୍ତି । ଏହାବ୍ୟତୀତ ହ୍ୱାଟସଆପରେ କାହା ପାଖକୁ ସେ ଝିଅ ମାନଙ୍କ ଫୋଟ ପଠାଇ ତା ତଳେ ରେଟ ଲେଖିଥାନ୍ତି । ଏହାବ୍ୟତୀତ ପରୀକ୍ଷା ଖାତାର ମଧ୍ୟ ସେ ଅଦଳ ବଦଳ କରିଥାନ୍ତି । ସେଥିପାଇଁ ଆଜି କେତେ କେତେ ପିଲା ହଇ-ରାଣର ଶି-କାର ହେଉଛନ୍ତି । ସେ ଛୋଟ ଛୋଟ ଝିଅ ମାନଙ୍କୁ ମ-ଦ ପିଆଇ ଗାଡ଼ିରେ ବୁଲାଉଛନ୍ତି । ଆଉ ପାଞ୍ଚ ପାଞ୍ଚଟା ପ୍ରେମିକା ରଖୁଛନ୍ତି ।

ତେବେ ବର୍ତ୍ତମାନ ମହିଳା ଜଣକ ମଞ୍ଚେଶ୍ୱର୍ ଥା-ନାରେ ଏପରି ଅଭି-ଯୋଗ ଆଣିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି , ମହିଳା ଜଣକୁ ସେ ଦୁ-ର୍ବ୍ୟବ-ହାର କରିବା ସହିତ ଅନେକ ଖରାପ କାମ କରିଛନ୍ତି ଆଉ ପରିବାର ସହିତ ମଧ୍ୟ ଏପରି କିଛି କାମ କରିଛନ୍ତି। ଯାହା ବିଷୟରେ ସେ କହିପାରିବେ ନାହିଁ । ତେଣୁ ବର୍ତ୍ତମାନ ତାଙ୍କ ଠାରୁ ଦୂରେଇ ଯାଇଛନ୍ତି ଆଉ ତାଙ୍କ ସହିତ କଥାବାର୍ତ୍ତା କରିବା ମଧ୍ୟ ବନ୍ଦ କରି ଦେଇଛନ୍ତି । ଅନ୍ୟ ପକ୍ଷରେ ତାଙ୍କ ପରିବାର ଠାରୁ ଅନେକ ଟଙ୍କା ନେବା ସହିତ ସୁନା ରୂପା ମଧ୍ୟ କବି ପ୍ରସାଦ ମହାନ୍ତି ନେଇଥିବା କଥା ମହିଳା ଜଣକ ଅଭି-ଯୋଗ ଆଣିଛନ୍ତି ।

Leave a Reply

Your email address will not be published. Required fields are marked *