ଗଭୀର ରୋଗରେ ପୀ-ଡ଼ିତ ଯାତ୍ରା ଜଗତର ଏହି ହାସ୍ୟ କଳାକାର , ନିରବି ଯାଇଛନ୍ତି ସେ

ଆଉ ଯାତ୍ରା ପେଣ୍ଡାଳରେ ଦେଖିବକୁ ମିଳିବ ନାହିଁ ବର୍ଷୀୟାନ କମେଡି କିଙ୍ଗ ରବି ଶତପଥୀଙ୍କ କମେଡିର ଯାଦୁ । ଦର୍ଶକ ମାନଙ୍କୁ କମେଡିର ଭରପୁର ଛୁଙ୍କ ଯୋଗାଉଥିବା ରବି ଶତପଥି ଆଜି ଚୁପ୍ ହୋଇ ଯାଇଛନ୍ତି । ବର୍ଷ ବର୍ଷ ଧରି ଯାତ୍ରା ମାଧ୍ୟମରେ ଲୋକ ମାନଙ୍କୁ ମନୋରଞ୍ଜନର ଖୁରାକ ଯୋଗାଉଥିବା ରବି ଶତପଥି ଏବେ ଆଉ ଯାତ୍ରା କରିପାରିବେ ନାହିଁ କି ଲୋକ ମାନଙ୍କୁ ଆଉ ହସାଇ ପାରିବେ ନାହିଁ । ଆଉ ଲୋକ ମାନେ ହସି ହସି ଗଡିବେ ନାହିଁ କି ଆଉ ତାଙ୍କୁ ଯାତ୍ରାରେ ଦେଖିବେ ନାହିଁ ।

କାହିଁକି ନା ଏପରି ଏକ ଦୁଃ-ଖଦ କଥା ସାମ୍ନାକୁ ଆସିଛି । କାହିଁକି ନା ବର୍ଷୀୟାନ କଳାକାର ରବି ଶତପଥି ବର୍ତ୍ତମାନ ଏକ ଭ-ୟଙ୍କର ରୋଗରେ ପୀ-ଡ଼ିତ । ଆଉ ତାହା ହେଉଛି ମାରା-ତ୍ମକ କ-ର୍କଟ ରୋଗ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅବକଲ ପଞ୍ଚାୟତ କୁଳଦୀପ ଗ୍ରାମର ରବି ଶତପଥୀ । ପିଲା ଦିନରୁ କଳା ପ୍ରତି ଥିଲେ ଆକ-ର୍ଷିତ । ଆଉ ଏହାପରେ ପାଲା ଜଗତରେ ପାଦ ଦେଇଥିଲେ । ଆଉ ଧିରେ ଧିରେ ପାଲା ରୁ ଦୂରେଇ ଯାଇ ସେ ଯାତ୍ରା ଜଗତ ରେ ପାଦ ଥାପି ଥିଲେ ।

ଆଉ ରାତାରାତି କମାଇ ଚାଲିଥିଲେ ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କୁ ବେଶ୍ ପରିଚୟ ଦେଇଥିଲା ତାଳପୁର ଗଣନାଟ୍ୟର ଗୁଣ୍ଡୁଚିମୂଷା ଚରିତ୍ର । ଏହାପରେ ଶିବାନୀ ଗଣନାଟ୍ୟର “ହେ ଈଶ୍ୱର ନମସ୍କାର” ଏବଂ ଆହୁରି ଅନେକ ଚରିତ୍ର ଭିନ୍ନ ପରିଚୟ ଦେଇଥିଲା । ଏମିତି ଧିରେ ଧିରେ ସେ ୫୦୦ ରୁ ଅଧିକ ଯାତ୍ରାରେ କାମ କରି ସାରିଛନ୍ତି । କିନ୍ତୁ ଆଉ ନାହିଁ ସେହି ଦିନ । ଆଉ କାହାକୁ ହସାଇ ପାରୁ ନାହାଁନ୍ତି ସେ । କାହିଁକି ନା ରବି ଶତପଥୀ ଏବେ ପୁରାପୁରି ଶଯ୍ୟାଶାୟୀ ହୋଇ ଯିବା ସହିତ କଥା ମଧ୍ୟ ହୋଇ ପାରୁ ନାହାନ୍ତି ।

ଏବେ ତାଙ୍କୁ ଦେଖା କରିବା ପାଇଁ ତାଙ୍କ ଯାତ୍ରା ଜଗତର ଅନେକ କଳାକାର ଆଗେଇ ଆସୁଛନ୍ତି । ସେ ଭଲ ହୋଇ ଯାଆନ୍ତୁ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି । କିନ୍ତୁ ଅବସ୍ଥା ଏତେ ଗୁରୁ-ତର ଯେ , ଆଉ କାହାକୁ ଚିହ୍ନି ପାରୁ ନାହାଁନ୍ତି ରବି ଶତପଥୀ । ବଡ ପୁଅ କହିଛନ୍ତି ଯେ , ଜୁନ ମାସରୁ ଜଣା ପଡିଥିଲା କି ସେ ଲିଭର କର୍କ-ଟରେ ପୀ-ଡିତ ଅଛନ୍ତି । ସେହି ଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିଛି । ତେବେ ଅନ୍ୟ ପକ୍ଷରେ ପରିବାର ଲୋକ ତାଙ୍କୁ ଦେଖି ମନ ଦୁଃ-ଖ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *