ସ୍ତ୍ରୀ ନାମରେ ସ୍ୱାମୀ କହିଲେ ଏମିତି କଥା । କହିଲେ ” ମୋ ସ୍ତ୍ରୀକୁ ତା ପରିବାର ଲୋକେ ଶିଖାଉଛନ୍ତି ………

ସ୍ୱାମୀ କହୁଛି ” ସ୍ତ୍ରୀକୁ ଖାଲି ଟଙ୍କା ଦରକାର । ” ଏହା ଯେ ସ୍ତ୍ରୀ ମନକୁ କହୁଛି ତାହା ନୁହେଁ ବରଂ ନିଜ ବାପ ଘରର ଲୋକଙ୍କ କଥାରେ ପଡ଼ି ଏମିତି କିଛି କହୁଥିବା କହିଛନ୍ତି ଜଣେ ସ୍ୱାମୀ । ଆଉ ଏହାକୁ ନେଇ ଯେଉଁଠିବି ସେ ନ୍ୟାୟ ପାଇଁ ଦାବି କରିଛନ୍ତି ସେଠାରେ ତାଙ୍କୁ ନ୍ୟାୟ ତ ଦୂରର କଥା ତାଙ୍କ କଥାକୁ କେହିବି ଶୁଣି ନଥିଲେ । ତେବେ ବ୍ୟକ୍ତି ଜଣକ କହିଛନ୍ତି ଯେ ସେ ମହିଳା କମିଶନ ଏବଂ ଥାନାରେ ଏହି ବାବଦରେ ଯେତେ କହିଲେବି ସୁଦ୍ଧା ତାଙ୍କ କଥାକୁ ସମସ୍ତେ ଅଣଦେଖା କରିଥିଲେ । ଯେଉଁ କାରଣରୁ ବର୍ତ୍ତମାନ ସ୍ୱାମୀ ମିଡ଼ିଆ ସାମ୍ନାରେ ସବୁ ଖୋଲି କହିଛନ୍ତି ।

ସ୍ୱାମୀଙ୍କ କହିବା କଥା ଅନୁଯାୟୀ ତାଙ୍କର ବିବାହ ଡିସେମ୍ବର ୫ , ୨୦୨୧ ରେ ଉଭୟ ସ୍ୱାମୀ ଏବଂ ସ୍ତ୍ରୀଙ୍କ ସହମତିରେ ହୋଇଥିଲା । ତେବେ ବିବାହ ପରେ ମାସେ ଦେଢ଼ ମାସ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସମ୍ପର୍କ ଠିକଠାକ ଥିଲା । ଯାହା ନିଜେ ସ୍ୱାମୀ ମାନିଛନ୍ତି । କିନ୍ତୁ ଦେଢ଼ ମାସ ପରେ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା ।

ଯାହା ତାଙ୍କ ଶାଶୁ ଶ୍ୱଶୁରଙ୍କ କାରଣରୁ ହୋଇଥିଲା । ଯେତେବେଳେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀଙ୍କୁ ଅଙ୍ଗନୱାଡ଼ିରେ ଖାତା ଖୋଲିବାକୁ ନେଇ ଡକ୍ୟୁମେଣ୍ଟ ମାଗିଥିଲେ ସେତେବେଳେ ତାଙ୍କ ଶାଶୁ ଶ୍ୱଶୁର ଫୋନରେ ଅନେକ କିଛି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହାର କଲ ରେକର୍ଡ଼ିଂ ସେ ରଖିଥିବା ମଧ୍ୟ କହିଛନ୍ତି ।

ଖାଲି ସେତିକି ନୁହେଁ କିଭଳି ତାଙ୍କ ଦେଢ଼ ଶାଶୁ ଆସି ତାଙ୍କ କୁନି ଝିଅର ଡ୍ରେସ ଚିରି ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ ସେ ତାହା ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ ଗତ ୧୪/୧୦/୨୦୨୩ ରେ ହଠାତ ସନ୍ଧ୍ୟାରେ ତାଙ୍କ ଭଉଣୀ ଏବଂ ସେ ଘରେ ଥିବା ସମୟରେ ଶାଶୁ ଶ୍ୱଶୁର ଏବଂ ଅନ୍ୟ ୧୫ ଜଣ ଲୋକ ଆସି ନିଜ ଝିଅକୁ ନେଇଯିବେ ବୋଲି କହିଥିଲେ । ଏହାସହିତ ଘରେ ଥିବା ଟଙ୍କା ଏବଂ ଗହଣା ମଧ୍ୟ ନେଇ ଯାଇଥିଲେ । ଆଉ ସେହି ସମୟରେ ତାଙ୍କ ଭଉଣୀଙ୍କୁ ମଧ୍ୟ ମାଡ଼ ମାରିଥିବା କହିଛନ୍ତି । ସ୍ୱାମୀ ମଧ୍ୟ କହିଛନ୍ତି ଯେ ” ତାଙ୍କ ସ୍ତ୍ରୀ କୁଆଡ଼େ କହୁଛନ୍ତି ଯେ ଯେଉଁଠି ଟଙ୍କା ନାହିଁ , ସେଠାରେ କିଛି ନାହିଁ । ” ଯାହାକି ତାଙ୍କ ଶାଶୁ ଶ୍ୱଶୁର ତାଙ୍କୁ ଶିଖା ବୁଝା କରୁଥିବା ଅଭିଯୋଗ ଆଣିଛନ୍ତି ସ୍ୱାମୀ ।

Leave a Reply

Your email address will not be published. Required fields are marked *